Odisha news

ସବୁଜ ବାହିନୀ ପକ୍ଷରୁ “ଜଳ ବଞ୍ଚାଅ” ସଚେତନତା ଏବଂ ଦାବି ପତ୍ର ପ୍ରଦାନ

0
ବ୍ରହ୍ମପୁର  :  “ବିଶ୍ୱ ଜଳ ଦିବସ” ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ଜଳ ସଂରକ୍ଷଣ ସଦୁପଯୋଗ ଉପରେ ବାର୍ତ୍ତା ନେଇ ସ୍ଥାନୀୟ ହରିଡାଖଣ୍ଡି ଛକ ଠାରୁ ଖଲ୍ଲିକୋଟ କଲେଜ ପଡିଆ ପର୍ଯ୍ୟନ୍ତ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ସହରବାସୀଙ୍କୁ ସଚେତନ କରାଯାଇଥିଲା। ଆଗକୁ ଗ୍ରୀଷ୍ମ ଋତୁରେ ଥିବା ବେଳେ
ସହରରେ ବିଭିନ୍ନ ପୋଖରୀ ପୁନରୁଦ୍ଧାର ପାଇଁ ଜଳ ନିଷ୍କାସନ ଚାଲୁଥିବାବେଳେ ପୋଖରୀର ସ୍ଥାନୀୟ ଅଞ୍ଚଳରେ  ଭୂତଳ ଜଳ ଜନିତ ସମସ୍ୟା ସହ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚରେ ଦଣ୍ଡୁଆ ଓ  ମାନସିକଧାରୀ ଭକ୍ତ ମାନେ ମଧ୍ୟ ପ୍ରଭାବିତ ହୋଇପାରନ୍ତି। ଏହାକୁ ଦୃଷ୍ଟିରେ ରଖି  ବ୍ରହ୍ମପୁର ମହାନଗର ନିଗମ ଏଡିସନଲ କମିଶନର ଶ୍ରୀ ବିକ୍ରମ ସୁନ୍ଧିଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା।
ଏହାସହ  ବ୍ରହ୍ମପୁର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା କଚେରୀ ପୋଖରୀକୁ ପୋତି ସେଠାରେ ବେଆଇନ ଭାବେ କୋଠା ନିର୍ମାଣ କରାଯାଉଥିବାର   ସଙ୍ଗଠନ ସୂଚନା ପାଇ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶ୍ରୀ ସନ୍ନି ଖକରଙ୍କୁ ଲିଖିତ ଭାବେ ଦାବି ପତ୍ର ପ୍ରଦାନ କରିଥିଲେ।  ତେବେ ଶ୍ରୀ ଖକର ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିବା ସହ ସେଠାରେ ଥିବା  ଜଳାଶୟକୁ ପୁନରୁଦ୍ଧାର କରିବେ ବୋଲି  ସଙ୍ଗଠନକୁ ପ୍ରତିଶ୍ରୁତି  ଦେଇଥିଲେ। ବନଖଣ୍ଡ ଅଧିକାରୀଙ୍କ ପ୍ରତିଶ୍ରୁତିକୁ ସଙ୍ଗଠନ ସମ୍ବେଦନଶୀଳ କହିବା ସହ ପୋତାହୋଇଥିବା  କଚେରୀ ପୋଖରୀକୁ ନେଇ ଆବଶ୍ୟକ ଡକ୍ୟୁମେଣ୍ଟ ସଂଗ୍ରହ କରି ପୁଣି ବନଖଣ୍ଡ ଅଧିକାରୀ ଏବଂ ପ୍ରଶାସକଙ୍କୁ ଦୃଷ୍ଟି ଆକର୍ଷଣ କରିବେ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।
ବର୍ତ୍ତମାନର ବେଙ୍ଗାଲୁରୁ ସହରରେ ଜଳ ସଂକଟ ନେଇ ବିଭିନ୍ନ ଦିଗକୁ ପର୍ଯ୍ୟବେକ୍ଷଣ କଲେ ମୁଖ୍ୟତଃ ଜଳାଶୟ ପୋତି କୋଠା ନିର୍ମାଣ, ରାସ୍ତାଘାଟ ସମ୍ପୂର୍ଣ୍ଣ କଂକ୍ରିଟ କରଣ, ପରିବେଶକୁ ଗୁରୁତ୍ୱ ନଦେଇ ଗଛ କାଟି ସହରୀକରଣ କରିବା ଦ୍ୱାରା ଏହି ଭଳି ଜଳ ଦୁର୍ଦ୍ଦଶା ଦେଖିବାକୁ ମିଳୁଛି। ତେଣୁ ନିକଟ ଭବିଷ୍ୟତରେ ବ୍ରହ୍ମପୁର ସହର ଏଭଳି ସମସ୍ୟାକୁ ସମ୍ମୁଖୀନ ହେବାର ବଞ୍ଚିତ କରିବା ପାଇଁ ଆଗାମୀ ଦିନମାନଙ୍କରେ ସଙ୍ଗଠନ ପକ୍ଷରୁ ” ଜଳ ବଞ୍ଚାଅ” ଅଭିଯାନ ମାଧ୍ୟମରେ ଜନସାଧାରଣଙ୍କୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଏବଂ ପ୍ରଶାସନ ପ୍ରଶାସକଙ୍କୁ ଜଳ ସମସ୍ୟା ବିଷୟରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ସଙ୍ଗଠନର ସଭାପତି ଶିବରାମ ପାଣିଗ୍ରାହୀ ମତ ବ୍ୟକ୍ତ କରିଛନ୍ତି।
ଏହି ସଚେତନତା ଓ ଦାବି ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ଉପ ସଭାପତି ଏମ ଦିଲ୍ଲୀପ କୁମାର, ସମ୍ପାଦକ ଏ ପ୍ରକାଶ, ସହ ସମ୍ପାଦକ ପି ବିନୋଦ,କେ ସୁଶୀଲ କୁମାର,ଆକାଶ ରାଉତ,ପ୍ରସନ୍ନ କୁମାର ସ୍ୱାଇଁ,ସାଗର ପ୍ରସାଦ ପାତ୍ର, ରବି ସାହାଣୀ ପ୍ରଭୃତି ସଦସ୍ୟ ଉପସ୍ଥିତ ଥିଲେ।
Nalco

Leave A Reply