ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ପର୍ବର ବିଶେଷ ମହତ୍ୱ ରହିଛି , ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରତ୍ୟେକ ବର୍ଷ ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥି କୁ ଅକ୍ଷୟ ତୃତୀୟା ଭାବରେ ପାଳନ କରାଯାଏ l ଏହିଦିନ ମା ଲକ୍ଷ୍ମୀଙ୍କ ର ବିଶେଷ ପୂଜାର୍ଚନା କରାଯାଇଥାଏ l
ଏହିଦିନ ଓଡ଼ିଆ ର ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ରଥ କାଠ ଅନୁକୂଳ ହୋଇଥାଏ l ଏବଂ ଓଡ଼ିଆ ଚାଷୀ ପୁଅ ବିଲରେ ଧାନ ବୁଣିବା କାର୍ଯ୍ୟ ଆରମ୍ଭ କରିଥାଏ l ମାନ୍ୟତା ଅନୁସାରେ ଏହି ଦିନ ମା ଲକ୍ଷ୍ମୀଙ୍କୁ ବିଧିବଦ୍ଧ ଭାବରେ ପୂଜା କରିବା ଦ୍ୱାରା ଜୀବନ ର ସମସ୍ତ ଦୁଃଖ ଦୂର ହୋଇଥାଏ l ଚଳିତ ବର୍ଷ ଅକ୍ଷୟ ତୃତୀୟା ଅପ୍ରେଲ ୩୦ ତାରିଖ ରେ ଅନୁଷ୍ଠିତ ହେବ l
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହିଦିନ ପର୍ଶୁରାମ ଜୟନ୍ତୀ ପାଳିତ ହୋଇଥାଏ , ଏବଂ ଶାସ୍ତ୍ର ଅନୁସାରେ ଏହିଦିନ ତ୍ରେତେୟା ଯୁଗ ଓ ସତ୍ୟ ଯୁଗ ର ଆରମ୍ଭ ହୋଇଥିଲା l ଏହିଦିନ ବିନା କୌଣସି ତିଥି ଗଣନା ରେ ଶୁଭ କାର୍ଯ୍ୟ , ନୁଆ ବ୍ୟବସାୟ ଆରମ୍ଭ , ବିବାହ ଇତ୍ୟାଦି ହୋଇଥାଏ l
ଅକ୍ଷୟ ତୃତୀୟା ରେ ଘଟୁଛି ମହା ସଂଯୋଗ –
ଚଳିତ ବର୍ଷ ଅକ୍ଷୟ ତୃତୀୟା ସର୍ବାର୍ଥ ସିଦ୍ଧି ଯୋଗରେ ପାଳିତ ହେବ l ଜ୍ୟୋତିଷ ଶାସ୍ତ୍ରରେ ସର୍ବାର୍ଥ ସିଦ୍ଧି ଯୋଗ ସିଧା ସଳଖ ମା ଲକ୍ଷ୍ମୀଙ୍କ ସହିତ ସମ୍ପର୍କ ରହିଛି l ଏହି ଶୁଭ ଯୋଗରେ ପୂଜା କଲେ ମା ଲକ୍ଷ୍ମୀ ତୁମର ସମସ୍ତ ଇଚ୍ଛା ପୂର୍ଣ କରିବେ l
ପିତୃ ପୁରୁଷ ଙ୍କୁ ସନ୍ତୁଷ୍ଟ କରିବା ପାଇଁ –
ଅକ୍ଷୟ ତୃତୀୟା ଦିନ ପିତୃ ପୁରୁଷ ଙ୍କ ପାଇଁ କୁଶ ସହିତ ଜଳଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ l ଏବଂ ଏହିଦିନ ପିତୃ ପୁରୁଷ ଙ୍କ ନିମିତ୍ତ ଅନ୍ନ ଦାନ ର ଖୁବ ମହତ୍ୱ ରହିଛି l
ଦାନ ରେ ପ୍ରାପ୍ତ ହୋଇଥାଏ ଅଖଣ୍ଡ ସୌଭାଗ୍ୟ –
ଅକ୍ଷୟ ତୃତୀୟା ଦିନ ଯଦି ଆପଣ କଳସ ଘଡି , ଚାଉଳ , ଡାଲି , କୌଣସି ମିଠା ପଦାର୍ଥ , ହଳଦୀ , କାକୁଡି ଦକ୍ଷୀଣା ସହିତ ଦାନ କରିବା ଦ୍ୱାରା ଜୀବନ ରେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l
ଧାର୍ମିକ ମାନ୍ୟତା –
ଅକ୍ଷୟ ତୃତୀୟା ଦିନ କୁ ମଧ୍ୟ ଚିରଞ୍ଜୀବୀ ତିଥି କୁହାଯାଇଥାଏ l ଏହି ତିଥି ରେ ଭଗବାନ ବିଷ୍ଣୁ ପର୍ଶୁରାମ ଅବତାର ନେଇଥିଲେ l ଏବଂ ଭଗବାନ ପର୍ଶୁରାମ ଚିରଞ୍ଜୀବୀ ଅଟନ୍ତି l