Odisha news

ବିଧାୟକଙ୍କ ଦ୍ୱାରା ଯାତ୍ରୀ ବିଶ୍ରାମ ଗୃହ,ଶୋଚାଳୟ, ଥଣ୍ଡାପାନୀୟ ଜଳ ଲୋକାର୍ପିତ

0
ବେତନଟୀ : ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ମାଣତ୍ରୀ ଠାରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଏକ ଯାତ୍ରୀ ବିଶ୍ରାମଗୃହ ସହିତ ଶୌଚାଳୟ ଏବଂ ଥଣ୍ଡା ପାନୀୟ ଜଳ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି। ସୂଚନା ମୁତାବକ ସ୍ଥାନୀୟ ଜନସାଧାରଣଙ୍କ ଦୀର୍ଘ ଦିନର ଦାବି କ୍ରମେ ନିଜସ୍ଵ ହାତ ପାଣ୍ଠିରୁ ୭ ଲକ୍ଷ ଟଙ୍କା ବ୍ୟୟବରାଦରେ ବୈଶିଙ୍ଗା – ବଡ଼ସାହି ରାସ୍ତାର ମାଣତ୍ରୀ ବସ୍ ଷ୍ଟାଣ୍ଡ ନିକଟସ୍ଥ ଇନ୍ଦିରା ଛକରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। ତେବେ ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ବେଳେ ବସ୍ ଅପେକ୍ଷାରେ ଖୋଲା ଆକାଶ ତଳେ କିମ୍ବା ନିକଟସ୍ଥ ଦୋକାନ ଗୁଡିକରେ ଦୀର୍ଘ ସମୟଧରି ବସ ଅପେକ୍ଷାରେ ବସିରହୁ ଥିବା ଯାତ୍ରୀ ବିଶେଷକରି ମହିଳା ଓ ଶିଶୁ ମାନଙ୍କ ନିମନ୍ତେ ବିଧାୟକ ବିଜୁଳିଙ୍କ ଏହି ପଦକ୍ଷେପ ବେଶ୍ ସହାୟକ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଉଛି।
Nalco

Leave A Reply