Odisha news

ବୈଶିଙ୍ଗା ସ୍ଥିତ ହନୁମାନ ବାଟିକାରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

0
ବେତନଟୀ  : ବୈଶିଙ୍ଗା ସ୍ଥିତ ହନୁମାନ ବାଟିକାରେ ନବନିର୍ମିତ ମନ୍ଦିର ଓ ଶ୍ରୀ ଶ୍ରୀ ବଜରଙ୍ଗ ବାଲିଙ୍କ ର ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ ଗତ ୧୭ ତାରିଖ ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ଆଜି ୨୧ତାରିଖ ରବିବାର ଦିନ ଏଥି ପାଇଁ ଘଟୋତ୍ତଳନ କାର୍ଯ୍ୟକ୍ରମ କରାଯାଇଥିଲା।ବୈଶିଙ୍ଗା ଗ୍ରାମ ରେ ଥିବା ହୀରାସାଗର ପୁଷ୍କରିଣୀରୁ ୧୦୮ ମହିଳା ଙ୍କ ଦ୍ୱାରା ଘଟୋତ୍ତଳନ କରାଯାଇ ଏକ କଳସ ଶୋଭାଯାତ୍ରାରେ ମନ୍ଦିର ସ୍ଥଳକୁ ଅଣାଯାଇଥିଲା।କଳସ ଗୁଡ଼ିକୁ ନାଟ ମନ୍ଦିର ପାର୍ଶ୍ଵରେ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଚାରି ବେଦର ଆଠ ଜଣ ବ୍ରାହ୍ମଣଙ୍କୁ କର୍ତ୍ତାମାନେ ବରଣ କରିଥିଲେ।ଯଜ୍ଞ ମଣ୍ଡପରେ ସବୁ ଦେବତାମାନଙ୍କୁ ଆବାହନ କରିବା ପରେ ବେଦ ଧ୍ବନୀ ସହିତ ବ୍ରାହ୍ମଣମାନେ ଯଜ୍ଞ ଆରମ୍ଭ କରିଥିଲେ।ଏହାପରେ ମନ୍ଦିରର ଗର୍ଭଗୃହ କୁ ସଂସ୍କାର କରା ଯାଇଥିଲା। ଶ୍ରୀ ଶ୍ରୀ ବଜରଙ୍ଗ ବାଲି ଙ୍କ ମୁଗୁନି ପଥରରେ ନିର୍ମିତ ବିଗ୍ରହକୁ ଦୁଧ,ଦହି, ଘିଅ, ମହୁ ଓ ନାନାଦି ସୁବାଷିତ ଜଳରେ ସ୍ନାନ କରାଯାଇଥିଲା।ଏହାପରେ ବିଗ୍ରହକୁ ଗର୍ଭଗୃହ ରେ ଆସ୍ଥାନ ଉପବେଶନ କରା ଯାଇଥିଲା। ବଜରଙ୍ଗ କମିଟିର ସଦସ୍ୟ ଶରତ ଚନ୍ଦ୍ର ମିଶ୍ର,ଓମପ୍ରକାଶ କର ଏବଂ ତରୁଣ କୁମାର ରଣା ଉଭୟ ପତିପତ୍ନୀ ସହିତ ଯଜ୍ଞାନୁଷ୍ଠାନରେ କର୍ତ୍ତା କର୍ତ୍ତୀ ଭାବେ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ।୨୨ ତାରିଖ ବିଗ୍ରହଙ୍କର ପ୍ରାଣପ୍ରତିଷ୍ଠା କରାଯିବା ସହିତ ସୂର୍ଯ୍ୟ ପୂଜା,ଘୃତ ଯଜ୍ଞ ସହିତ ନାମ ସଂକୀର୍ତ୍ତନ କରାଯିବା ପରେ ଭକ୍ତମାନଙ୍କୁ ଲଡୁ ପ୍ରସାଦ ବଣ୍ଟନ କରାଯିବ ବୋଲି ବଜରଙ୍ଗ କମିଟି ପ୍ରକାଶ କରିଛନ୍ତି।
Har Ghar Tiranga

Leave A Reply