ସାଗରମାଳାପ୍ରକଳ୍ପର୨ୟ ରାଜ୍ୟ ସ୍ତରୀୟ ବୈଠକ , ଜଳପଥରେ ବାଣିଜ୍ୟିକ ବିକାଶକୁ ତ୍ୱରାନ୍ୱିତ କରିବାରେ ଏହି ପ୍ରକଳ୍ପ ସହାୟକ ହେବ : ମନ୍ତ୍ରୀ ଶ୍ରୀମତୀ ସାହୁ
ଯାତ୍ରୀ ପରିବହନ ବସ ସେବା “ଲକ୍ଷ୍ମୀ” ଯୋଜନା ସଂପର୍କିତ ମାର୍ଗଦର୍ଶିକା ପୁସ୍ତକଉନ୍ମୋଚିତ
ଭୁବନେଶ୍ୱର, ତା-୬.୧୨.୨୦୨୩ : ଭାରତ ସରକାରଙ୍କ ଦ୍ୱାରା ସଂପୃକ୍ତ ରାଜ୍ୟ ସରକାର ମାନଙ୍କ ସହଯୋଗରେ ସାଗର ମାଳା ପ୍ରକଳ୍ପ କାର୍ୟ୍ୟ କାରୀ ହେଉଛି ।ଏଥିପାଇଁ ଜାତୀୟ ସ୍ତରରେ ଜାତୀୟ ସାଗର ମାଳା ଆପେକ୍ସ କମିଟି ଓ ବିଭିନ୍ନ ରାଜ୍ୟରେ ରାଜ୍ୟ ସ୍ତରୀୟ କମିଟି ମାନ ରହିଛି।ଓଡିଶାରେ ପ୍ରାୟ ୪୮୦କି.ମି. ସୁଦୀର୍ଘ ସମୁଦ୍ର ତଟ ରହିଛି।ଏହା ମଧ୍ୟରେ ଗୋପାଳ ପୁର, ଧାମରା, ପାରାଦ୍ୱୀପରେ ବନ୍ଦର ରହିଛି । ସେସବୁ ସମେତ ଅନ୍ୟ ଯେଉଁଠାରେ ସୁଯୋଗ ରହିଛି, ସାଗରମାଳା ପ୍ରକଳ୍ପ ଆଧାରରେ ତାହାକୁ ଉନ୍ନତି କରଣ କରାଗଲେସମୁଦ୍ର ପଥରେ ଓଡିଶା ତଥା ଦେଶର ବାଣିଜ୍ୟିକ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ରାଜ୍ୟ ଜଳସଂପଦ, ବାଣିଜ୍ୟି ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରକାଶ କରିଛନ୍ତି।
ଲୋକସେବା ଭବନରେ ଆୟୋଜିତ ଓଡିଶାରେ ରାଜ୍ୟ ସ୍ତରୀୟ ସାଗର ମାଳା କମିଟିର ୨ୟ ବୈଠକରେ ମନ୍ତ୍ରୀ ଶ୍ରୀମତୀ ସାହୁ ଅଧ୍ୟକ୍ଷତା କରି କହିଥିଲେ ଯେ, ସାଗର ମାଳା ପ୍ରକଳ୍ପ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟର ଏକ ପ୍ରମୁଖ କାର୍ୟ୍ୟକ୍ରମ।ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ବିଭିନ୍ନ ରାଜ୍ୟରେ ରହିଥିବା ବନ୍ଦର ଗୁଡିକର ଆଧୁନି କୀକରଣ ଓ ଦକ୍ଷତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବନ୍ଦର ବନ୍ଦର ମଧ୍ୟରେ ସଂଯୋଗୀକରଣ ବୃଦ୍ଧି, ବନ୍ଦର ଭିତ୍ତିକ ଶିଳ୍ପର ବିକାଶ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାର ବନ୍ଦର ଅଂଚଳରେ ଲୋକମାନଙ୍କର ଗୋଷ୍ଠୀ ଗତ ବିକାଶ ସାଧନ ହୋଇ ପାରିବ।ତତ୍ ସହିତ ବନ୍ଦର ଭିତ୍ତିକ ଜାହାଜ ଚଳାଚଳ ଓ ଅନ୍ତର୍ଦେଶୀୟ ଜଳପଥ ପରିବହନ ସୁଗମ ହୋଇପାରିବ ଏବଂ ସମୁଦ୍ର ତଟ ସୁରକ୍ଷା ମଧ୍ୟ ହୋଇପାରିବ । ପ୍ରକଳ୍ପରେ ରହିଥିବା ଏହି ୬ଟିପ୍ରମୁଖ ଆଧାର ସଂପର୍କରେ ଏବଂ ରାଜ୍ୟରେ ଏହି ପ୍ରକଳ୍ପର କାର୍ୟ୍ୟକାରିତା ସଂପର୍କରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ବିଶଦ ଭାବେ ଆଲୋକପାତ କରିଥିଲେ ।
