Odisha news

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

0
ବେତନଟୀ : ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ ଗେଟ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀ ଯୁବକର ଶୋଚନୀୟ ମୃତ୍ୟୁ ଘଟିଛି l ମୃତକ ଯୁବକ ଜଣକ ବୈଶିଙ୍ଗା ଥାନା ଅଧୀନ ନୂଆସାହି ଗ୍ରାମ ର ସ୍ବର୍ଗତଃ ଲାଲମୋହନ ହାଁସଦା ଙ୍କ ୩୭ ବର୍ଷୀୟ ପୁଅ ଦାଶରଥି ହାଁସଦା l
   ସୂଚନା ଅନୁଯାଇ ଦାଶରଥି ପ୍ରାଣୀ ଚିକିତ୍ସାଳୟ ଗାଡିର ଡ୍ରାଇଭର ଭାବେ କାମ କରୁଥିବାବେଳେ ଆଜି ସନ୍ଧ୍ୟାରେ ଗଡ଼ଦେଉଳିଆ ପଟରୁ ଓଡି-o୧ଏଇ-୮୩୨୩ ନଂ ବିଶିଷ୍ଟ ବାଇକ ନେଇ ନିଜ ଗ୍ରାମ ନୁଆସାହିକୁ ଆସୁଥିବାବେଳେ ଟୋଲ ଗେଟ ଉପକଣ୍ଠ ଦୁର୍ଗାପୁର ରାସ୍ତା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା l ଘଟଣା ସ୍ଥଳରେ ଦାଶରଥି ରକ୍ତ ଜୁଡୁବୁଡୁ ହୋଇ ମୁର୍ମୁଷ ଅବସ୍ଥାରେ ପଡିଥିବାବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ଡାକ୍ତରଖାନା ନେଇ ଯାଇଥିଲେ l ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା l ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଟିକୁ ଜବତ କରିବା ସହିତ ତଦନ୍ତ ପୂର୍ବକ ଚମ୍ପଟ ମାରିଥିବା ଟ୍ରକକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି l
Nalco

Leave A Reply