Odisha news

କୀଟତତ୍ତ୍ୱ ବିଜ୍ଞାନୀ ଓ କୀଟ  ସଂଗ୍ରହକାରୀମାନଙ୍କ ତାଲିମ ଶିବିର 

0
ଭୁବନେଶ୍ୱର ତା ୧୭.୦୧.୨୦୨୫ – ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ଓଡିଶା, ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ  ଓ PATH-CHRI ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଭେକ୍ଟର ବାହିତ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଜନ ସଚେତନତାକୁ ବ୍ୟାପକ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି I ଏହାର ଏକ ଅଂଶବିଶେଷ ସ୍ୱରୁପ ରାଜ୍ୟ ତଥା ଜିଲ୍ଲାସ୍ତରୀୟ କୀଟତତ୍ତ୍ୱ ବିଜ୍ଞାନୀ ଓ କୀଟ  ସଂଗ୍ରହକାରୀମାନଙ୍କର କୀଟତତ୍ତ୍ୱ ସମ୍ଭନ୍ଧୀୟ ଏକ ତାଲିମ୍ ଶିବିର ଭୁବନେଶ୍ୱରରେ ଆୟୋଜନ କରାଯାଇଛି I
ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡ଼ ବିଜୟ ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ ନୀଳକଣ୍ଠ ମିଶ୍ର, ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ, (ଆଞ୍ଚଳିକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କାର୍ଯ୍ୟାଳୟ), ଭାରତ ସରକାର ଡ଼ ସୁଚିତ୍ରା ସାସମଲ, ଅତିରିକ୍ତ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ (ଭି.ବି.ଡି) ଡ଼ ପ୍ରଭାକର ସାହୁ ପ୍ରମୁଖଙ୍କ ସଦୟ ଉପସ୍ଥିତିରେ ରାଜ୍ୟର କୀଟତତ୍ତ୍ୱବିଦମାନେ ତାଲିମ ପ୍ରଦାନ କରିଥିଲେ I
ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଓଡିଶାରେ କୀଟତତ୍ତ୍ୱ ସର୍ବେକ୍ଷଣକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ତାତ୍ତ୍ୱିକ  ଅଧିବେଶନ ଏବଂ କ୍ଷେତ୍ର ପରିଦର୍ଶନ ପରି ବିଭିନ୍ନ କାର୍ଯ୍ୟକ୍ରମ ଏହି ତିନି ଦିନିଆ ତାଲିମ ଶିବିରରେ ଅର୍ନ୍ତଭୁକ୍ତ କରାଯାଇଛି I ଏହା ଦ୍ୱାରା ରାଜ୍ୟ ଓ ଜିଲ୍ଲା ସ୍ତରୀୟ କୀଟତତ୍ତ୍ୱ ବିଜ୍ଞାନୀ ଓ କୀଟ  ସଂଗ୍ରହକାରୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼  ମିଶ୍ର ଆଶାବ୍ୟକ୍ତ କରିଛନ୍ତି I

Leave A Reply