ଆଜିକାଲି ଅନ ହେଲଦି ଖାଦ୍ୟ ଓ ଲାଇଫଷ୍ଟାଇଲ ଅନେକ ରୋଗର କାରଣ ହେଉଛି, ରୋଗ କେବଳ ଶାରୀରିକ ନୁହେଁ, ମାନସିକ ମଧ୍ୟ ହୋଇ ଯାଉଛି l ମାନସିକ ରୋଗ ବିଶେଷ ଭାବେ ଏଙ୍ଗାଯାଇଟି ଓ ଡିପ୍ରେସନ ହେଉଛି ଏବଂ ଏହା ପଛରେ ଅନେକ କାରଣ ମଧ୍ୟ ରହୁଛି l ବିଶେଷ ଭାବରେ ମାନସିକ ରୋଗରେ ମହିଳା ଙ୍କ ତୁଳନାରେ ପୁରୁଷ ଅଧିକ ପୀଡିତ ହେଉଛନ୍ତି l
ମହିଳା ଡିପ୍ରେସନ ର ଅଧିକ ହେଉଛନ୍ତି ଶିକାର –
WHO ର ସୂଚନା ଅନୁସାରେ ଡିପ୍ରେସନ ର ଶିକାର କେହିବି ହୋଇପାରେ , କିନ୍ତୁ ପୁରୁଷ ଙ୍କ ତୁଳନାରେ ମହିଳା ମାନେ ଅଧିକ ଶିକାର ହୋଇଥାଆନ୍ତି, ଡିପ୍ରେସନ ର ଶିକାର ସେହିମାନେ ଅଧିକ ହୁଅନ୍ତି ଯିଏକି ଅଧିକ ଦୁର୍ବ୍ୟବହାର ସହି ଥାଆନ୍ତି, ନଚେତ ଖୁବ ଇମୋସନାଲ ସ୍ୱଭାବର ହୋଇ ଥାଆନ୍ତି, ନଚେତ ନିଜ ମନର ଭାବ କୁ ଅଧିକ ଚାପି ରଖିଥାଏ l ନଚେତ ଯେଉଁ ମହିଳା ଅଧିକ ଦୁର୍ବ୍ୟବହାର କୁ ସମୁଖୀନ କରିଥାଏ l ମହିଳା ମାନେ ଅଧିକ ମନ କଷ୍ଟକୁ ନିଜ ମନରେ ଚାପି ରଖନ୍ତି l
ଡିପ୍ରେସନ ର ଲକ୍ଷଣ –
– ଯଦି କୌଣସି ବ୍ୟକ୍ତି ପ୍ରତ୍ୟେକ ସମୟ ରେ ମନ ଦୁଃଖ ରେ ରହିଥାଏ ତେବେ ଏହା ଡିପ୍ରେସନ ର ସଂକେତ, ତେଣୁ ଏଭଳି ଲୋକଙ୍କ ମନରୁ କଥା କାଯିବା ଜରୁରୀ ଅଟେ l
– ଚିଡ଼ିବା ହେଉଛି ଡିପ୍ରେସନ ର ଲକ୍ଷଣ ହୋଇଥାଏ, ଯଦି କୌଣସି ମଣିଷ ଅଚାନକ ଭାବରେ ଚିଡ଼ିଥାଏ ତେବେ ଆପଣ ତା ସହିତ କଥାବାର୍ତା ହେବା ଜରୁରୀ l ଏବଂ ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ l
– ଯଦି ଆପଣ ପ୍ରତ୍ୟେକ ସମୟ ରେ ମନରେ ଖାଲି ପଣ ଅନୁଭବ କରୁଛନ୍ତି ତେବେ ଏହା ଡିପ୍ରେସନ ର ଲକ୍ଷଣ, ଏବଂ ନିଜକୁ ଗୋଟିଏ ସ୍ଥାନରେ ଆବଦ୍ଧ କରି ରଖିବାଟା ମଧ୍ୟ ଡିପ୍ରେସନ ର ଲକ୍ଷଣ ଅଟେ l
– ଡିପ୍ରେସନ ସମୟରେ କୌଣସି କାମ କରିବାକୁ ଇଛା ହୋଇନଥାଏ, ଏବଂ ମନରେ ଏକାଗ୍ରତା ନ ଆସିବା ମଧ୍ୟ ଡିପ୍ରେସନ ର ଲକ୍ଷଣ ଅଟେ l ଏବଂ ମନରେ ମରିବା କିମ୍ବା ଆତ୍ମହତ୍ୟା ର ଭୟ ବାରମ୍ବାର ଉଦ୍ରେକ ହେବା ହେଉଛି ଡିପ୍ରେସନ ର ଆଶଙ୍କା l ଏପରି ସ୍ଥିତି ରେ ଡାକ୍ତର ଙ୍କୁ ନିହାତି ପରାମର୍ଶ କରନ୍ତୁ l