ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧି ନୀତି ସମ୍ପର୍କିତ ୨ୟ ଉଚ୍ଚସ୍ତରୀୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର(Suvendra Pattanaik) : ଓଡ଼ିଶା ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧିନୀତି (ଓଏସସିଆରଜିପି) କାର୍ୟ୍ୟକ୍ରମର ଅଗ୍ରଗତି ସଂପର୍କରେ ଉଚ୍ଚସ୍ତରୀୟ ପରିଚାଳନା କମିଟିର ଦ୍ୱିତୀୟ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସଭାଗୃହରେ ଗୁରୁବାରଅନୁଷ୍ଠିତ ହୋଇଯାଇଛି ।
ଏହି ପ୍ରକଳ୍ପ ଅଧିନରେ କରାଯାଉଥିବା କାର୍ୟ୍ୟ ସଂପର୍କରେ ବୈଠକରେବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା । ଏହା ଅଧିନରେ ରାଜ୍ୟରେ ବିଭିନ୍ନ ସାମାଜିକ ସୁରକ୍ଷାଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ତଥ୍ୟଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅଧିନସ୍ଥ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ଦ୍ୱାରାଅଦ୍ୟତନ କରାଯାଉଛି,ଯାହା ଫଳରେ ରାଜ୍ୟରେ ଏ କ୍ଷେତ୍ରରେ ସୁଦୃଢଗ୍ରହଣୀୟ ବ୍ୟବସ୍ଥା ପୂର୍ବକ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସେବା ପ୍ରଦାନକୁ ନିଶ୍ଚିତ କରିବ । ସେହିପରି ଏହି ପ୍ରକଳ୍ପ ଅନ୍ତର୍ଗତ ରାଜ୍ୟ ପାଇଁ ଉନ୍ନତ ଯୋଜନା ଏବଂ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅଧିନସ୍ଥ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଦ୍ୱାରା ରାଜ୍ୟର ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ନିମନ୍ତେ କାର୍ୟ୍ୟ ଜାରି ରହିଛି । ଆହୁରି ମଧ୍ୟ ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶା ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ରାଜ୍ୟରେ ବିପର୍ୟ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରି କ୍ଷୟକ୍ଷତି ହ୍ରାସ କରିବା ପାଇଁ ଆଗୁଆ ସତର୍କ ସୂଚନା ପାଇଁ ପର୍ୟ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି ।
ବିଶ୍ୱ ବ୍ୟାଙ୍କ ସହାୟତାରେ କାର୍ୟ୍ୟକାରୀ ହେଉଥିବା ଏହି ପ୍ରକଳ୍ପ କାର୍ୟ୍ୟକାରିତାକୁ ତଦାରଖ କରିବା ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ନୋଡାଲ ବିଭାଗ ରହିଛନ୍ତି । ଜୁଲାଇ ୨୦୨୩ ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ସମୟସୀମା ୨୦୨୮ ଏପ୍ରିଲ ପର୍ୟ୍ୟନ୍ତ ରହିଛି । ୧୧୮୩ କୋଟି ଟଙ୍କାଅଟକଳରେ ଏହି ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ପାଣ୍ଠି ୩୮୭ କୋଟିଟଙ୍କା ରହିଛି ।
କାର୍ୟ୍ୟକ୍ରମରଅଗ୍ରଗତି ସମ୍ପର୍କରେ ସମୀକ୍ଷାକରି ଉନ୍ନୟନ କମିଶନର ତଥା ଅତିରିକ୍ତମୁଖ୍ୟଶାସନସଚିବଶ୍ରୀମତୀଗର୍ଗକହିଥିଲେଯେ, ଏହିପ୍ରକଳ୍ପଏକଗୁରୁତ୍ୱପୂର୍ଣ୍ଣପ୍ରକଳ୍ପ।ଜନସାଧାରଣଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ ଏବଂ ତାହାକୁ କାର୍ୟ୍ୟକାରୀ କରାଯିବା ପରିପ୍ରେକ୍ଷୀରେ ସଠିକ୍ ତଥ୍ୟ(ଡାଟା)ର ନିତାନ୍ତ ଆବଶ୍ୟକତା ରହିଥାଏ । ବିଭିନ୍ନ ବିଭାଗମାନଙ୍କ ଦ୍ୱାରା ପ୍ରକଳ୍ପ କାର୍ୟ୍ୟକାରିତା ଭିନ୍ନ ଭିନ୍ନ ଉପାୟରେ ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ ସମସ୍ତ ତଥ୍ୟକୁ ସମନ୍ୱିତ କରାଯିବାର ଆବଶ୍ୟକତା ରହିଛି , ଯାହାକି ଏହି ପ୍ରକଳ୍ପ ଜରିଆରେ ହୋଇପାରିବ । ରାଜ୍ୟସରକାରଆଗାମୀଦିନରେରାଜ୍ୟତଥ୍ୟନୀତି( ଷ୍ଟେଟ୍ ଡାଟା ପଲିସି) ଆଣିବାକୁଯାଉଛନ୍ତି।ଏହିପ୍ରକଳ୍ପରକାର୍ୟ୍ୟାନ୍ୱୟନରେ କେଉଁକ୍ଷେତ୍ରରେକେତେ କାର୍ୟ୍ୟ ଅଗ୍ରଗତି ହେବାକଥା, କେତେକାମହୋଇଛିଓ କାମରମାନଦଣ୍ଡକିପରିହେବାକଥାସେସଂପର୍କରେଉନ୍ନୟନ କମିଶନର ସମୀକ୍ଷା ପୂର୍ବକ ପ୍ରକଳ୍ପକାର୍ୟ୍ୟଅଗଗ୍ରତିତ୍ୱରାନ୍ୱିତକରିବାକୁସେ ସମ୍ପୃକ୍ତ ବିଭାଗ ତଥା ସଂସ୍ଥାମାନଙ୍କୁ ନିର୍ଦ୍ଦେଶଦେଇଛନ୍ତି।
ବୈଠକରେ ପରିଚାଳନା କମିଟିର ସଦସ୍ୟ ଥିବା ଅର୍ଥ ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଯୋଜନା ଓ ସଂଯୋଜନ ବିଭାଗ,କୃଷି ଓ କୃଷକ ସଶକ୍ତିକରଣ ବିଭାଗ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓସଡମା ଏବଂ ସଂପୃକ୍ତ ଅନ୍ୟ ବିଭାଗର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ପଠାଣି ରାଉତ ସୂଚନା ଅଧିକାରୀ