Odisha news

ଘରକୁ ଛାଡି ଦେବାକୁ କହି ଦୁଷ୍କର୍ମ କରିଥିବା ଅଭିଯୁକ୍ତ କୋର୍ଟ ଚାଲାଣ

0
ବେତନଟୀ :   ବାଇକରେ ବସେଇ ଘରକୁ ଛାଡି ଦେବାକୁ କହି ନିଛାଟିଆ ଜାଗାରେ ଦୁଷ୍କର୍ମ କଲା ଜନୈକ ଦୁର୍ବୁତ୍ତ । ପୀଡିତାଙ୍କ ପରିବାର ବର୍ଗଙ୍କ ଅଭିଯୋଗ ପରେ ଜନୈକ ଦୁର୍ବୁତ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କଲା ବୈଶିଙ୍ଗା ପୁଲିସ। ଅଭିଯୁକ୍ତ ଜଣକ ହେଲେ ବଙ୍ଗାଳିଡାହି ଗ୍ରାମର ରବୀନ୍ଦ୍ର ବେହେରା(୩୬) । ସୂଚନାଯୋଗ୍ୟ ବୈଶିଙ୍ଗା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ରୁପ୍ସା ଥାନା ଅଧୀନ ଜାମୁନିଆ  ଗ୍ରାମର ଗଙ୍ଗାଧର ସିଂଙ୍କ ପତ୍ନୀ ରେବତୀ(୩୫) ସ୍ଥାନୀୟ ମେଘନାଦ ସିଙ୍କଟେବୁଲ ଛକ ନିକଟରେ ରୁପ୍ସା ଡାକ୍ତରଖାନା ଯିବାକୁ ଛିଡା ହୋଇଥିବାବେଳେ ରବୀନ୍ଦ୍ର ସେଠାରେ ପହଞ୍ଚି ରେବତୀଙ୍କୁ ନିଜ ବାଇକରେ ବସେଇ ଡାକ୍ତରଖାନାରେ ଛାଡି ଦେବାକୁ କହି ନେଇଯାଇଥିଲା l  ପରେ ଜଙ୍ଗଲ ଭିତରେ ନିଛାଟିଆ ଥିବାର ସୁଯୋଗ ନେଇ ରେବତୀକୁ ବାଇକରୁ ଓହ୍ଲାଇ ଦେଇଥିଲା ଓ ବଳପୂର୍ବକ ଦୁଷ୍କର୍ମ କରିବାର ପ୍ରୟାସ କରିଥିଲା l ଜଙ୍ଗଲ ଭିତରେ ହୋଇଥିବାରୁ ଓ ନିଛାଟିଆ ଅନ୍ଧାରୁଆ ଜାଗା ହୋଇ ଥିବାରୁ ରେବତୀ ଚିତ୍କାର କରିଥିଲେ ବି କେହି ଶୁଣି ନଥିଲେ l ରବୀନ୍ଦ୍ର ସେଠାରୁ ଚମ୍ପଟ ମାରିବା ପରେ ରେବତୀ ରାସ୍ତା ପାର୍ଶ୍ୱକୁ ଆସି ରାସ୍ତାରେ ଯାଉଥିବା ଲୋକଙ୍କୁ ସାହାଯ୍ୟ ଭିକ୍ଷା କରିବା ସହିତ ତାଙ୍କ ମୋବାଇଲରୁ ନିଜ ସ୍ୱାମୀଙ୍କୁ ଫୋନ କରିଥିଲା l ଖବରପାଇ ରେବତୀର ସ୍ୱାମୀ ଗଙ୍ଗାଧର ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ଓ ପରେ ବୈଶିଙ୍ଗା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ l ବୈଶିଙ୍ଗା ଥାନାରେ ଏନେଇ ୩୮୩/୨୩ନଂ ରେ ଏକ ମାମଲା ରୁଜୁ କରାଯିବା ସହିତ ତଦନ୍ତକାରିଣୀ ଏସଆଇ ବୋଇତ ବେହେରା ରବୀନ୍ଦ୍ରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ l ଜାମିନ ନାମଞ୍ଜୁର କାରଣରୁ ରବୀନ୍ଦ୍ରକୁ ବିଚରାଧୀନ ହାଜତକୁ ପଠାଇ ଦିଆଯାଇଥିବା ଜଣା ଯାଇଛି l

Leave A Reply