Odisha news

ଭୁବନେଶ୍ୱରରେ ଆମାଜନ ଡଟ ଇନ୍‌ରେ ହୋମ୍‌, କିଚେନ୍ ଓ ଆଉଟଡୋର ବ୍ୟବସାୟରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି

0

ଭୁବନେଶ୍ୱର : ଆମାଜନ ଡଟ୍ ଇନ ପକ୍ଷରୁ ଘୋଷଣା କରାଯାଇଛି ଯେ ଓଡ଼ିଶା ଓ ଭୁବନେଶ୍ୱରରେ ହୋମ୍‌, କିଚେନ୍ ଏବଂ ଆଉଟଡୋର ବ୍ୟବସାୟରେ ବାର୍ଷିକ ଆଧାରରେ ପ୍ରାୟ ୨୫% ଅଭିବୃଦ୍ଧି ଘଟିଥିବା ବେଳେ ନୂଆ ଗ୍ରାହକଙ୍କ ସଂଖ୍ୟାରେ ପ୍ରାୟ ୧୫% ବୃଦ୍ଧି ଘଟିଛି, ଯେଉଁମାନେ ଭାରତର ସବୁଠାରୁ ବିଶ୍ୱସନୀୟ ଅନ୍‌ଲାଇନ ଡେଷ୍ଟିନେଶନରେ ସପିଙ୍ଗ୍ କରିଛନ୍ତି । ଏହି ଅଂଚଳରେ କ୍ରୀଡ଼ା ଓ କ୍ରୀଡ଼ା ଉପକରଣର ଚାହିଦା ବଢ଼ିବାରେ ଲାଗିଛି । ଓଡ଼ିଶାରେ ଗ୍ରାହକଙ୍କ ମଧ୍ୟରେ କ୍ରିକେଟ ଏକ ପ୍ରିୟ ଖେଳ ହୋଇ ରହିଥିବା ବେଳେ କ୍ରିକେଟ୍ ଗିୟରରେ ବାର୍ଷିକ ୮୦% ରୁ ଅଧିକ ଅଭିବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ବ୍ୟାଡମିଂଟନ, ଟେନିସ ଓ ଟେବୁଲ ଟେନିସ ସମେତ ରାକେଟ୍ ସ୍ପୋର୍ଟରେ ବାର୍ଷିକ ଆଧାରରେ ପ୍ରାୟ ୧୫୦% ବୃଦ୍ଧି ଘଟିଛି, ଯାହା ଆଉଟଡୋର ସ୍ପୋର୍ଟସ ଉପରେ ଅଧିକ ଧ୍ୟାନକୁ ଦର୍ଶାଉଛି । ଏହି ଅବସରରେ ଆମାଜନ ଇଣ୍ଡିଆର ହୋମ, କିଚେନ୍ ଆଣ୍ଡ ଆଉଟଡୋର ବିଭାଗର ନିର୍ଦ୍ଦେଶକ କେ ଏନ୍ ଶ୍ରୀକାନ୍ତ କହିଛନ୍ତି, “ଆମାଜନ ଡଟ୍ ଇନରେ ଗ୍ରାହକଙ୍କ ସନ୍ତୋଷ ଆମର ସର୍ବୋଚ୍ଚ ପ୍ରାଥମିକତା । ‘ହର ମୁସ୍କାନ୍ କି ଅପନି ଦୁକାନ\’ରେ ପରିଣତ ହେବାର ଆମର ଲକ୍ଷ୍ୟ ଦ୍ୱାରା ପ୍ରେରିତ ହୋଇ ଆମେ ଆମାଜନ ଡଟ୍ ଇନର ହୋମ୍ ଆଣ୍ଡ କିଚେନ୍ ଏକ୍ସପେରିଏନ୍ସ ଏରିନାକୁ ଭୁବନେଶ୍ୱର ସହରରେ ଆରମ୍ଭ କରିବା ପାଇଁ ଉତ୍ସାହିତ ରହିଛୁ । ସମସ୍ତ ସପିଂ ଆବଶ୍ୟକତା ପାଇଁ ଗ୍ରାହକମାନେ ଆମାଜନ ଡଟ୍ ଇନ ପ୍ରତି ଯେଉଁ ବିଶ୍ୱାସ ଦେଖାଇଛନ୍ତି ସେଥିରେ ଆମେ ଅଭିଭୂତ । ସାରା ଓଡ଼ିଶା ଏବଂ ଭୁବନେଶ୍ୱରରେ ହୋମ୍‌, କିଚେନ୍ ଏବଂ ଆଉଟଡୋର ବର୍ଗରେ ବାର୍ଷିକ ପ୍ରାୟ ୨୫% ଅଭିବୃଦ୍ଧି ଘଟିଛି । ଏହାବ୍ୟତୀତ, ଆମେ ଗ୍ରାହକମାନଙ୍କୁ ନିରନ୍ତର ଉଦ୍ଭାବନ, ଉତ୍ପାଦର ବ୍ୟାପକ ଚୟନ, ସୁଲଭ ବିକଳ୍ପ ଏବଂ ଘରେ ବସି ସପିଂ କରିବାର ସୁବିଧା ପ୍ରଦାନ କରିବାକୁ ଉତ୍ସର୍ଗୀକୃତ ରହିଛୁ ।” ଭୁବନେଶ୍ୱରରେ ଗ୍ରାହକମାନେ ପରିବେଶ ପ୍ରତି ଅଧିକ ସଚେତନ ହେଉଛନ୍ତି । ଏହି ଧାରା ସୋଲାର ପ୍ରଡକ୍ଟରେ ବାର୍ଷିକ

Har Ghar Tiranga

Leave A Reply