Odisha news

ଗଞ୍ଜାମ ଜିଲ୍ଲାର ବକ୍ସର ଙ୍କ ସଫଳତା

0
ବ୍ରହ୍ମପୁର : ରାଉରକେଲା ଠାରେ ଚଳିତ ମାସ ୧୬.୧୧.୨୦୨୩ ଓ ୧୭.୧୧.୨୦୨୩ ରେ  ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ପୁରୁଷ ଓ ମହିଳା ପ୍ରତିଯୋଗିତା ରେ ଗଞ୍ଜାମ ବକ୍ସିଂ ଦଳ ପୁରୁଷ ବର୍ଗ ରେ ଚାମ୍ପିଅନ ହୋଇଥିବା ବେଳେ ମହିଳା ବର୍ଗ ରେ ରନର୍ସ୍ ଅପ୍ ହୋଇଛନ୍ତି | ପୁରୁଷ ବିଭାଗ ରେ ସ୍ଵର୍ଣ୍ଣ ପଦକ ଅଧିକାର କରିଥିବା ବକ୍ସର ମାନଙ୍କ ନାମ ହେଲା ୧. N ମାଧବ, ୨. ଆଦିତ୍ୟ ମହାନ୍ତି, ୩. ଗଣେଶ ମହାପାତ୍ର ଓ ରୌପ୍ୟପଦକ ଅଧିକାର କରିଥିବା ବକ୍ସର ମାନଙ୍କ ନାମ ହେଲା ୧. K ଚନ୍ଦ୍ରଶେଖର, ୨. ସାଇ କିରଣ ତଥା ବ୍ରୋଞ୍ଜପଦକ ଅଧିକାର କରିଥିବା ବକ୍ସର ମାନଙ୍କ ନାମ ହେଲା ୧. G କାର୍ତ୍ତିକ, ୨. ଦୁର୍ଗା ପ୍ରସାଦ ଦାସ, ୩. K ମଣ୍ଟୁ ପାତ୍ର । ସେହିଭଳି ମହିଳା ବିଭାଗ ରେ ସ୍ଵର୍ଣ୍ଣ ପଦକ ଅଧିକାର କରିଥିବା ମହିଳା ବକ୍ସର ମାନେ ହେଲେ ୧. A ରିତୁ ରାଓ, ୨. ଶ୍ରୁତିସା ରାଣୀ ପାଣିଗ୍ରାହୀ ଓ ରୌପ୍ୟପଦକ ଅଧିକାର କରିଥିବା ମହିଳା ବକ୍ସର ମାନେ ହେଲେ ୧. ଅନିଶା ପାଣିଗ୍ରାହୀ, ୨. ସୁନିତା ଗୌଡ଼ ତଥା ବ୍ରୋଞ୍ଜ ପଦକ ଅଧିକାର କରିଥିବା ମହିଳା ବକ୍ସର ମାନେ ହେଲେ ୧. ରେଣୁ ମହାପାତ୍ର, ୨. ଶ୍ରୀମା ପାଣିଗ୍ରାହୀ ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ଜଣାଇଛନ୍ତି। ଏହି ଦଳ ସହ ଜାତୀୟ ରିଫେରି ତଥା ସ୍ଥାନୀୟ କୋଚ୍ ଶ୍ରୀଯୁକ୍ତ ଶିଶିର କୁମାର ପାଣିଗ୍ରାହୀ, କୋଚ୍ ଶ୍ରୀ ଶିବରାମ ପାତ୍ର, G ବୁଲୁ ପାତ୍ର, ସୁନୁପୁ ସୁନିଲ୍, ଲିଟୁ ଦାସ, N ଗଣେଶ ପାତ୍ର ପ୍ରମୁଖ କୋଚ୍ ତଥା ରିଫେରୀ ଭାବେ ଯୋଗ ଦେଇଥିଲେ। GDAA ର ସମସ୍ତ କର୍ମକର୍ତ୍ତା ଓ ଗଞ୍ଜାମ ବକ୍ସିଂ କ୍ଲବ୍ ର ସମସ୍ତ ବକ୍ସର ଓ କର୍ମକର୍ତ୍ତା, ବିଜୟ ସିଂ ସାମନ୍ତ, GDAA ର ଯୁଗ୍ମ ସମ୍ପାଦକ ବସନ୍ତ ପାଣିଗ୍ରାହୀ, ଦିବାକର ପାଣିଗ୍ରାହୀ,  ଯୁଗ୍ମ ବକ୍ସିଂ ସମ୍ପାଦକ k ପ୍ରଭାକର ରାଓ, ଲଡ଼ୁ କିଶୋର ସାହୁ,  କୋଷାଧ୍ୟକ୍ଷ ଉପେନ୍ଦ୍ର ପଟ୍ଟନାୟକ,  ଯୁଗ୍ମ ସମ୍ପାଦକ ଶରତ ଚନ୍ଦ୍ର ମହାପାତ୍ର ଓ ତଥା ଆନ୍ତର୍ଜାତୀୟ ବକ୍ସର ମମତା ପଣ୍ଡା ଶୁଭେଚ୍ଛା ଜଣାଇଛନ୍ତି।
Nalco

Leave A Reply