Odisha news

୩ୟ ତମ ଅନ୍ତଃ ରାଜ୍ୟସ୍ତରୀୟ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ବ୍ରହ୍ମପୁରର ଲାଇନ୍ସ ଇଲେଭେନ ବିଜୟୀ  

0
ବ୍ରହ୍ମପୁର :-ସ୍ଥାନୀୟ ଗୋସାଇଁନୂଆଗାଁ କେସି ହାଇସ୍କୂଲ ଖେଳ ପଡିଆ ଠାରେ କେସି ଇଲେଭେନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୩ୟ ତମ ଅନ୍ତଃ ରାଜ୍ୟସ୍ତରୀୟ ଟେନିସ ବଲ କ୍ରିକେଟ ଫାଇନାଲ ମ୍ୟାଚ ବ୍ରହ୍ମପୁର କେସି ଇଲେଭେନ ବନାମ ବ୍ରହ୍ମପୁର ଲାଇନ୍ସ ଇଲେଭେନ ମଧ୍ୟରେ  ଖେଳ ଅନୁଷ୍ଠିତ ହୋଇଥିଲା l ବ୍ରହ୍ମପୁର ଲାଇନ୍ସ ଇଲେଭେନ ଟସ ଜିତି ପ୍ରଥମେ ବୋଲିଙ୍ଗର ନିଷ୍ପତ୍ତି ନେଇଥିଲେ l କେସି ଇଲେଭେନ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୪.୧ ଓଭର ଖେଳି ସମସ୍ତ ୱକେଟ ହରାଇ ୧୩0 ରନ କରିଥିଲେ l ଦଳ ପକ୍ଷରୁ ସୋମିୟ ମହାନ୍ତି ୧୫ ବଲ ଖେଳି ୨୯ ରନ ଓ ନୟନ ଆଚାର୍ଯ୍ୟ ୧୪ ବଲ ଖେଳି ୨୮ ରନ କରିଥିଲେ l ଲାଇନ୍ସ ଇଲେଭେନ ପକ୍ଷରୁ ବୋଲିଙ୍ଗରେ ମାରି ୩ ଓଭର ପକାଇ ୨୩ ରନ ଦେଇ ୩ ଗୋଟି ୱକେଟ ଅକ୍ତିହାର କରିଥିଲେ l ଜବାବରେ ଲାଇନ୍ସ ଇଲେଭେନ ୧୪. ୩ ଓଭର ଖେଳି ୮ ଗୋଟି ୱକେଟ ହରାଇ ୧୩୩ ରନ କରିଥିଲେ l ଦଳ ପକ୍ଷରୁ ମାରି ୬ ବଲ ଖେଳି ୨୫ ରନ ଦଳ ବିଜୟୀ କଲେ l କେସି ଇଲେଭେନ ପକ୍ଷରୁ ବୋଲିଙ୍ଗରେ ବବୁଲୁ ୩ ଓଭର ପକାଇ ୧୪ ରନ ଦେଇ ୨ ଗୋଟି ୱକେଟ ଅକ୍ତିହାର କରିଥିଲେ l ଏହି ମ୍ୟାଚକୁ ଲାଇନ୍ସ ଇଲେଭେନ ୨ ଗୋଟି ୱକେଟରେ ମ୍ୟାଚ ଜିତି ଫାଇନାଲ ଟ୍ରଫି ଜିତିଲା l କେସି ଇଲେଭେନ ପକ୍ଷରୁ ମାରିଙ୍କୁ ମେନ ଅଫ ଦା ମ୍ୟାଚ ଭାବେ ବିବେଚିତ ହୋଇଥିବା ବେଳେ l ମେନ ଅଫ ଦା ସିରିଜ କେସି ଇଲେଭେନର ସୁଦର୍ଶନ ରେଡି, ବେଷ୍ଟ ବେଟସ ମ୍ୟାନ ଲାଇନ୍ସ ଇଲେଭେନର ରାଜି ରେଡି, ବେଷ୍ଟ ବୋଲର ଲାଇନ୍ସ ଇଲେଭେନ ଜି. ନବୀନ ପୁରସ୍କୃତ ହୋଇଥିବା ବେଳେ, ଆଜିର ଏମ୍ପାୟାର ଭାବେ ଡ଼ି. ଲିଙ୍ଗରାଜୁ ଓ ସୁବ୍ରତ ବକ୍ସି ପଟ୍ଟନାୟକ ମେଚ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଆଦିତ୍ୟ ପାଢ଼ୀ ଓ ଜଗନ୍ନାଥ ଚୌଧୁରୀ,କମେଣ୍ଟ୍ରି ଭାବେ ଶୁଭମ ପାତ୍ର ଓ ଲୁସନ ପଣ୍ଡା ସହଯୋଗ କରିଥିଲେ l ଆଜିର ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା, ସୁରତ କୁମାର ପଣ୍ଡା, ୨୮ ନଂ ୱାର୍ଡ କର୍ପୋରେଟର ପାର୍ବତୀ ପ୍ରଧାନ, ତାରିଣୀ ଚରଣ ସାମନ୍ତରାୟ, ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହ କରିବା ସହ ବିଜୟୀ ଟିମ ଓ ରନର ଟିମକୁ ଟ୍ରଫି ପ୍ରଦାନ କରିବା ସହ ବିଜୟୀ ଟିମକୁ ୬0 ହଜାର ଅର୍ଥ ପୁରସ୍କାର ଓ ରନର ଟିମକୁ ୪0 ହଜାର ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କେସି ଇଲେଭେନ କ୍ରିକେଟ କ୍ଲବର ସଭାପତି ବରେଶ ମହାପାତ୍ର, ବିଜୟ ପଟ୍ଟନାୟକ, ଶୁଭମ ପାତ୍ର,ବିଜୟ ପଟ୍ଟନାୟକ,ଲିପନ ପାଣିଗ୍ରାହୀ, ହରିହର ପାଢ଼ୀ, ବଳରାମ ପଣ୍ଡା, ଉପସ୍ଥିତ ରହି ଖେଳକୁ ସହଯୋଗ କରିଥିଲେ l
Nalco

Leave A Reply