Odisha news

ବିଅରରେ ବ୍ୟବହୃତ ହେଉଥିବା “ଖମୀର” କ୍ୟାନ୍ସର ନିରୋଧୀ ଅଟେ : ରିସର୍ଚ୍ଚ

0

ବିଅର ପିଇବାକୁ ଅନେକ ଲୋକ ପସନ୍ଦ କରି ଥାଆନ୍ତି , କାହିଁକି ନା ଏଥିରେ ଆଲକୋହଲ ମାତ୍ରା ଖୁବ କମ ରହିଥାଏ l କିନ୍ତୁ ଆପଣ ଜାଣି ରଖିବା ଉଚିତ ଯେ ବିଅର ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ଖମୀର ର ଯେଉଁ ବ୍ୟବହାର କରାଯାଇ ଥାଏ ତାହା କ୍ୟାନ୍ସର ନିରୋଧୀ ଅଟେ l ଜର୍ମାନୀ ର EMBL ଗବେଷକ ଙ୍କ ସହିତ ମିଳିତ ଭାବରେ ଭର୍ଜିନିଆ ସ୍କୁଲ ଅଫ ମେଡ଼ିସିନ ର ସାଇଣ୍ଟିସ୍ଟ ମାନେ ଗୋଟିଏ ଅଧୟନ ରେ କହିଛନ୍ତି ଯେ ବିଅର ରେ ବ୍ୟବହୃତ ହେଉଥିବା ଖମୀର କ୍ୟାନ୍ସର ସେଲ୍ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ l

ଏହି ଅଧୟନ ରେ କୁହାଯାଇଛି ଯେ ଯେତେବେଳେ କିଛି ସ୍ଥିତି ହାତରୁ ଖସି ଯାଇଥାଏ ସେତେବେଳେ କୋଷିକା ଗୁଡିକ ଜୀବିତ ରହିବା ପାଇଁ ଗଭୀର ନିଦ୍ରାକୁ ଚାଲି ଯାଇଥାଆନ୍ତି l ଏବଂ ଏହି ଗୁଡିକ ଫେରି ଆସି ଥାଆନ୍ତି l

କ୍ୟାନ୍ସର କୁ ଠିକ ଭାବରେ ଜାଣିବା ପାଇଁ ବିଅର ଇଷ୍ଟ କୁ ନେଇ ଅଧୟନ –
ବୈଜ୍ଞାନିକ ମାନେ ବିଅର ପ୍ରସ୍ତୁତ କରୁଥିବା ଜଣେ ବିଅର କମ୍ପାନୀ ର ମାଲିକ ଙ୍କୁ ମଧ୍ୟ ସାମିଲ କରାଯାଇ ଥିଲା l ସେ କହିଥିଲେ ଯେ ବିଅର ରେ ବ୍ୟବହୃତ ହେଉଥିବା ଖମୀର କ୍ୟାନ୍ସର କୋଷିକା ବୃଦ୍ଧିରେ ରୋକ ଲଗାଇ ଥାଏ l ଏହା ଗୋଟିଏ ଅଦ୍ଭୁତ ସେଲୁଲର ପ୍ରକ୍ରିୟା ଏବଂ ଅମୁଲ୍ୟ ଶୋଧ ଉପକରଣ l

– ଏହି ଅଧୟନ ଅନୁସାରେ କୁହାଯାଇଛି ଯେ ଖମୀର ଗୋଟିଏ ଏଭଳି ଉପାଦାନ ଅଟେ ଯାହାକି ଶରୀରକୁ ଶୀତଲତା ପ୍ରଦାନ କରିଥାଏ l

– ବିଅର ସେବନ କରୁଥିବା ବ୍ୟକ୍ତିଙ୍କ ନିକଟରେ କ୍ୟାନ୍ସର ସେଲ ବୃଦ୍ଧିକୁ ନେଇ ରୋକ ଲାଗିଥାଏ l

– ଖମୀର ର ବ୍ୟବହାର ଶରୀର କୁ ଲାଭ ଦେଉଥିଲେ ମଧ୍ୟ ବହୁଳ ସେବନ କ୍ଷତି କାରକ ମଧ୍ୟ ହୋଇପାରେ l

Nalco

Leave A Reply