ବେତନଟୀ : ମୟୂରଭଞ୍ଜ ମହାରାଜାଙ୍କ ଦ୍ଵାରା ୧୯୨୫ ମସିହାରେ ବୈଶିଙ୍ଗା ଓ ଏହାର ଆଖପାଖ ଅଞ୍ଚଳର ୫୦/୬୦ ଖଣ୍ଡ ମୌଜାର ଜନ ସାଧାରଣଙ୍କ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ବୈଶିଙ୍ଗା ଠାରେ ଏକ ଆଞ୍ଚଳିକ ଡାକ୍ତରଖାନା ସ୍ଥାପନା କରଯାଇଥିଲା।ଏହି ଡାକ୍ତରଖାନାଟି ସ୍ଥାପନା ର ଶତାବ୍ଦୀ ପୂର୍ତ୍ତୀ ହେବାକୁ ଯାଉଥିବା ସହିତ ସ୍ଵାଧୀନତାର ୭୬ ବର୍ଷ ପୁରି ଯାଇଥିଲେ ମଧ୍ୟ ଆଜି ବି ସେଇ ଆଞ୍ଚଳିକ ଡାକ୍ତରଖାନାର ମାନ୍ୟତା ବଜାୟ ରଖିଛି। ଏଇ ୭୬ ବର୍ଷ ମଧ୍ୟରେ ଗଣତାନ୍ତ୍ରିକ ପଦ୍ଧତି ରେ କେତେ ସରକାର ଆମକୁ ଶାସନ କରି ଚାଲିଗଲେଣି । ମାତ୍ର ସ୍ୱାସ୍ଥ୍ୟସେବା ନାମରେ ସରକାର କେତେ କେତେ ଟଙ୍କା ବ୍ୟୟ ବରାଦ କରୁଛନ୍ତି ତାର ହିସାବ ନାହିଁ। ବୈଶିଙ୍ଗା ନିର୍ବାଚନ ମଣ୍ଡଳୀର ପ୍ରଥମ ଡାକ୍ତରଖାନା ବୈଶିଙ୍ଗା ଠାରେ ପ୍ରତିଷ୍ଠାର ବହୁ ବର୍ଷ ପରେ ଆଖପାଖ ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଦି ତତ୍କାଳୀନ ସରକାରଙ୍କ ଦ୍ଵାରା ସ୍ଥାପନା କରାଯାଇଛି। ମାତ୍ର ବୈଶିଙ୍ଗା ଡାକ୍ତରଖାନା ପ୍ରତି କାହାରି ନଜର ରହିଲା ନାହିଁ। ଏଥିପାଇଁ ଚାରିବର୍ଷ ତଳେ ଆଞ୍ଚଳିକ ବିକାଶ ପରିଷଦ ନାମରେ ଏକ ସଙ୍ଗଠନ ଗଠନ କରାଯାଇ ଡାକ୍ତରଖାନା ର ଉନ୍ନତ୍ତି ପାଇଁ ସଂଘର୍ଷ ଜାରି ରହିଛି।କୋଭିଡ ର ଭୟାବହତା ବେଳେ ଟୀକାକରଣ ସମୟରେ ଯେଉଁଭଳି ଅବ୍ଯବସ୍ଥା ଡାକ୍ତରଖାନାରେ ଦେଖିବାକୁ ମିଳିଥିଲା ତାହାକୁ ଅନୁଧ୍ୟାନ କରି ଏହି ଡାକ୍ତରଖାନା ଟିକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବାପାଇଁ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଙ୍କୁ ଗତ ମାର୍ଚ୍ଚମାସ ତିନି ତାରିଖରେ ବାରିପଦା ଠାରେ ପ୍ରଦାନ କରାଯାଇଥିଲା। ମାତ୍ର ଗୋଟିଏ ବ୍ଲକ଼ରେ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେବା ପରିପେକ୍ଷୀରେ ବୈଶିଙ୍ଗା ଡାକ୍ତରଖାନାରେ ଟ୍ରମା ସେଣ୍ଟର କରା ଯିବାର ପ୍ରତିଶ୍ରୁତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ପ୍ରତିଶୃତି ଅନୁଯାୟୀ ଜିଲ୍ଲା ର ସମସ୍ତ ପ୍ରକଳ୍ପ କୀର୍ଯ୍ୟକାରୀ ହେବାକୁ ଲାଗିଲା। ମାତ୍ର ବୈଶିଙ୍ଗା ଡାକ୍ତରଖାନାରେ ଟ୍ରମା ସେଣ୍ଟର ହୋଇପାରିଲାନାହିଁ। ଆସନ୍ତା ୧୨ ଅଗଷ୍ଟରେ ପୁଣି ମୂଖ୍ୟମନ୍ତ୍ରୀଙ୍କ ବ୍ଯକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଖୁଣ୍ଟାପୁର କୁ ଆସୁଥିବାରୁ ତାଙ୍କୁ ପୁନର୍ବାର ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତ କରି ସ୍ମାରକପତ୍ର ଦିଆଯିବା ପାଇଁ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଏକ ଜରୁରୀ ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା।ଏଥିରେ ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ।ଯଦି ଖୁଣ୍ଟାପୁର ଠାରେ ବୈଶିଙ୍ଗା ଡାକ୍ତରଖାନା କୁ ଟ୍ରମା ସେଣ୍ଟର ଘୋଷଣା ନ କରନ୍ତି ତେବେ ସମାଜ ର ବିଭିନ୍ନ ବର୍ଗର ଲୋକେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।