Odisha news

ଚଞ୍ଚକତା କରି ବୃଦ୍ଧଙ୍କ ସୁନା ଗହଣା , ଟଙ୍କା ଚଳୁ

0
ଵ୍ରହ୍ମପୁର, ୧୫/୧୧ ଜନୈକ ଆଚାରୀ ଜଣେ ବୃଦ୍ଧଙ୍କ ସହ ବିଶ୍ୱାସ ଜନ୍ମାଇ ସୁନା ଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।ତାଙ୍କୁ ଠକେଇ କରାଯାଇଛି। ପ୍ରମୋଦ ପଣ୍ଡା(୭୩) ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ୫୩୮/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଘଟଣାରୁ ପ୍ରକାଶ ଯେ, ଵ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ସ୍ଵର୍ଣମୟୀ ନଗରରେ ରହୁଥିବା ପ୍ରମୋଦ ପଣ୍ଡା  ଜଣେ ଅବସର ପ୍ରାପ୍ତ ପ୍ରଫେସର ଅଟନ୍ତି। ସହରରେ ଥିବା ଏକ ପ୍ରତିଷ୍ଠିତ ଗହଣା ଦୋକାନରେ ସୁନା ପ୍ରସ୍ତୁତ କାରିଗର ଭାବେ କାମ କରୁଥିବା ରବି କୁମାର ଆଚାରୀ ପୂର୍ବରୁ ତାଙ୍କର କେତେକ ଗହଣା ତିଆରି କରିଥିଲେ। ଯାହାଫଳରେ ବୃଦ୍ଧ ବ୍ୟକ୍ତିଙ୍କ ସହ ତାଙ୍କର ଘରୋଇ ସମ୍ପର୍କରେ ବଢି ଯାଇଥିଲା। ପରେ ଉକ୍ତ ବୃଦ୍ଧଙ୍କ ସହ କାରିଗର ଜଣଙ୍କ  ସୁସମ୍ପର୍କ ରଖି   ତାଙ୍କ ଠାରୁ  ସେ ୫୧ ଗ୍ରାମର ପୁରୁଣା ସୁନା ଓ ଏକ ଲକ୍ଷ ଆଠ ହଜାର ଟଙ୍କା ନେଇଥିଲେ। ସେ ବାବଦରେ ସେ ୨୪କେରେଟ ସୁନା ଗହଣା ପ୍ରସ୍ତୁତ କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବହୁଦିନ ପର୍ଯ୍ୟନ୍ତ କାରିଗର ଜଣଙ୍କ  ନୂତନ ଗହଣା ପ୍ରମୋଦ ପଣ୍ଡାଙ୍କୁ ଫେରସ୍ତ କରିନଥିଲେ। ଯାହାଫଳରେ ତାଙ୍କର ସନ୍ଧେହ ହୋଇଥିଲା। ବୃଦ୍ଧ ଜଣଙ୍କ ବ୍ରମହନଗରରେ ରହୁଥିବା ଉକ୍ତ କାରିଗରଙ୍କ ଘରକୁ ଯାଇଥିଲେ। ସେ ତାଙ୍କ ଘରେ ତାଲା ପକାଇ ବିଶାଖାପାଟଣା ଚାଲିଯାଇଥିବା ପ୍ରମୋଦ ପଣ୍ଡାଙ୍କୁ କହିଥିଲେ। କିଛିଦିନ ପରେ ସୁନାଗହଣା ନମିଳିବାରୁ ସେ ଉକ୍ତ କାରିଗର ଙ୍କୁ ପୁଣିଥରେ ଫୋନ କରିବା ବେଳେ ତାଙ୍କର ଫୋନ ସୁଇଚଅଫ ରହିଥିଲା। ବହୁ ମାସ ଧରି ସେ ସୁନାଗହନ ପାଇପାରିନଥିଲେ। ଠକେଇର ଶିକାର ହୋଇଥିବା ଜାଣିବା ପରେ ପ୍ରମୋଦ ପଣ୍ଡା ଏନେଇ ଥାନାରେ ଲିଖିତ ଏତଲା ଦେଇଛନ୍ତି।

Leave A Reply