Odisha news

ନିଜର ଦାବୀ ପୂରଣ ପାଇଁ ପ୍ରାଥମିକ ଶିକ୍ଷକ ମାନଙ୍କର ଧର୍ମଘଟ ଦ୍ଵିତୀୟ ଦିନରେ

0
ବେତନଟୀ : ନିଜର ଦାବୀ ହାସଲ ପାଇଁ  ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ଵାନ କ୍ରମେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟବ୍ୟାପୀ ଧାରଣା ସୋମବାର ଆରମ୍ଭ ହୋଇଥିବା ବେଳେ ଆଜି ଏହି ଧର୍ମଘଟ ଦ୍ୱିତୀୟ ଦିନରେ ପହଞ୍ଚିଛି । ବେତନଟୀ ବ୍ଳକ୍ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ  ସମେତ ସମସ୍ତ ଜୋନ଼ର ପ୍ରାଥମିକ ଶିକ୍ଷକମାନଙ୍କ ଧାରଣା କାର୍ଯ୍ୟକ୍ରମ ଚାଲୁ ରହିଥିଲା। ଏହାର ଅଂଶବିଶେଷ ଭାବେ ବେତନଟୀ ବି.ଇ .ଓ. ଅଫିସ ସମ୍ମୁଖରେ ଆଜି ଧାରଣାରତ ଶତାଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଗଣଙ୍କ ୩ ଦଫା ସମ୍ବଳିତ ଦାବୀ ପ୍ରତି ସଂପୂର୍ଣ୍ଣ ସମର୍ଥନ ଜ୍ଞାପନ କରି ଶତାଧିକ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଦାବୀ ମଧ୍ୟରେ  ଠିକା ନିଯୁକ୍ତି ବନ୍ଦ, ପୁରୁଣା ପେନସନ ପ୍ରଚଳନ, କେନ୍ଦ୍ରୀୟ ହାରରେ ଦରମା ଆଦି ଅନ୍ତର୍ଭୁକ୍ତ ଥିବାର ଜଣାଯାଇଛି। ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜୟ ଚନ୍ଦ୍ର ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଧାରଣାରତ ଶିକ୍ଷକଙ୍କ ସଭାରେ ସଂପାଦକ ସୁନୀଲ କୁମାର ବୋଡ, ଏକ୍ସ କ୍ୟାଡର ଶିକ୍ଷକ କୃପାସିନ୍ଧୁ ମହାନ୍ତ, ରାଜ୍ୟ ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘର ଉପ ସଭାପତି ଭବେଶଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ସଭାପତି ଶରତ କୁମାର ମହାନ୍ତ, ଦେବାଶୀଷ ସାହୁ, ହରେନ୍ଦ୍ର ଭୂୟାଁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରବିନ୍ଦ୍ର ମହାନ୍ତ, ଜ୍ୟୋସ୍ନା ରାଣୀ ପାଣିଗ୍ରାହୀ, ଶିରିଶ ଚନ୍ଦ୍ର ସାହୁ ସହଯୋଗ କରିଥିଲେ ।
Nalco

Leave A Reply