Odisha news

ହାଟରୁ ଗାଡି ଚୋରକୁ ଧରି ନିସ୍ତୁକ ଛେଚିଲେ ଦୋକାନୀ ଏବଂ ଗ୍ରାହକ

0
ବେତନଟୀ : ବୈଶିଙ୍ଗା ଥାନା ଅଧୀନ ଡାହିବାଡି ହାଟରେ ବିଭିନ୍ନ ସମୟରେ ବାଇକ , ସାଇକେଲ ଚୋରି ହେଉଥିବା ନେଇ ଅଭିଯୋଗ ହେଉଥିବା ବେଳେ ଆଜି ହାଟରୁ ଜଣେ ଚୋର ଙ୍କୁ ଧରି ନିସ୍ତୁକ ଛେଚିଲେ ଜନସାଧାରଣ । ସୂଚନା ମୁତାବକ ଡାହିବାଡି  ହାଟ ସପ୍ତାହରେ ଦୁଇ ଦିନ ହେଉଥିବା ବିଭିନ୍ନ ସମୟରେ ବାଇକ, ଚୋରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଆଜି ଜନୈକ ଚୋର ଜଣକ ଏକ କଇଁଚି ସାହାଯ୍ୟରେ ବିଭିନ୍ନ ବାଇକ ର ଚାବି ଖୋଲିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ପରିବା ବେପାରୀ ଏହା ଦେଖି ଚିତ୍କାର କରିଥିଲା । ଚିତ୍କାର ଶୁଣି ଚୋର ଜଣକ ଦୌଡି ପଳାଉଥିବା ବେଳେ ଏକାଧିକ ଦୋକାନୀ , ଗ୍ରାହକ ମାନେ ଧରି ନିର୍ଦ୍ଧୁମ ଛେଚି ଥିଲେ । ଚୋର ଜଣକ ହେଉଛି ବାଲେଶ୍ଵର ଜିଲ୍ଲା ସଦର ଥାନା ଅଧୀନ ବଣପାରିଆ ଗ୍ରାମର ରଥ ସିଂ। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରକୁ ଉଦ୍ଧାର କରି ଥାନାକୁ ନେଇ ଆସିବା ସହ ପଚରାଉଚରା ଜାରି ରଖିଥିବା ଜଣାଯାଇଛି ।
Nalco

Leave A Reply