Odisha news

ବୈଶିଙ୍ଗା ନିକଟ ଖୁଣ୍ଟାପୁର ଠାରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ସର୍ବବୃହତ ପଣ୍ୟାଗାର

0

ବେତନଟୀ : ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ନିକଟରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ସର୍ବବୃହତ ପଣ୍ୟାଗାର। କେନ୍ଦ୍ର ସରକାରଙ୍କ ସମବାୟ ମନ୍ତ୍ରଣାଳୟ ର ନିଷ୍ପତି କ୍ରମେ ବୈଶିଙ୍ଗା ନିକଟସ୍ଥ ପଣସିଆ ମୌଜା ର ପଦାପୁରୁଣିଆ ଠାରେ ୧୦୦୦ ମେଟ୍ରିକ୍ ଟନ୍ ଶସ୍ୟ ମହଜୁଦ କ୍ଷମତା ସମ୍ପନ୍ନ ବହୁମୁଖି ପଣ୍ୟାଗାର ନିର୍ମାଣ ଉଦ୍ଦେଶ୍ୟରେ ରାଜସ୍ବ ବିଭାଗର ଅଧିକାରୀ ମାନଙ୍କ ସହ ବେତନଟୀ ତହସିଲଦାର ଏକ ଏକର ଜମି ଚିହ୍ନଟ କରି ଯାଇଛନ୍ତି। ଖାତା ନଂ ୬ ଓ ପ୍ଲଟ ନଂ ୮ ରେ ଗୋଚର କିସମର ମୋଟ ୫ ଏକର ଜମି ମଧ୍ୟରୁ ଏହି ୧ ଏକର ଜମି ପ୍ରାଥମିକ ପର୍ଯ୍ୟାୟରେ ଅଧିଗ୍ରହଣ କରାଯାଇଛି। ତେବେ ପରବର୍ତ୍ତି ସମୟରେ ପ୍ରକଳ୍ପ ସମ୍ପ୍ରସାରଣ ଲାଗି ଆବଶ୍ୟକତା ଅନୁସାରେ ଅଧିକ ଜମି ଅଧିଗ୍ରହଣର ସମ୍ଭାବନା ଥିବା ରାଜସ୍ବ ବିଭାଗର ଅଧିକାରୀ ମାନଙ୍କ ସୂତ୍ରରୁ ସୂଚନା ମିଳିଛି। ସମବାୟ ବିଭାଗର ବରିଷ୍ଠ ଅଧିକାରୀ ତୁଷାର କାନ୍ତି ମହାନ୍ତିଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ୍ କୁ ଜମିର ଦଖଲ ହସ୍ତାନ୍ତର କରାଯାଇଛି। ଏହି ଅବସରରେ ବୈଶିଙ୍ଗା ବୃହଦ୍ଦାକାର ବହୁମୁଖି ସମବାୟ ସମିତିର ସଭାପତି ଶତୃଘ୍ନ ସିଂ ଓ ପରିଚାଳନା ନିର୍ଦ୍ଦେଶକ ନୃସିଂହ ଦାସ ମଧ୍ୟ ଉପସ୍ଥିତ ଥିଲେ।

Leave A Reply