Odisha news

ହଳଦିଆପଦର ଓଭରବ୍ରିଜରୁ ଗଞ୍ଜେଇ ସହ ଯୁବକ ଗିରଫ

0
ଵ୍ରହ୍ମପୁର, ୧୨/୯- ଵ୍ରହ୍ମପୁରରୁ ଗଞ୍ଜେଇ ହଳଦିଆପଦର ଓଭରବ୍ରିଜ ଦେଇ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଵ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ. ଙ୍କ ନିର୍ଦେଶରେ ଗୋଶାଣିନୁଆଗାଁ ପୋଲିସ ଉକ୍ତ ଓଭରବ୍ରିଜ ଉପରେ ରାତ୍ରିକାଳୀନ ଚେକିଂ କରିଥିଲା। ସୋମବାର ବିଳମ୍ବିତ ରାତ୍ର ଦୁଇ ଜଣ ଯୁବକ ଜାତୀୟ ରାଜପଥ ପଟକୁ ଏକ ବାଇକରେ ବ୍ୟାଗଧରି ସନ୍ଧେହ ଜନକ  ଭାବେ ଯାଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ଜଣେ ଯୁବକ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଥିବା ବେଳେ ଅନ୍ୟ ଜଣଙ୍କୁ ପୋଲିସ କାବୁ କରିଥିଲା। ସେ ଧରିଥିବା ଏକ ବ୍ୟାଗ ଯାଞ୍ଚ ବେଳେ ସେଥିରେ ୪୦କେଜି ୭୦୦ ଗ୍ରାମ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା। ଗଂଜେଇ ଓ ଏକ ବାଇକ ପୋଲିସ ଜବତ କରିଛି।ଅଭିଯୁକ୍ତ ଜଣଙ୍କ ଆନ୍ଧ୍ରପ୍ରଦେଶ ନେଲୁରୁ ଅଞ୍ଚଳର ପେଟଲା ଅନିଲ(୨୦)। ସେହିପରି ଫେରାର ଅଭିଯୁକ୍ତ ଜଣଙ୍କ ଜି. ରାଜୁ ବୋଲି ପୋଲିସ କହିଛି।  ମାମଲା ନମ୍ବର ୨୭୩/୨୩ ରେ ଅନିଲଙ୍କୁ ଗିରଫ କରାଯାଇ ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
Nalco

Leave A Reply