Odisha news

ଲାଞ୍ଚ ଗ୍ରହଣ ମାମଲାରେ ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ

0
ବ୍ରହ୍ମପୁର୧୧/୯/୨୩:ଏକ ଲାଞ୍ଚ ଗ୍ରହଣ  ମାମଲାର ବିଚାର କରି ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜର୍ଜ ଡ଼ା ଅରୁଣ କୁମାର ସାହୁ ଅଭିଯୁକ୍ତ ପ୍ରଦୀପ କୁମାର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ୧୫ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଭିଯୁକ୍ତକୁ ୩ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଜଜ ରାୟରେ ପ୍ରକାଶ କରିଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ସେଟେଲମେଣ୍ଟ ଅଫିସର ପୂର୍ବତନ ରେକର୍ଡ କିପର ପ୍ରଦୀପ କୁମାର ସାହୁ । ସୂଚନାଯୋଗ୍ୟ ଯେ, ପାରିଲାଖେମୁଣ୍ଡି ନୀଳକଣ୍ଠପୁର ଗୁଡ଼ାର ବାରିକ ଶବରଙ୍କ ୧୨ଟି ଜାଗାର ୟାଦେସ୍ତ ସାର୍ଟିଫାଇ  କପି ପାଇଁ ବ୍ରହ୍ମପୁର ସେଟେଲମେଣ୍ଟ ଅଫିସରେ ଆବେଦନ କରିଥିଲେ ।ଏଥିପାଇଁ ବ୍ରହ୍ମପୁର ସେଟେଲମେଣ୍ଟ ଅଫିସର ତତ୍କାଳୀନ ରେକର୍ଡ କିପର ପ୍ରଦୀପ କୁମାର ସାହୁ ଆବେଦନକାରୀ ବାରିକ ଶବରକୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।ପରେ ବାରିକ ଏ ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଗତ ୧୦୧୪ ଅଗଷ୍ଟ ୧୨ତାରିଖ ଦିନ ବାରିକ ବ୍ରହ୍ମପୁର ସେଟେଲମେଣ୍ଟ ଅଫିସର  ରେକର୍ଡ କିପରପ୍ରଦୀପ କୁମାର ସାହୁଙ୍କୁ ୫  ହଜାର ଟଙ୍କା ଲାଞ୍ଚ ଦେଇଥିଲେ ।ସେଠାରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲେ ।ମାମଲା ନଂ ୩୩/୧୪ରେ ପ୍ରଦୀପ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ ବିଭାଗ । ପରେ ପ୍ରଦୀପ ଜାମିନରେ ମୁକୁଳି ଥିଲେ । ତତ୍କାଳୀନ ତଦନ୍ତକାରୀ ଅଧିକାରୀ ତଥା ଇନ୍ସପେକ୍ଟର ଏସକେ ସମାନ୍ତରା କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । ମାମଲାର ବିଚାର ଚାଲିଥିବା ବେଳେ ୧୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସୋମବାର ରାୟ ପ୍ରକାଶ ବେଳେ ଅଭିଯୁକ୍ତ ପ୍ରଦୀପ ସାହୁ କୋର୍ଟରେ ହାଜର ହୋଇଥିଲେ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁରେନ୍ଦ୍ର  ପଣ୍ଡା ମାମଲା ପରିଚାଳନା କରୁଥିଲେ ।
Nalco

Leave A Reply