ବ୍ରହ୍ମପୁର : ସ୍ଥାନୀୟ ରାଜା ସହି ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ସମନ୍ୱିତ ଶିଶୁ ବିକାଶ ପକ୍ଷରୁ ବାଳିକା ଓ ମହିଳା ମାନଙ୍କ ଉପରେ ହେଉଥିବା ବିଭିନ୍ନ ହିଂସା ଘଟଣା ସମ୍ପର୍କରେ ଆଲୋଚନା ହୋଇ ଥିବା ବେଳେ ଏକ ଜନ ସଚେତନ କରାଇବା ସହ ବିଭିନ୍ନ ସ୍ଳୋଗାନ ଦେଇ ସଚେତନ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେୟର ସଂଘମିତ୍ରା ଦଳେଇ ଓ ସମ୍ମାନୀତ ଅତିଥି ଭାବେ କର୍ପୋରେଟର ଟି କିଶୋର ପାତ୍ର ଯୋଗ ଦେଇଥିଲେ। ସିଡିପିଓ କଳ୍ପନା ରାଣୀ ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ନାବାଳକ ଓ ମହିଳା ମାନଙ୍କ ଉପରେ ହେଉଥିବା ହିଂସା ଓ
ନିର୍ଯାତନା ଭଳି ସାମାଜିକ କାର୍ଯ୍ୟକ୍ରମ ରେ ବହୁ ମହିଳା ଓ କିଶୋରୀ ବାଳିକାମାନଙ୍କ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏକ ପଥପ୍ରାନ୍ତ ସଭା କରି ସଚେତନ କରିଥିଲେ।
ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉପରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବକୃତା, ଗୀତା ଆବୃତ୍ତି, ଶ୍ଳୋକାନ୍ତ, ପ୍ରବନ୍ଧ ଲିଖିନ,ପଦ୍ୟ ଆଲୋଚନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ନେହାମୟୀ ୱନଷ୍ଟପ ସେଣ୍ଟର, ବିଜୟ ଲକ୍ଷ୍ମୀ ପାଢ଼ୀ, ମଞ୍ଜୁ ଲତା ତ୍ରିପାଠୀ,ବନଜା ବେହେରା ପ୍ରମୁଖ ଅଞ୍ଚଳ ପରିଦର୍ଶିକା ଙ୍କ ସମେତ ବହୁ ଅଙ୍ଗନବାଡ଼ି କେନ୍ଦ୍ର କର୍ମୀ ସହାୟିକା ଓ ମହିଳା ଯୁବତୀ ଉପସ୍ଥିତ ଥିଲେ।