Odisha news

ଗ୍ରୀନ୍ ପଏଂଟ୍ ପ୍ରି. ଲିଃକୁ ଅଧିଗ୍ରହଣ କରିଛି ସର୍ବେଶ୍ୱର ଫୁଡ୍ସ ଲିଃ

0

ଭୁବନେଶ୍ୱର : ଖାଦ୍ୟ ଶିଳ୍ପର ଏକ ସୁପରିଚିତ ନାମ ସର୍ବେଶ୍ୱର ଫୁଡ୍ସ ସିଙ୍ଗାପୁରରେ ଅବସ୍ଥିତ ଗ୍ରୀନ୍ ପଏଂଟ୍ ପ୍ରି. ଲିମିଟେଡର ୧୦୦% ଅର୍ଡିନାରୀ ସେୟାର ଓ ବ୍ୟବସାୟକୁ ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି । ଫଳରେ ଗ୍ରୀନ୍ ପଏଂଟ୍ ଏବେ ସର୍ବେଶ୍ୱର ଫୁଡ୍ସ ଲିମିଟେଡର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଏକ ସହାୟକ କମ୍ପାନୀରେ ପରିଣତ ହୋଇଛି । ଗତ ମାର୍ଚ୍ଚ ୩୧ ତାରିଖ ୨୦୨୩ ସୁଦ୍ଧା ଗ୍ରୀନ୍ ପଏଂଟ୍ ପ୍ରି. ଲିମିଟେଡର ମୋଟ ରାଜସ୍ୱ ୩୧୩୯,୪୭୧ ଡଲାର ଥିଲା । ପୂର୍ବରୁ ସର୍ବେଶ୍ୱର ଫୁଡ୍ସ ଲିଃ ସୂଚିତ କରିଥିଲା ଯେ, ଏହା ସରକାରଙ୍କ ନୋଡାଲ ଏଜେନ୍ସି ନାଫେଡ୍ ମାଧ୍ୟମରେ ପ୍ରାୟ ୫୦ କୋଟି ଟଙ୍କା ମୂଲ୍ୟର ୯୦,୦୦୦ କ୍ୱିଂଟାଲ ପ୍ରିମିୟମ ହ୍ୱାଇଟ୍ ରାଇସ୍କୁ ଆଫ୍ରିକାକୁ ଯୋଗାଣ କରିବା ପାଇଁ ସଫଳତାର ସହ ଅର୍ଡର ହାସଲ କରିଥିଲା । ସର୍ବେଶ୍ୱର ଫୁଡ୍ସ ବିଶ୍ୱବ୍ୟାପୀ ଉପଭୋକ୍ତାଙ୍କୁ ଉକ୍ରୃଷ୍ଟମାନର ଚାଉଳ ଉତ୍ପାଦ ପ୍ରଦାନ କରିବା ପାଇଁ ଏହାର ଲକ୍ଷ୍ୟରେ ସ୍ଥିର ରହିଛି ।
ସର୍ବେଶ୍ୱର ଫୁଡ୍ସ ଲିମିଟେଡ (ଏସ୍ଏଫ୍ଏଲ୍) ହେଉଛି ଏକ ଆଇଏସ୍ଓ ୨୨୦୦୦:୨୦୧୮ ଓ ୟୁଏସ୍ଏଫ୍ଡିଏ (ୟୁନାଇଟେଡ ଷ୍ଟେଟ୍ସ ଫୁଡ୍ ଆଣ୍ଡ ଡ୍ରଗ୍ ଆଡ୍ମିନିଷ୍ଟ୍ରେଶନ) ସାର୍ଟିଫାଏଡ କମ୍ପାନୀ । ଏସ୍ଏଫ୍ଏଲ୍ ନିକଟରେ ଏହାର ଉତ୍ପାଦଗୁଡିକ ପାଇଁ ବିଆର୍ସି (ଖାଦ୍ୟ ସୁରକ୍ଷା ପାଇଁ ସର୍ବବୃହତ ଆନ୍ତର୍ଜାତୀୟ ମାନକ), କୋଶର, ଏନ୍ପିପିଓ ୟୁଏସ୍ଏ ଆଣ୍ଡ ଚୀନ ସହିତ ଏନ୍ଓପି-ୟୁଏସ୍ଡିଏ ଅର୍ଗାନିକ ସାର୍ଟିଫିକେଶନ ରହିଛି । କମ୍ପାନୀ ଘରୋଇ ଓ ଆନ୍ତର୍ଜାତୀୟ ବଜାରଗୁଡିକରେ ବ୍ରାଣ୍ଡେଡ୍ ଓ ଅନ୍-ବ୍ରାଣ୍ଡେଡ୍ ବାସୁମତୀ ଓ ଅଣବାସୁମତୀ ଚାଉଳର ମାନୁଫ୍ୟାକ୍ଚରିଂ, ଟ୍ରେଡିଂ, ପ୍ରୋସେସିଂ ଓ ମାର୍କେଟିଂର ବ୍ୟବସାୟ କ୍ଷେତ୍ରରେ ନିୟୋଜିତ ରହିଛି । କମ୍ପାନୀର ପରିଚାଳନା ଜମ୍ମୁକଶ୍ମୀର ରାଜ୍ୟରେ ଜମ୍ମୁ ଅଂଚଳରେ ଅବସ୍ଥାପିତ ରହିଛି । ଏସ୍ଏଫ୍ଏଲ୍ର ୧୩୦ ବର୍ଷରୁ ଅଧିକ ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ଚାଉଳ ପ୍ରଦାନ କରିବାର ସ୍ଥାୟୀ ଓ ପରିବେଶ ଅନୁକୂଳ ବିରାସତ ରହିଛି ଏବଂ ଗତ କିଛି ଦଶନ୍ଧି ହେବ ଏହା ଏଫ୍ଏମ୍ସିଜି ଓ ଅର୍ଗାନିକ ପ୍ରଡକ୍ଟର ଅନ୍ୟ ପ୍ରିମିୟମ ବର୍ଗଗୁଡିକ ପାଇଁ ନିଜର ଐତିହ୍ୟକୁ ବିସ୍ତାର କରିଛି । କମ୍ପାନୀ ‘ନିମ୍ବାର୍କ’ ବ୍ରାଣ୍ଡ ନାମରେ ବିକ୍ରି କରୁଥିବା ଅର୍ଗାନିକ୍ ପ୍ରଡକ୍ଟଗୁଡିକର ସମ୍ପୂର୍ଣ୍ଣ ରେଞ୍ଜକୁ ଉତ୍ପାଦନ କରୁଛି । ନିଜର ଉତ୍ପାଦଗୁଡିକୁ କମ୍ପାନୀ ନିଜର ରିଟେଲ ଆଉଟ୍ଲେଟ, ପାରମ୍ପରିକ ମାଧ୍ୟମ ଏବଂ ଅନ୍ଲାଇନ୍ରେ ରେ ବିକ୍ରି କରୁଛି ।

 

 

Nalco

Leave A Reply