Odisha news

ପାଟଳିପୁରା ହାଇସ୍କୁଲରେ ବିଜୁ ଜୟନ୍ତୀ ଓ ପଞ୍ଚାୟତରାଜ ଦିବସ ପାଳିତ 

0
ବେତନଟୀ :  ବୈଶିଙ୍ଗା ଥାନା ଅଧୀନ ପାଟଳିପୁରା ପଞ୍ଚାୟତ ର କୃଷ୍ଣଚନ୍ଦ୍ର ଶିକ୍ଷା ନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିନଵ ଉପାୟରେ ପଞ୍ଚାୟତରାଜ ଦିବସ ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ବାବାଜୀ ଦାସ ଯୋଗଦାନ କରି ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କର ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ଧୂପ,ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରି ତାଙ୍କର ଜନ୍ମ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କର ଜନ୍ମ ତାରିଖ ହୋଇ ଥିବାରୁ ଆନନ୍ଦରେ  ବିଜୁ ପଟ୍ଟନାୟକ ଭଳି ଦେଶ ପ୍ରେମୀ, ଦୁଃସାହସିକ ରାଷ୍ଟ୍ର ନାୟକ ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ  ବିଦ୍ୟାଳୟ ଆଲୁମିନୀ ସଭାପତି ସର୍ବେଶ୍ୱର ମହାନ୍ତି, ପୁରାତନ ଛାତ୍ର ନିରଞ୍ଜନ ଜେନା, ଅଭିଭାବକ ଚତୁର୍ଭୁଜ ଗନ୍ତାୟତ, ଶାନ୍ତିଲତା ଜେନା, ସବିତା ନାଏକ, ମୁରଲୀଧର ଜେନା ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ମୁଖ୍ୟବକ୍ତା ଭାବରେ ରାଜ୍ୟ ଜୁନିୟର ରେଡ଼କ୍ରସର ବରିଷ୍ଠ ସାଧନ କର୍ମୀ ତଥା ଜାତୀୟ ସବୁଜ ବାହିନୀର ମୟୁରଭଞ୍ଜ ଜିଲ୍ଲା ସଂଯୋଜକ  ଡ଼କ୍ଟର ରମାକାନ୍ତ ମହାନ୍ତ ଯୋଗଦାନ କରି  ସ୍ବର୍ଗତ ବିଜୁ ପଟ୍ଟନାୟକ ଓଡିଶା ତଥା ସମଗ୍ର ଭାରତ ଇତିହାସରେ ଜଣେ ଦୁଃସାହସୀକ ରାଷ୍ଟ୍ରନାୟକ ଭାବରେ ଯୁଗ ଯୁଗ ପାଇଁ ପୂଜା ପାଉଥିବେ ବୋଲି କହି ତାଙ୍କର ଜୀବନର କେତେକ ଦୁଃସାହସୀକ କାର୍ଯ୍ୟ କଳାପର ଦୃଷ୍ଟାନ୍ତ ପ୍ରଦାନ କରିଥିଲେ l ସୌଭାଗ୍ୟ ଏବଂ ସଂଯୋଗ ବଶତଃ ଆଜି ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ତଥା ଜୁନିଅର ରେଡ଼କ୍ରସର ଜୁନିୟର ରେଡକ୍ରସ କାଉନସେଲର ବାବାଜୀ ଦାସଙ୍କର ଜନ୍ମ ଦିବସ  ହୋଇଥିବାରୁ ଏହା ମଣି କାଞ୍ଚନଯୋଗ ବୋଲି ବର୍ଣନା କରିଥିଲେ l ସମ୍ମାନିତ ବକ୍ତା ଭାବରେ, ଶିକ୍ଷୟିତ୍ରୀ ରାଜଶ୍ରୀ ମହାନ୍ତି, ଶିକ୍ଷକ ଚତୁର୍ଭୁଜ ମଲ୍ଲିକ, ଗିରିଜା ଶଙ୍କର ମାହାର୍ଣା ସୌଭାଗ୍ୟ କୁମାର ସିମନାକିଆ ପ୍ରମୁଖ ଯୋଗଦାନ କରି ବିଜୁପଟ୍ଟନାୟକଙ୍କର ଜୀବନୀ ବିଷୟରେ ଆଲୋଚନା କରିଵା ସହିତ ଆଜି ବାବାଜୀ ଦାସଙ୍କର ମଧ୍ୟ ଜନ୍ମ ଦିବସ ହୋଇ ଥିବାରୁ ତାଙ୍କୁ ମଧ୍ୟ ଶୁଭେଚ୍ଛା ପ୍ରଦାନ କରିଥିଲେ l ସଭାପତି ଶ୍ରୀଯୁକ୍ତ ସାହୁ ଅଧ୍ୟକ୍ଷୀୟ ଭାଷଣ ପ୍ରଦାନ କରି ଆମ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଚଳିତ ବର୍ଷ ପ୍ରଥମ କରି ଶିକ୍ଷା ବିଭାଗ ପକ୍ଷରୁ ପଞ୍ଚାୟତରାଜ ଦିବସ ପାଳନ ପାଇଁ ନିର୍ଦେଶ ପ୍ରଦାନ କରିଥିବାରୁ କୃତଜ୍ଞତା ପ୍ରଦାନ କରି ଏହା ଆମ ପାଇଁ ଆଶୀର୍ବାଦ ହୋଇଛି ବୋଲି କହିଥିଲେ l ପରିଶେଷରେ ସମସ୍ତ ଅତିଥି ଙ୍କ ଦ୍ୱାରା ଚନ୍ଦନ ବୃକ୍ଷରୋପଣ କରାଯାଇଥିଲା ଏବଂ  ଶିକ୍ଷୟିତ୍ରୀ ରିତାରାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply