Odisha news

।ବ୍ରହ୍ମପୁର ହାବିଲଦାର- କନେଷ୍ଟବଳ ସଂଘ ନିର୍ବାଚନ ; ନୟନଙ୍କ ଟିମଙ୍କ ଏକତରଫା ବିଜୟୀ

0
ବ୍ରହ୍ମପୁର : ବ୍ରହ୍ମପୁର ପୁଲିସ ଜିଲ୍ଲାର ହାବିଲଦାର- କନେଷ୍ଟବଳ ସଂଘର ନିର୍ବାଚନ ଶାନ୍ତି ଶୃଙ୍ଖଳାର ଶେଷ ହେବା ପରେ ଶୁକ୍ରବାର ଘୋଷଣା ହେଲା ଫଳାଫଳ ।  ଏହି ନିର୍ବାଚନରେ ଜିଲ୍ଲାର ୮୨୨ଜଣ ଭୋଟର ରହିଥିବା ବେଳେ ୧୬ଟି ମତଦାନ କେନ୍ଦ୍ରରେ ୭୯୮ଜଣ  ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ । ଶୁକ୍ରବାର ପୂର୍ବାହ୍ନ ସମୟରେ ଡିପିଓ ପରିସରରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ରାତିରେ ଶେଷ ହୋଇଥିଲା । ପ୍ରଥମ ରାଉଣ୍ଡରୁ ହିଁ ନୟନ ରଞ୍ଜନ ଆଚାର୍ଯ୍ୟଙ୍କ ଟିମ ଆଗୁଆ ରହିଆସିଥିଲା । ସର୍ବାଧିକ ୫୩୩ଭୋଟ୍ ପାଇଁ ସଭାପତି ଭାବେ ନୟନ ରଞ୍ଜନ ଆଚାର୍ଯ୍ୟ, ୪୭୫ ଭୋଟ୍ ପାଇଁ ଉପସଭାପତି ଶ୍ରୀକାନ୍ତ ପଣ୍ଡା,482 ଭୋଟ ପାଇଁ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ମାହାରଥା,୪୮୪ ଭୋଟ ପାଇଁ ସହ ସମ୍ପାଦକ-୧ ଭାବେ ଘନଶ୍ୟାମ ବେହେରା , ୪୮୧ ଭୋଟ ପାଇଁ ସହ ସମ୍ପାଦକ-୨ କୁନାଲ ମଲ୍ଲିକ, ୪୭୪ ଭୋଟ ପାଇଁ କୋଷାଧ୍ୟକ୍ଷ ଭାବେ ଏ ଶ୍ରୀନିବାସ ପାତ୍ର, ୫୦୦ ଭୋଟ ପାଇଁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁନନ୍ଦ ପଣ୍ଡା ବିଜୟ ଲାଭ କରିଥିବା ବେଳେ ଶରତ ଚନ୍ଦ୍ର ପ୍ରଧାନ, ମାମା ମହାନ୍ତି, ଉଛବ ପାଣିଗ୍ରାହୀ ଓ ବାସୁମତି ଭୂୟାଁ ମଧ୍ୟ  ଏକ ତରଫା ବିଜୟ କରିଛନ୍ତି । ନୟନଙ୍କ ଟିମ ଠାରୁ ସଭାପତି ପଦବୀ ପାଇଁ କାଳୀଚରଣ ଷଡ଼ଙ୍ଗୀ , ଉପସଭାପତି କାହ୍ନା ଡାକୁଆ, ସମ୍ପାଦକ କେ.ଶ୍ରୀନିବାସ ପାତ୍ର, ସହ ସମ୍ପାଦକ-୧ ହରମହାଙ୍କୁଡ଼ , ସହ ସମ୍ପାଦକ-୨ ଚନ୍ଦନ ବେହେରା, କୋଷାଧ୍ୟକ୍ଷ ମଙ୍ଗୁଲୁ ପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ଆର, ସୂରୟା ରାଓ, ବିଭୁ ମିଶ୍ର, ସଦାଶିବ ପାତ୍ର,ରଞ୍ଜିତ  ଭୂୟାଁ ଓ  ଟୁକୁନା ବେହେରା ବିପୁଳ ଭୋଟରେ ପରାଜୟ ହୋଇଛନ୍ତି । ୨୮ ତାରିଖରେ ନିର୍ବାଚିତ ପ୍ରାର୍ଥୀମାନେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ନୟନ ରଞ୍ଜନ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି କି ଏ ବିଜୟ ମୋର ନୁହେଁ ଏ ବିଜୟ ହେଉଛି ମୋତେ ସମର୍ଥନ ଜଣାଇଥିବା ସମସ୍ତ ପୁଲିସ ଭାଇ ଓ ଭଉଣୀଙ୍କର ।ସେମାନଙ୍କ ଭଲ ପାଇବା ଓ ଆଶ୍ରିବାଦରୁ ଆଜି ଆମ ଟିମ  ଏକ ତରଫା ବିଜୟ ହୋଇପାରିଛି । ତେଣୁ ଏହି ବିଜୟର ସମସ୍ତ ଶ୍ରେୟ ସେମାନଙ୍କୁ ଦେବା ସହ କୃତଜ୍ଞତା ଜଣାଇଛନ୍ତି । ଭୋଟ ଗଣତି ଆରମ୍ଭ ଠାରୁ ଶେଷ ପଯ୍ୟନ୍ତ ନୟନ ଟିମର ସମର୍ଥକମାନେ ଡିପିଓ ପରିସରରେ ଖୁସି ବନେଇବା ସହ ନବନିର୍ବାଚିତ ପାର୍ଥୀଙ୍କୁ ଫୁଲମାଳ ପିନ୍ଧାଇ ଏକ ଶୋଭାଯାତ୍ରାରେ ବାହାରି ସହରର ପରିକ୍ରମା କରିଥିଲେ। ନବନିର୍ବାଚିତ ପାର୍ଥୀଙ୍କୁ ପୁଲିସ ଅଧିକାରୀମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply