Odisha news

ସହୀଦ ଭଗତ ସିଂଙ୍କ ବଳିଦାନ ଦିବସ ପାଳନ

0
ବ୍ରହ୍ମପୁର : ବ୍ରହ୍ମପୁରର ଶକ୍ତି ନଗର ୪ର୍ଥ   ଲାଇନ ଠାରେ ଥିବା ସହୀଦ ଭଗତ ସିଂ ପାଠାଗାର ଓ ବରିଷ୍ଠ ନାଗରିକ କେନ୍ଦ୍ର ଠାରେ ଭଗତ ସିଂଙ୍କର ବଳିଦାନ ଦିଵସ ପାଳନ କରାଯାଇଛି। ମାନବବାଦୀ ହେତୁବାଦୀ ସଂଗଠନ ର ସଭାପତି ଇ.ଟି. ରାଓ ସଭାପତିତ୍ୱ କରିଥିଲେ। ରକ୍ତ ରଂଜିତ ନାୟକ ଭଗତ ସିଂର    ଲେଖିକା ଦ. ବିଧୁପ୍ରଭା ରଥ ମୁଖ୍ୟଅତିଥି ରୂପେ  ଓ କିଶୋର ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସର୍ବପ୍ରଥମେ କେ.ଏନ.ସେନାପତି ଆଜିର ସଭା ବିଷୟରେ ସମ୍ୟକ ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ଡ଼ା. ରଥ ଭଗତ ସିଂ ଙ୍କର ୨୩ ବର୍ଷ ବୟସରେ  ଦେଶପାଇଁ ଲଢ଼ି ଉପନିବେଶ ବାଦୀ  ଇଂରେଜ ମାନଙ୍କ ଦ୍ୱାରା ଫାଶୀ ଖୂଂଟୀରେ ହସି ହସି ହସି ଝୁଲିଥିଲେ।  ତାଙ୍କ ସହ ତାଙ୍କ ସହଯୋଗୀ ଚନ୍ଦ୍ରଶେଖର ଆଜାଦ ଓ  ଶିବରମ ରାଜଗୁରୁ ଫାଶୀ ଦଣ୍ଡ ପାଇଥିଲେ।
ଭଗତ ସିଂ ସ୍ୱଚ୍ଛଳ ପରିବାରର ସନ୍ତାନ ହେଲେ ବି ସେ ସମାନତା, ସମାଜବାଦୀ ଆଭିମୁଖ୍ୟ ନେଇ ଲଢୁଥିଲେ। ସେ  ସବୁ ବେଳେ ଇଂରେଜ ମାନଙ୍କ ପ୍ରଲୋଭନକୁ ଧିକ୍କାର କରୁଥିଲେ। ସେ କେବଳ ଚାହୁଁ ଥିଲେ   ଭାରତର ସ୍ବାଧୀନତା ଓ ସେ ବୈଜ୍ଞାନିକ ମନୋଭାବର ଅଭି ବୃଦ୍ଧି ଓ ଅନ୍ଧ ବିଶ୍ୱାସ ଦୂର କରିବାକୁ ଚାହୁଁଥିଲେ। ସେ କେବେଭି ଜେଲରୁ ମୁକ୍ତି ପାଇଁ  ରାଜା କ୍ଷମା କୁ ବହୁ ପ୍ରଲୋଭନ ଦିଆଯାଇଥିଲେ ବି ସେ ସବୁକୁ   ଧିକ୍କାର କରିଥିଲେ। ବର୍ତମାନ ଆମେ ସ୍ୱାଧୀନ ଓ ଗଣତନ୍ତ୍ର ରାଷ୍ଟ୍ରର ନାଗରିକ ଭାବେ ଏହି ବଳିଦାନ ଦିବସରେ ଭଗତ ସିଂଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଷୀ, ମୂଲିଆ, ଗରିବ , ନିଷ୍ପେସିତ ମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ଅନୁରୋଧ କରିଥିଲେ।ଏହି ସଭାରେ ସୁନେଜ କୁମାର ପାଣିଗ୍ରାହୀ, ଡି. ମୋହନ ରାଓ, ପ୍ରତାପ ଚନ୍ଦ୍ର ପ୍ରଧାନ , ଏ.ମାଲେଶ୍ୱର ରାଓ, ଶ୍ୟାମ ସୁନ୍ଦର ଖାଡଙ୍ଗା, ମହର୍ଷି ସିଂ  ବକ୍ତବ୍ୟ ରଖି ଥିଲେ ଓ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ।
ସୁନେଜ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେଇ ଥିଲେ।
Nalco

Leave A Reply