Odisha news

ରାଜ୍ୟରେ ପ୍ରଥମ ରକଗାର୍ଡେନ ଆମ୍ବପୁଅରେ ଲୋକାର୍ପିତ

0
ବ୍ରହ୍ମପୁର :-ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆମ୍ବପୁଆଠାରେ ନିର୍ମିତ ହୋଇଥିବା ରକ ଗାର୍ଡେନ ରବିବାରଠାରୁ ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ ହୋଇଛି। ଏ ନେଇ ଶନିବାର ସନ୍ଧ୍ୟାରେ ବିଇଡିଏ ସଚିବ ସମିତ ରାଉତ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଆରଡିସି ଟି ଆଓ, ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଉପଜିଲାପାଳ ଆଶୁତୋଷ କୁଲକଣ୍ଠ ଓ ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଏହି ରକ ଗାର୍ଡେନରେ ୫ଟି ୱାଟର ଫାଉଣ୍ଟେନ,ଏଲଇଡି ଗାର୍ଡେନ, ମିଟର ମେଜ,କସମସ, ରାଜ୍ୟର ସଂସ୍କୃତି ଓ ମୁକ୍ତାକାଶ ଥୁଟର ରହିଛି। ମୁକ୍ତାକାଶ ଥୁଟରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ବୋଲି ବିଇଏମ୍‌ସି କମିଶନର ସୂଚନା ଦେଇଛନ୍ତି। ପ୍ରଥମେ ଏହାର ପ୍ରବେଶ ଫି’ ୨୦ ଟଙ୍କା ରଖାଯିବ। ଏଥସହ ମିରର ମେଜ ଓ କସମୋସ ନିମନ୍ତେ ମଧ୍ୟ ୫୦ ଟଙ୍କା ଫି’ ରହିବ ବୋଲି କମିଶନର କହିଛନ୍ତି। ଏଠାରେ ରହିଥିବା ଫୁଡ କୋର୍ଟ ଏସଏଚଜି ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ଏଠାରେ ଭଳିକି ଭଳି ଖାଦ୍ୟ ମଧ୍ୟ ଉପଲବ୍ଧ ରହିବ। ଏହି ରକ ଗାର୍ଡେନଟି ୧୪.୮୫ କୋଟି ଟଙ୍କା ବ୍ୟୟରେ ୧୦ ଏକର ଜାଗାରେ ନିର୍ମିତ ହୋଇଛି । ଏହା ରକ ଗାର୍ଡେନକୁ ବ୍ରହ୍ମପୁର ସହରବାସୀ ସମେତ ଗଞ୍ଜାମ ଜିଲ୍ଲାବାସୀ ଭ୍ରମଣ କରି ଖୁସି ହେବେ ବୋଲି ବିଇଡିଏ ସଚିବ କହିଛନ୍ତି।

Leave A Reply