Odisha news

ବେତନଟୀରେ  ଆମ ଓଡିଶା ନବୀନ ଓଡ଼ିଶାର ଶୁଭାରମ୍ଭ

0
 ବେତନଟୀ :   ବିଜୁ ଜନତା ଦଳର ସୁପ୍ରିମୋ ତଥା ଓଡ଼ିଶାର ଶାସନ ମୁଖ୍ୟ ହିସାବ ରେ ରେକର୍ଡ ସୃଷ୍ଟି କରି ଆସିଥିବା ଅପ୍ରତିଦ୍ଵନ୍ଦି ଜନନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ – ଟି ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ସରକାରୀ ଏମପିସି ହାଇସ୍କୁଲ ଖେଳ ପଡ଼ିଆରେ ପାଞ୍ଚ ହଜାରରୁ ଅଧିକ ମହିଳା ମାନଙ୍କ ସମାବେଶ ରେ ଆମ ଓଡ଼ିଶା ଓ ନବୀନ ଓଡ଼ିଶାର ଶୁଭାରମ୍ଭ ହୋଇଯାଇଛି । ରାଜ୍ୟର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା କରି ଚାଲି ଥିବା ବେଳେ ୨୦୧୮ ମସିହାରେ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ୬ କୋଟି ଚାଳିଶ ଲକ୍ଷ ଟଙ୍କା ବେତନଟୀ ବ୍ଲକ କୁ ପ୍ରଦାନ କରିଥିଲେ | ଏହାର ୫ ବର୍ଷ ପରେ ଆମ ଓଡିଶା ନବୀନ ଓଡିଶା ନୂତନ ଯୋଜନାରେ ୨୨ କୋଟି ରୁ ଉର୍ଦ୍ଧ ଅନୁଦାନ ପ୍ରଦାନ କରି ବେତନଟୀ ବ୍ଲକ ର ଜନ ମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ମୁଖ୍ୟମନ୍ତ୍ରୀ ପାଇଥିବା ଜଣାଯାଇଛି । ବେତନଟୀ ବ୍ଲକ ଅଧିନସ୍ଥ ୨୪ ଗ୍ରାପ ରୁ ବିଶେଷ ଭାବେ ୯୫ ପ୍ରତିଶତ ମହିଳା ଯୋଗଦାନ କରିଥିବାର ଦେଖାଯାଇଥିଲା | ବିଡିଓ  ନିର୍ଲିପ୍ତା ମହାନ୍ତି, ଏଇଇ  ସୌମ୍ୟାଶ୍ରୀ ଭୋଇ ଙ୍କ ସମେତ ବ୍ଲକ ର ସମସ୍ତ ପଦାଧିକାରୀ ସମସ୍ତ ବ୍ୟବସ୍ଥାର ତଦାରଖ କରିବା ସହିତ ପରିଚାଳନା କରୁଥିବାର ଦେଖାଯାଇଥିଲା ।  ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ ରେ ମୟୂରଭଞ୍ଜ ଜିଲାର  ସାମଗ୍ରିକ ବିକାଶ ପାଇଁ ପୂର୍ବରୁ ଦେଉଥିବା ଅନୁଦାନ ତଥା ବଡ଼ ସାହି ବାଙ୍ଗିରିପୋଷି , ବାରିପଦା , ମୋରଡା ଏବଂ ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ୧୧୧ କୋଟି ୫୦ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ସହିତ ୩ ହଜାର ୮୧ ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ବୋଲି ପ୍ରକାଶ କରିଥିଲେ। ପ୍ରତି ଗାଁକୁ ସରକାର ପହଞ୍ଚିବ ଏବଂ ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି ବୋଲି ପ୍ରକାଶ କରିଥିଲେ । ଓଡ଼ିଶା ମାନଚିତ୍ର ରେ ଅବହେଳିତ ଓ ଜିଲାର ପ୍ରତିଛବି ବହନ କରି ଆସିଥିବା ମୟୂରଭଞ୍ଜ ଜିଲା  ରାଜ୍ୟ ର ଏକ ଉନ୍ନତ ଜିଲା ଭାବେ ସ୍ୱତନ୍ତ୍ର ପରିଚୟ ହାସଲ କରି ପାରିବ ବୋଲି ୫ – ଟି ସଚିବ ଭି କେ ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ। ଏହି  ଆମ ଓଡ଼ିଶା ଓ ନବୀନ ଓଡ଼ିଶା ସମାବେଶରେ ୩୭ ନଂ ଜିଲ୍ଲା ପରିଷଦ ସଦସ୍ୟା ସୁଶ୍ରୀ ଧାନୀ କିସ୍କୁ ମୁଖ୍ୟମନ୍ତ୍ରୀଙ୍କର ମୟୂରଭଞ୍ଜ ଜିଲା  ବାସୀଙ୍କ ପ୍ରତି ଥିବା ଭଲ ପାଇବାକୁ ପ୍ରଶଂସା କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ | ବେତନଟୀ ବ୍ଲକ ପକ୍ଷରୁ ଧାନୀ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାବେଶରେ ମୟୂରଭଞ୍ଜ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି  ସୁବ୍ରମଣ୍ୟମ ମହାନ୍ତି, ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ , ଉପାଧ୍ୟକ୍ଷ ଦେବଦତ୍ତ ତିଆଡି, ୩୫ ନଂ ଜିଲ୍ଲା ପରିଷଦ ବିଶ୍ଵନାଥ ହେମ୍ବ୍ରମ ,୩୬ ନଂ ଜିଲ୍ଲା ପରିଷଦ ସଦସ୍ୟା ସବିତା ଦାସ , ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ଯୁବ ସଂଗଠକ ଲଲାଟେନ୍ଦୁ ବେହେରା, ଯାମିନୀ ନାୟକ , ସଂଯୁକ୍ତା ପାତ୍ର, ରାଜୀବ ରଞ୍ଜନ ସେନାପତି, ବିନୋଦ ସିଂହ, ବ୍ଲକ ସଭାପତି ସନ୍ତକ ଲେଙ୍କା ଙ୍କ  ସମେତ ବରିଷ୍ଠ କର୍ମକର୍ତ୍ତା, ମହିଳା ସଂଗଠନ ର ସଦସ୍ୟ/ସଦସ୍ୟା, ସମସ୍ତ ନିର୍ବାଚିତ ସରପଞ୍ଚ , ସମିତି ସଭ୍ୟ/ସଭ୍ୟା , ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ସମବେତ ସମସ୍ତ ଙ୍କ ପାଇଁ ଖାଦ୍ୟ ପାନୀୟ ଜଳ ବ୍ୟବସ୍ଥା ସହିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଥିବା ବେଳେ  ବେତନଟୀ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ଏହି ନବୀନ ଓଡ଼ିଶା ଆମ ଓଡ଼ିଶା କାର୍ଯ୍ୟକ୍ରମ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା |

Leave A Reply