ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସକୁ ମିଳିଛି ସଫଳତା । ଅଳଙ୍କାର ଦୋକାନରୁ ଚୋରି କରିଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିବା ସହ ଚୋରି ହୋଥିବା ଅଳଙ୍କାର ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ୱାହାଜୁଦିନ୍, ହିମାଶୁଂ ବର୍ମା ଓ ଉତ୍ତରାଖଣ୍ଡର ସଞ୍ଜୟ ଘିଲଦୟାଲ । ସେମାନଙ୍କଠାରୁ ନଗଦ ଏକ ଲକ୍ଷ 57 ହଜାର ଟଙ୍କା, ପାଞ୍ଚ କିଲୋଗ୍ରାମର ମେଲ୍ଟ ରୂପା, ପାଞ୍ଚ କିଲୋଗ୍ରାର ରୂମା ଅଳଙ୍କାର, ଗ୍ୟାସ କଟର, ସିଲିଣ୍ଡର , ପାଞ୍ଚଟି ମୋବାଇଲ ଫୋନ ଓ ଚୋରିରେ ବ୍ୟବହୃତ ସ୍କୁଟିକୁ ଜବତ କରିଛି ପୋଲିସ । ଗତ ମାସ 4 ତାରିଖରେ ବ୍ରହ୍ମପୁର ସହରର ଟାଟା ବେଞ୍ଜ୍ ଛକ ନିକଟରୁ ଏକ ଅଳଙ୍କାର ଦୋକାନ କାନ୍ଥ ଭାଙ୍ଗି ବହୁ ସୁନା ଓ ରୂପା ଅଳଙ୍କାର ଚୋରି ହୋଇଥିଲା । ଏନେଇ ଅଳଙ୍କାର ଦୋକାନ ମାଲିକ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ କରିଥିଲା । ତଦନ୍ତ ବେଳେ ଏକ ଚୋର ଗ୍ୟାଙ୍କ୍ ଧରିବାରେ ସଫଳ ହୋଇଥିଲା ପୋଲିସ । ଏହି ଚୋରୀ ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ପୂର୍ବରୁ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ମାନେ ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସିକିରି ଗାଁର ମାୟାଧର ବେହେରା, ଦିଲ୍ଲୀର ମନପ୍ରିତ, ଉତ୍ତର ପ୍ରଦେଶ ଅଲିଗଡ଼ର ସୁରଜ, ପଞ୍ଜାବର ଗୁରୁପ୍ରିତ , ଉତ୍ତରାଖଣ୍ଡର ବିକାଶ କୁମାର, ଉତ୍ତପପ୍ରଦେଶର ବିପିନ କୁମାରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଥିବା ବେଳେ ବର୍ତମାନ ଆଉ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।