Odisha news

ଚେକିଂ ବେଳେ ପୁଲିସ ଲଗାଇବ ବଡି-କ୍ୟାମେରା

0
ବ୍ରହ୍ମପୁର,୪ା୧୧ ଗାଡିମଟର ଓ ହେଲମେଟ ଯାଞ୍ଚ ବେଳେ ପୁଲିସ ଲଗାଇବ ବଡି-କ୍ୟାମେରା ା ଏକ ଛୋଟ ରିମୋଟ ଭଳି ଦେଖାଯାଉଥିବା ଏହି କ୍ୟାମେରାକୁ ପୁଲିସ କର୍ମଚାରୀମାନେ ନିଜ ଶରୀର ତଥା ୟୁନିଫର୍ମ ସାର୍ଟରେ ଲଗାଇବା ଦ୍ବାରା ଚେକିଂ ବେଳେ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଘଟୁଥିବା ଅପ୍ରିତିକର ପରିସ୍ଥିତି ଉପରେ ନଜର ରଖାଯାଇ ପାରିବା ସହ ସ୍ବଚ୍ଛତା ବଜାୟ ରହିବ ବୋଲି ବ୍ରହ୍ମପୁର ପୁଲିସ ପକ୍ଷରୁ କୁହାଯାଇଛି ା ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁର ପୁଲିସ ଜିଲାକୁ ୫ଟି ବଡି-କ୍ୟାମେରା ମିଳିଛି ା ସେଥିରୁ ଗୋଟିଏ କ୍ୟାମେରା ଗୋପାଳପୁର ପୁଲିସକୁ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ୪ ଟି କ୍ୟାମେରା ବ୍ରହ୍ମପୁରର ବିଭିନ୍ନ ଥାନାକୁ ପ୍ରଦାନ କରାଯାଇଛି ା ଆଗାମୀ ଦିନରେ ଅଧିକ କ୍ୟାମେରା ଅଣାଯିବ ବୋଲି ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ କହିଛନ୍ତି ା ପୁଲିସ ପକ୍ଷରୁ ଉତ୍ତମ ବ୍ୟବହାରକୁ ଶୁନିଶ୍ଚିତ କରାଇବା ପାଇଁ ପୁଲିସ କର୍ମଚାରୀଙ୍କୁ ବଡି-କ୍ୟାମେରା ଲଗାଇବାକୁ କୁହାଯାଇଛି ବୋଲି ଏସପି କହିଛନ୍ତି ା ଗତକାଲି ଗୋପାଳପୁର ଠାରେ ଯେଉଁ ଘଟଣା ଘଟିଲା ସେଭଳି ଘଟଣାର ସତ୍ୟାସତ୍ୟ ଜାଣିବାକୁ ବଡି-କ୍ୟାମେରା ବେଶ ସହାୟ ହେବ ା ଏହି ବଡି କ୍ୟାମେରା ୧୨୦ ଡିଗ୍ରୀ ପର୍ଯ୍ୟନ୍ତ ଭିଡିଓ ରେକର୍ଡ କରିପାରିବ ା ୬ ଘଣ୍ଟା ଯାଏଁ ଉଭୟ ଭିଡିଓ ଏବଂ ଅଡିଓ ରେକର୍ଡିଂ କରି ସଂରକ୍ଷିତ ରଖିପାରିବ ା ପ୍ରକାଶଥାଉକି, ଟ୍ରାଫିକ ନିୟମକୁ କଡାକଡି ପାଳନ କରିବା ଲକ୍ଷ୍ୟରେ ବ୍ରହ୍ମପୁର ପୁଲିସ ଜିଲାର ବିଭିନ୍ନ ଥାନା ପକ୍ଷରୁ ପୁଲିସ ଟିମ ଗାଡିମୋଟର ଓ ହେଲମେଟ ଚେକିଂ କରୁଛନ୍ତି ା ଏହି ଚେକିଂ ସମୟରେ ଲୋକମାନେ ପୁଲିସ ଗାଡିକୁ ଦେଖି ଖସିଯିବାକୁ ଉଦ୍ୟମ କରୁଛନ୍ତି ା ହେଲମେଟ ନପିନ୍ଧି ଗାଡି ଚଳାଉଥିବା ଲୋକେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ବାଇକ କିମ୍ବା ସ୍କୁଟିରେ ୩ ଜଣ ବସିଥିବା, ନାବାଳକ ହୋଇ ଗାଡି ଚଳାଉଥିବା ଚଳାକମାନେ ଚେକିଂରୁ ବର୍ତ୍ତିବାକୁ ନିଜ ଗାଡିକୁ ଦ୍ରୁତ ଗତିରେ ଧରି ଚାଲି ଯାଉଛନ୍ତି ା ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିବା ନଜିର ରହିଛି ା କିଛି ଲୋକ ଧରାପଡି ଯିବା ପରେ ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଛନ୍ତି ା ଜନସାଧାରଣ ଓ ପୁଲିସ ମଧ୍ୟରେ ବେଳେବେଳେ ପାଟୁତୁଣ୍ଡ ମଧ୍ୟ ହେଉଛି ା ଏହି ସବୁ ଘଟଣା ଉପରେ ନଜର ରଖିବାକୁ ବଡି କ୍ୟାମରୋ ସହାୟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି

Leave A Reply