ବ୍ରହ୍ମପୁର : ବ୍ରହ୍ମପୁର ସହରର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପକ୍ଷରୁ, ସହରର ବିଭିନ୍ନ ସମସ୍ୟା ଏବଂ ଅବ୍ୟବସ୍ଥା ସମ୍ପର୍କରେ ଅବଗତ ହେଲେ, ସେହି ସମସ୍ୟା ଏବଂ ଅବ୍ୟବସ୍ଥାକୁ ଲୋକ ଲୋଚନକୁ ଆଣି ସାବଧାନ କରିବା ପାଇଁ ପ୍ରଚେଷ୍ଟା କରିଥାଉ । ତେବେ ସେହିପରି ଏକ ଘଟଣା ମଧ୍ୟରୁ ଶନିବାର ରାତିରେ ଅସ୍ଥିଶଲ୍ୟ ବିଭାଗର ଜଣେ ବରିଷ୍ଠ ଡାକ୍ତରଙ୍କ ବନ୍ଧୁଙ୍କ ଶିଶୁ ହଠାତ ଅସୁସ୍ଥ ହୋଇ ପଡିଥିଲେ। ଶିଶୁଟିର ଚିକିତ୍ସା ନିମନ୍ତେ ଏମକେସିଜି ମେଡ଼ିକାଲ ଶିଶୁ ବିଭାଗର ଆଶୁ ଚିକିତ୍ସା ବିଭାଗକୁ ବରିଷ୍ଠ ଡ଼ାକ୍ତର ଓ ତାଙ୍କ ବନ୍ଧୁ ଜଣକ ଆସିଥିଲେ। ଏହି ସମୟରେ ଗୁରୁତର ଶିଶୁଙ୍କୁ ବିଭାଗରେ ଉପଯୁକ୍ତ ଚିକିତ୍ସା ମଳି ନଥିବା ବେଳେ, ସେଠାରେ କେହି ବରିଷ୍ଠ ଡାକ୍ତର ମଧ୍ୟ ଉପସ୍ଥିତ ନ ଥିଲେ । ଯାହାକୁ ନେଇ ଅସ୍ଥିଶଲ୍ୟ ବିଭାଗର ବରିଷ୍ଠ ଡାକ୍ତର କାର୍ଯ୍ୟରେ ଥିବା ପିଜି ଡାକ୍ତରଙ୍କୁ ପଚାରିବା ସହ ଚିକିତ୍ସାରେ ଦେଖାଯାଇଥିବା ସମସ୍ୟା ସମ୍ପର୍କରେ କହିଥିଲେ । ଏହାପରେ ପିଜି ଛାତ୍ର ଜଣକ ବରିଷ୍ଠ ଡାକ୍ତରଙ୍କୁ ଦୁର୍ବ୍ଯବହାର କରିବାକୁ ପଛାଇ ନଥିଲେ। ଏଭଳି ଘଟଣା ପରେ ବରିଷ୍ଠ ଡାକ୍ତର ଜଣକ ନିଜର ପରିଚୟ ଦେଇଥିବା ପରେ ବି ପିଜି ଛାତ୍ରଙ୍କ ଦୁର୍ବ୍ଯବହାରର ଶିକାର ହୋଇଥିଲେ । ଯାହାକୁ ନେଇ ବରିଷ୍ଠ ଡାକ୍ତର ଜଣକ ଶିଶୁ ବିଭାଗର ମୁଖ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରିବା ସହ ଏମକେସିଳି ମେଡିକାଲର ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏନେଇ ସେ ସାମ୍ବାଦିକ ମାନଙ୍କ ସହଯୋଗ ଆବଶ୍ୟକ କରିଥିଲେ। ଅଭିଯୋଗ ପାଇବା ପରେ ଜଣେ ସାମ୍ବାଦିକ ଉକ୍ତ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରି ସତ୍ୟତା ଜାଣିବା ଫୋନ୍ ରେ ଯୋଗାଯୋଗ କରିଥିଲେ। ତେବେ ଉକ୍ତ ଡାକ୍ତର ଜଣକ ପ୍ରତି ଉତ୍ତରରେ ସାମ୍ବାଦିକ ଜଣଙ୍କୁ ଦୁର୍ବ୍ୟବହାର କରି କହିଛନ୍ତି ଯେ, “ତୁମ ସାମ୍ବାଦିକ ମାନଙ୍କୁ ସବୁ କଥା କାହିଁକି ପଡ଼ିଛି, ଆମ ମେଡିକାଲରେ କଣ ହେଲା ନ ହେଲେ ତାହା ଆମେ ବୁଝିବୁ, ତୁମେ ସବୁ କାହିଁକି ଏହି ଭିତରେ ମୁଣ୍ଡ ଖେଳାଉଛ” ବୋଲି କହିଥିଲେ। ତେବେ ଜଣେ ବରିଷ୍ଠ ଡ଼ାକ୍ତର ହୋଇ ଜଣେ ସାମ୍ବାଦିକଙ୍କୁ ଏହି ଭଳି କହିବା ଓ ଘଟଣା ସମ୍ପର୍କରେ ପ୍ରଶ୍ନ କରିଥିବା ବେଳେ, “ତୁମ ହାତରେ କଣ ହବ କର – ଆଇ ଡୋଣ୍ଟ କେୟାର” ବୋଲି କହିଥିଲେ। ତେବେ ଏହା କେତେ ଦୂର ଉଚିତ୍ ତାହା ଆର୍ଡିସି ମହୋଦୟ ଆପଣ ବିଚାର କରିବେ ବୋଲି ଦାବି କରିଛନ୍ତି।