Odisha news

ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗ ରେ ଶୋକ ସଭା

0
 ବ୍ରହ୍ମପୁର :  ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗ ରେ ସର୍ବତ୍ର ଶୋକାକୁଳ ପରିବେଶ ହୋଇ ଯାଇଛି। ବ୍ରହ୍ମପୁରର ପୂର୍ବତନ ମୁନିସିପାଲିଟି କାଉନସିଲର ସଂଘ ତରଫରୁ ସ୍ଥାନୀୟ ହିଲପାଟଣା ସ୍ଥିତ ଏସଏମଆଇଟି ସମ୍ମିଳନୀ କକ୍ଷରେ ଏକ ଶୋକ ସଭା ସଂଘ ସଭାପତି ଡକ୍ଟର ଭାଗବାନ ଗନ୍ତାୟତ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା। ସ୍ଵର୍ଗତ ପାତ୍ରଙ୍କ ଅମର ଆତ୍ମାର ସଦ ଗତି ପ୍ରାପ୍ତି  କାମନା କରାଯାଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରା ଯାଇଛି। ଏହି ସଭାରେ ପୂର୍ବତନ ନଗରପାଳ ପି ଭି ମୁଡୁ,ଜାମୁଲା ଶଙ୍କର ନାରାୟଣ, ଜାମୁଲା ସୁଷମା ରାଣୀ, ଟି ଗୋପି,ଶିବ ଶଙ୍କର ସାହାଣୀ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ପାତ୍ରଙ୍କ କର୍ମମୟ ଜୀବନ ଉପରେ ଆଲୋଚନା କରିଥିଲେ।
Nalco

Leave A Reply