Odisha news

ଗେଟବଜାର ମିତ୍ର ସାହିରୁ ନକଲି ଆର୍ୟୁବେଦିକ ଗିରଫ

0
ବ୍ରହ୍ମପୁର,୧୪।୧୧: ଗେଟବଜାର ମିତ୍ର ସାହିରେ କ୍ରିଷ୍ଣା ପାଇଲ୍ସ କ୍ଲିନିକ ଖୋଲିଥିବା ଜଣେ ନକଲି ଆୟୁର୍ବେଦିକ ଡାକ୍ତରଙ୍କୁ ବ୍ରହ୍ମପୁର ଟାଉନ ଥାନା ପୁଲିସ ଗିରଫ କରିଛି ା ସେ ହେଲେ ବ୍ରହ୍ମପୁର ରମ୍ପା ସାହିରେ ରହୁଥିବା ପଶ୍ଚିମବଙ୍ଗ ହୁଗୁଳି ଜିଲା ପାଣ୍ଡୁଆ ଥାନା ଅନ୍ତର୍ଗତ ଟିନାନେତାଜୀପଲ୍ଲୀର ଉତ୍ପଳ ବଳ(୩୧) ା ଏ ନେଇ ଟାଉନ ଥାନାରେ କେସ ନଂ ୩୩୪/୨୪ରେ ଏକ ମାମଲା ରୁଜୁ ହେବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ା ପୁଲିସ ଏହି ନକଲି ଆର୍ୟୁବେଦିକ ଡାକ୍ତରଙ୍କ କ୍ଲିନିକରୁ ବିଭିନ୍ନ କମ୍ପାନୀର ଆୟୁର୍ବେଦିକ ଔଷଧ, ଚେରମୂଳୀ, ଷ୍ଟେଥୋସ୍କୋପ, ପାଇଲ୍ସ ଅପରେସନ ବେଳେ ବ୍ୟବହୃତ ସରଞ୍ଜାମ, ତାଙ୍କ ନାମରେ ଥିବା ଡାକ୍ତରୀ ନୋଟପ୍ୟାଡ୍, କ୍ଲିନିକ ଓ ନକଲି ଡାକ୍ତର ନାଁରେ ଲଗାଯାଇଥିବା ସାଇନବୋର୍ଡ, ବଙ୍ଗାଳି ଭାଷାରେ ଲେଖାଥିବା ୩ଟି ଆୟୁର୍ବେଦିକ ଚିକିତ୍ସା ପୁସ୍ତକ ଆଦି ଜବତ କରିଛି ା ପ୍ରକାଶଥାଉକି, କନ୍ଧମାଳ ଜିଲା କୋଟଗଡ ନିକଟ ସଲକିଗୁଡାବାଡର ଜଣେ ଯୁବକଙ୍କ ମଳକଣ୍ଟକ ରୋଗ ଥିବାରୁ ସେ ଗତମାସରେ କ୍ରିଷ୍ଣା ପାଇଲ୍ସ କ୍ଲିନିକୁ ଚିକିତ୍ସା କରାଇବାକୁ ଆସିଥିଲେ ା ଏହି କ୍ଲିନିକ ଖୋଲିଥିବା ଉତ୍ପଳ ବଳ ଡାକ୍ତର ସାଜି ସଂପୃକ୍ତ ଯୁବକଙ୍କ ଚିକିତ୍ସା କରାଇବା ସହ ଔଷଧ ଦେଇଥିଲେ ା ଏଥିପାଇଁ ସେ ଯୁବକଙ୍କ ଠାରୁ ୧୨ ହଜାର ଟଙ୍କା ନେବା ସହ ରୋଗ ଗ୍ୟାରେଣ୍ଟି ଭଲ ହୋଇଯିବ ବୋଲି କହିଥିଲେ ା ହେଲେ ମାସକ ପରେ ରୋଗ ଭଲ ନହେବାରୁ ୨ ଦିନ ତଳେ ଯୁବକ ଜଣଙ୍କ ପୁଣିଥରେ ଏହି କ୍ଲିନିକକୁ ଆସିଥିଲେ ା ରୋଗ ବିଷୟରେ ଉତ୍ପଳ ବଳ ସହ ଆଲୋଚନା କରିବା ପରେ ସେ ରୋଗ ଭଲ କରିଦେବାକୁ ପୁଣି ପ୍ରତିଶ୍ରୁତି ଦେବା ସହ ପୁଣି ୧୨ ହଜାର ଟଙ୍କା ମାଗିଥିଲେ ା ଯାହାକୁ ନେଇ ସଂପୃକ୍ତ ଯୁବକଙ୍କ ସନ୍ଦେହ ହେବା ସହ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ା ତାଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନ ଥାନା ପୁଲିସ କ୍ରିଷ୍ଣା ପାଇଳ୍ସ କ୍ଲିନିକରେ ଚଢଉ କରିଥିଲା ା ଚଢଉ ପରେ ଉତ୍ପଳ ବଳ ନିଜକୁ ବିଏଏମଏସ ଡାକ୍ତରୀ ଡିଗ୍ରୀ କରିଥିବା ଜଣେ ଡାକ୍ତର ବୋଲି ଦର୍ଶାଇ ଶହଶହ ରୋଗୀଙ୍କ ଚିକିତ୍ସା କରିଥିବା ଜଣାପଡିଥିଲା ା ଅଭିଯୁକ୍ତ ଉତ୍ପଳ ବଳ ୮ମ ଶ୍ରେଣୀ ଫେଲ ହୋଇଛି ା ପୂର୍ବରୁ ସେ ବିଶାଖାପାଟଣାର ଏକ ହୋଟେଲରେ କାମ କରୁଥିଲା ା ୨୦୧୯ ମସିହାରେ ବିଶାଖାପାଟରାରୁ ବ୍ରହ୍ମପୁର ଆସିବା ପରେ ରମ୍ପା ସାହିରେ ଏକ ଘର ଭଡା ନେଇ ରହିଥିଲେ ା ଏହାର କିଛି ଦିନ ପରେ ମିତ୍ର ସାହିରେ କ୍ଲିନିକ ଖୋଲିଥିଲା ା ରୋଗୀଙ୍କ ମଳକଣ୍ଟକ, ଅର୍ଶ, ଭକନ୍ଦର, ଗୁପ୍ତ ରୋଗ, ଯୌନରୋଗ ଆଦି ଭଲ କରିଦେବ ବୋଲି କହି ଔଷଧ ଦେଉଥିଲା ବୋଲି ତଦନ୍ତରୁ ଜଣାପଡିଛି

Leave A Reply