Odisha news

ଏନଏମଏସିସିର ରେକର୍ଡ, ଗୋଟିଏ ବର୍ଷରେ ୭୦୦ ସୋ’ ଦେଖିଲେ ୧ ନିୟୁତରୁ ଅଧିକ ଦର୍ଶକ

0

– ପ୍ରଥମ ବାର୍ଷିକୀରେ ୪ ଦିନିଆ ଉତ୍ସବର ଶୁଭାରମ୍ଭ

– ପ୍ରଥମ ଉପସ୍ଥାପନା ଅମିତ ତ୍ରିବେଦୀଙ୍କ “ଭାରତର ଲୋକଯାତ୍ରା”

ମୁମ୍ବାଇ/ ଭୁବନେଶ୍ୱର: ନୀତା ମୁକେଶ ଅମ୍ବାନି ସାଂସ୍କୃତିକ କେନ୍ଦ୍ର (ଏନଏମଏସିସି) ଏହାର ପ୍ରଥମ ବାର୍ଷିକୀ ପାଳନ କରୁଛି । ପ୍ରଥମ ବର୍ଷରେ ଏନଏମଏସିସି କଳା ଜଗତରେ ଅନେକ ରେକର୍ଡ ସ୍ଥାପନ କରିଛି । ଏନ୍‌ଏମ୍‌ଏସିସିରେ ଗତ ୩୬୬ ଦିନ ମଧ୍ୟରେ ୬୭୦ ଜଣ କଳାକାର ୭୦୦ରୁ ଅଧିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ଏହି ସୋ’ଗୁଡ଼ିକୁ ଦର୍ଶକମାନେ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି । ଏହି ସୋ’ଗୁଡ଼ିକୁ ଦେଖିବା ପାଇଁ ୧୦ ଲକ୍ଷରୁ ଅଧିକ ଦର୍ଶକ ଏନଏମଏସିସିରେ ପହଂଚିଥିଲେ । ଏହି ଧାରାରେ “ସଭ୍ୟତାରୁ ରାଷ୍ଟ୍ର’ ଭଳି ଭାରତୀୟ ନାଟକଠାରୁ ଆରମ୍ଭ କରି ‘ଦ ସାଉଣ୍ଡ ଅଫ୍ ମ୍ୟୁଜିକ୍‌’ ଭଳି ଆଇକନିକ୍ ବ୍ରଡୱେ ମ୍ୟୁଜିକାଲ୍ ପର୍ଯ୍ୟନ୍ତ ସବୁକିଛି ଥିଲା ।

ପ୍ରଥମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଏନଏମଏସିସିରେ ଲଗାତାର ଚାରି ଦିନ ଧରି ସ୍ୱତନ୍ତ୍ର ଶୋ’ ଆୟୋଜନ କରାଯାଇଛି । ପ୍ରଥମ ଦିନରେ ଅମିତ ତ୍ରିବେଦୀ “ଭାରତର ଲୋକଯାତ୍ରା’ ଶୀର୍ଷକରେ ଚମତ୍କାର ସଙ୍ଗୀତ ପରିବେଷଣ କରିଥିଲେ । ତାଙ୍କ ସହ ମଞ୍ଚରେ ସାରା ଭାରତର କଣ୍ଠଶିଳ୍ପୀ ଓ ସଙ୍ଗୀତକାରମାନେ ଉପସ୍ଥିତ ଥିଲେ ।

ବାର୍ଷିକୀ ଅବସରରେ ଏନଏମଏସିସିର ଅଧ୍ୟକ୍ଷା ନୀତା ଅମ୍ବାନୀ କହିଛନ୍ତି ଯେ, “ଗତ ଏକ ବର୍ଷ ମଧ୍ୟରେ ଏନଏମଏସିସି ବିଭିନ୍ନ କଳା ପରମ୍ପରାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରିଛି । ଆମେ ଯୁବ ଉଦୀୟମାନ କଳାକାରମନଙ୍କୁ ସମର୍ଥନ କରୁଛୁ । ଭାରତ ତଥା ବିଶ୍ୱର ଶ୍ରେଷ୍ଠ ଶାସ୍ତ୍ରୀୟ ଓ ଲୋକସଙ୍ଗୀତଠାରୁ ଆରମ୍ଭ କରି ସ୍ମରଣୀୟ ନାଟକ ଓ ନୃତ୍ୟ ପରିବେଷଣ କରାଯାଇଛି । ଏହା ଆମ ପାଇଁ ଖୁସିର ବିଷୟ ଯେ ଏନଏମଏସିସି କଳା, କଳାକାର ଏବଂ ଦର୍ଶକଙ୍କ ପାଇଁ ଏକ ଅସାଧାରଣ ସ୍ଥାନ ଭାବରେ ଉଭା ହୋଇଛି ।’

“ମୁକେଶ ଏବଂ ମୁଁ ଏକାଠି ଏକ ସ୍ୱପ୍ନ ଦେଖିଥିଲୁ ଯେ ଆମେ ଏକ କେନ୍ଦ୍ର ସୃଷ୍ଟି କରିବା ଉଚିତ ଯାହା କଳା, ସଂସ୍କୃତି ଏବଂ ଜ୍ଞାନର ତ୍ରିମୂର୍ତ୍ତି ସଂଗମ ହେବ । ଯେଉଁଠି ସଙ୍ଗୀତ ଏକ ନୂତନ ସ୍ୱର ପାଇଥାଏ, ନୃତ୍ୟ ଏକ ନୂତନ ତାଳ ପାଇଥାଏ, କଳା ଏକ ନୂତନ ଘର ପାଇଥାଏ ଏବଂ କଳାକାରମାନେ ଏକ ନୂତନ ଆକାଶ ପାଇଥାନ୍ତି । ଆଜି ଅତ୍ୟନ୍ତ ନମ୍ରତା ଏବଂ ଆତ୍ମବିଶ୍ୱାସର ସହ ମୁଁ କହିପାରିବି ଯେ ସେହି ସ୍ୱପ୍ନ ଏବେ ବାସ୍ତବରେ ପରିଣତ ହୋଇଛି ।’’

Nalco

Leave A Reply