ରାଜ୍ୟରେ ସାଗରମାଳା ରାଜ୍ୟସ୍ତରୀୟ କମିଟିର ପ୍ରଥମ ବୈଠକ ଗତ ୨୦୨୧ ମସିହା ଏପ୍ରିଲ ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟସ୍ତରୀୟ କମିଟିରେ ବାଣିଜ୍ୟ ଓ ପରିବହନ, ଜଳସଂପଦ, ଅର୍ଥ ବିଭାଗ, ଶକ୍ତି ବିଭାଗ, ପୂର୍ତ୍ତ ବିଭାଗ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଇଡକୋ, ଇପିକଲ ସମେତ ପାରାଦ୍ୱୀପ, ଗୋପାଳପୁର ବନ୍ଦର, ଧାମରା ବନ୍ଦର ଆଦିର କର୍ତ୍ତୃପକ୍ଷମାନେ ସଦସ୍ୟ ରହିଛନ୍ତି ।
ଏହିପ୍ରକଳ୍ପରକାର୍ୟ୍ୟକାରିତାସଂପର୍କରେପାଣ୍ଠିବ୍ୟବସ୍ଥାସଂପର୍କରେଆଲୋଚନାକରାଯାଇଥିଲା।ପ୍ରକଳ୍ପପାଇଁକେନ୍ଦ୍ରସରକାର୫୦ପ୍ରତିଶତଅନୁଦାନଦେଉଥିବାବେଳେ୫୦ପ୍ରତିଶତ ଅର୍ଥ ରାଜ୍ୟସରକାରବ୍ୟବସ୍ଥାକରିବେ।ବିଭିନ୍ନ ପର୍ୟ୍ୟାୟରେ ବିନିଯୋଗ ପତ୍ର ପ୍ରଦାନ ଆଧାରରେ ଏହି ପାଣ୍ଠି ଉପଲବ୍ଧ ହେବ ।
ପ୍ରାଥମିକ ପର୍ୟ୍ୟାୟରେ ଓଡ଼ିଶାର ଚାନ୍ଦିପୁରଠାରେ ମାଛ ଧରିବା ପାଇଁ ବନ୍ଦର ନିର୍ମାଣ, ଭଦ୍ରକ ଜିଲ୍ଲାର କାଣିନାଳୀ ଓ କେନ୍ଦ୍ରାପଡା ଜିଳ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ଅଂଶରେ ଆରଓପାକ୍ସ ଜେଟି ନିର୍ମାଣ, ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଠାରୁ ପୁରୀ ଜିଳ୍ଲାର କୃଷ୍ଣପ୍ରସାଦ ଗଡା ସଂଯୋଗ କରୁଥିବା ଅଂଶରେ ଆରଓପାକ୍ସ ଜେଟି, ସାତପଡା ଓ ଜହ୍ନିକୁଦା ମଧ୍ୟରେ ନୌକା ଚଳାଚଳ ସେବା ଆଦି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି । ସାଗରମାଳା ପ୍ରକଳ୍ପରେ ଏକାଧିକ ପ୍ରକଳ୍ପ ସାମିଲ ପାଇଁ ପ୍ରସ୍ତାବ ଦେବାକୁ ସୁଯୋଗ ରହିଛି । ଏ ସଂପର୍କରେ ଅଧିକ ପ୍ରସ୍ତାବ ଦେବାକୁ ସଂପୃକ୍ତ କର୍ତ୍ତୃପକ୍ଷମାନଙ୍କୁ କୁହାଯାଇଛି । ସାଗରମାଳା ପ୍ରକଳ୍ପର ରାଜ୍ୟସ୍ତରରେ ବାଣିଜ୍ୟ ଓ ପରିବହନ ବିଭାଗ ନୋଡାଲ ବିଭାଗ ରହିଛି । ବୈଠକରେ ସଂପୃକ୍ତ ବିଭାଗ ଓ ସଂସ୍ଥାର ଅଧିକାରୀ ଓ କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଓଡ଼ିଶାରେ କାର୍ୟ୍ୟକାରୀ କରାଯାଉଥିବା ବହୁମୁଖୀ ଯାତ୍ରୀ ପରିବହନ ବସ ସେବା “ଲକ୍ଷ୍ମୀ”ଯୋଜନା ସଂପର୍କିତ ମାର୍ଗଦର୍ଶିକା ପୁସ୍ତକ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।