Odisha news

ଚାଷୀକୁ ଦୁର୍ବଳ ମୌସୁମୀ ବଢ଼ାଉଛି ଚିନ୍ତା,ସରୁନି ଧାନ ରୁଆ ଓ ବେଉଷଣ କାର୍ଯ୍ୟ

0

ବେଗୁନିଆ,୧/୯ :  ବେଗୁନିଆ ବ୍ଳକରେ ସମୁଦାୟ ମୋଟ ୧୬୫୬୦ ହେକ୍ଟର ଚାଷଜମି ରହିଥିବା ବେଳେ ସେଥି ମଧ୍ୟରୁ ୨୧୪୦ ହେକ୍ଟର ଚାଷଜମି ନିଅଣ୍ଟିଆ ବର୍ଷା ଯୋଗୁଁ ପଡିଆ ରହିଛି। ଚଳିତ ଖରିଫ ଋତୁରେ ୧୪୪୨୦ ହେକ୍ଟର ଜମିରେ ଚାଷ କରାଯିବାର ଧାର୍ଯ୍ୟ ହୋଇଥିବା ସହ ୩୭୦୦ ହେକ୍ଟର ଉଚ୍ଚା ,୫୨୦୫ ହେକ୍ଟର ମଧ୍ୟମ ଓ ୫୫୦୫ ହେକ୍ଟର ଖାଲୁଆ ଜମିରେ ଧାନ ଫସଲ ସୃଷ୍ଟି କରିବା ପାଇଁ ଚାଷୀକୁଳ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦ ପ୍ରତିଶତ ଜମିରେ ଧାନ ବୁଣା ଓ  ୩୫ ପ୍ରତିଶତ ଜମିରେ ଧାନ ରୁଆ ପୋତା ଶେଷ ହୋଇ ୪୫ ପ୍ରତିଶତ ଜମିରେ ଜଳ ଅଭାବ ଯୋଗୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ।ସେହିପରି ହେକ୍ଟର ୧୦ ଖାଲୁଆ ଜମିରେ ବେଉଷଣ ସରିଥିବା ବେଳେ ବାକି ୧୫ ପ୍ରତିଶତ ହେକ୍ଟର ଜମି ବେଉଷଣ ନ ହୋଇ ଅନାଵନା ଘାସରେ ପୂର୍ଣ୍ଣ ହୋଇ ଶୁଖିଲା ଅବସ୍ଥାରେ ପଡ଼ିରହିଛି। କେବଳ ୩୦ ପ୍ରତିଶତ ଖାଲୁଆ ଜମିକୁ ଛାଡି ଦେଲେ ବାକି ୩୫ ପ୍ରତିଶତ ମଧ୍ୟମ ଓ ୩୫ ପ୍ରତିଶତ ଢିପ ଜମିରେ ଜଳ ଅଭାବ ଯୋଗୁ ଫାଟି ଆଁ କରି ଜଳ ଜଳ ହୋଇ ଦୃଶ୍ୟମାନ ହେଉଛି ।ଅଗଷ୍ଟ ମାସ ଶେଷ ସୁଦ୍ଧା ଧାନ ତଳି ରୁଆ ପୋତା ସହ ସମସ୍ତ କାର୍ଯ୍ୟ ଶେଷ ହେବା କଥା କିନ୍ତୁ ସ୍ୱଳ୍ପ ପରିମାଣର ବର୍ଷା ଓ ଭୋଦୁଅ ଖରା ଅତ୍ୟନ୍ତ ଟାଣ ଯୋଗୁଁ ବିଲରୁ ପାଣି ଶୁଖି ଫାଟ ସୃଷ୍ଟି ହୋଇଛି ।ଏହି ଚାଷ କାର୍ଯ୍ୟ କରିବା ପାଇଁ ବ୍ୟାଙ୍କରୁ ଋଣ କିମ୍ବା ମହାଜନ ଠାରୁ ହାତ ଉଧାର କରି ଜମିରେ ଧାନ ବୁଣିବା ଠାରୁ ଆରମ୍ଭ କରି ବେଉଷଣ, ତଳିରୁଆ ଆଦି କାର୍ଯ୍ୟକୁ ଦିନ ମଜୁରିଆକୁ ଧରି କାର୍ଯ୍ୟକୁ ଆଗେଇ ନେଇଥିବା ବେଳେ ଦାଉ ସାଜିଛି ସ୍ୱଳ୍ପ ପରିମାଣର ବର୍ଷା । ଯାହାକି ଏହା ମରୁଡ଼ିର ଆଶଙ୍କା ସୃଷ୍ଟି କରିଥିବାରୁ ଚାଷୀ ମୁଣ୍ଡରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।ବେଗୁନିଆ ବ୍ଲକ କୃଷି କାର୍ଯ୍ୟାଳୟରେ କର୍ମଚାରୀ ମାନେ କ୍ଷେତ୍ର ପରିଦର୍ଶନ କରିବା ଦୂରର କଥା କେବଳ ନିଜର ବ୍ୟକ୍ତିଗତ କାର୍ଯ୍ୟ ସହ ଶୀତ ତାପ ନିୟନ୍ତ୍ରିତ ଘରେ ବସି ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଯୋଜନାଟି ଉପରେ ବ୍ୟସ୍ତ ରହି ଚାଷୀଙ୍କ ସମସ୍ୟା ଉପରେ ଦୃଷ୍ଟି ଦେଉ ନାହାନ୍ତି ।ଏପରିକି ଆତ୍ମା ପକ୍ଷରୁ ପ୍ରତି ପଞ୍ଚାୟତରେ ନିଯୁକ୍ତ ହୋଇଥିବା କୃଷକ ସାଥି ମାନେ କେବଳ ମାସକୁ ୧ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପାଉଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟ କରୁ ନାହାନ୍ତି ବୋଲି କୃଷି ଅଧିକାରୀ ଆମ ପ୍ରତିନିଧିଙ୍କୁ ଜଣାଇବା ସହ ତାଙ୍କ ସ୍ଥାନରେ ନୂତନ କୃଷକ ସାଥି ନିଯୁକ୍ତି ଦେବା ପାଇଁ ସଚେତନ ନାଗରିକ ମାନେ କହିଛନ୍ତି ।ଏହି ଘଟଣାକୁ ନେଇ କୃଷି ଅଧିକାରୀ ଗଣେଶ୍ୱର ରଥଙ୍କୁ ପଚାରିବାରୁ ଖାମ ଖିଆଲ ଭାବରେ ଉତ୍ତର  ଦେଇ  ଥିଲେ ।

Har Ghar Tiranga

Leave A Reply