ଭୁବନେଶ୍ୱର, ୧୬/୧୧/୨୦୨୩ , ରାଜ୍ୟରେ ରବି କାର୍ଯ୍ୟକ୍ରମ ୨୦୨୩-୨୪ ସମେତ କୃଷି ବିଭାଗର ପ୍ରମୁଖ ଯୋଜନାଗୁଡ଼ିକର ଅଗ୍ରଗତି ସଂପର୍କରେ ଆଜି ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା କୃଷି ଭବନର କୃଷି ସମୀକ୍ଷା କେନ୍ଦ୍ରରେ ଡ. ପାଢ଼ୀ ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, ଜଳସଂପଦ ବିଭାଗ ଯନ୍ତ୍ରୀ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କ ସହିତ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲୋ ସଠିକ୍ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଚାଷୀମାନଙ୍କୁ ବିହନ ଯୋଗାଣ ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲୋ
ପ୍ରାରମ୍ଭରେ ସମ୍ଭାବ୍ୟ ଲଘୁଚାପଜନିତ ବର୍ଷା ଯୋଗୁ ଚାଷୀମାନଙ୍କ ନିମନ୍ତେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରାମର୍ଶରେ ଜାରି କରାଯାଇଥିବା ଫସଲ ପରିଚାଳନା ଉପଦେଶାବଳୀ ସଂପର୍କରେ ଆଲୋଚନା କରାଯାଇ ଏଥି ନିମନ୍ତେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଥିଲାା ମହାନଦୀ ଡେଲ୍ଟା ଅଞ୍ଚଳରେ ରବି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ କୃଷକ ସାଥୀଙ୍କର ଉପଯୋଗ କରି ଜଳସେଚନ କମାଣ୍ଡ ଅଞ୍ଚଳରେ କ୍ଲଷ୍ଟର ପଦ୍ଧତିରେ ଅଧିକରୁ ଅଧିକ ଫସଲ ଚାଷ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ଏବଂ ଏ ଦିଗରେ ପ୍ରୋତ୍ସାହନ ପ୍ରଦାନ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲାା ଏଥି ସହିତ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କ ସହିତ ପରାମର୍ଶ କରି ଆବଶ୍ୟକ ବିହନ ସଠିକ୍ ସମୟରେ ଜିଲ୍ଲାଗୁଡ଼ିକୁ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲାା ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀରେ ନଭେମ୍ବର ୨୦ ତାରିଖ ସୁଦ୍ଧା ଗୋଷ୍ଠୀ ଆଧାରିତ ଅନୁଷ୍ଠାନକୁ ନିୟୋଜିତ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲାା ଉଦ୍ୟାନ କୃଷିରେ ଡେଲ୍ଟା ଅଞ୍ଚଳର ୩୧,୪୨୧ ହେକଫରରେ ପନିପରିବା, ଫୁଲ ଓ ଫଳ ଚାଷ କରାଯିବା
ସୂଚନାଯୋଗ୍ୟ ଯେ ରବି କାର୍ଯ୍ୟକ୍ରମ ୨୦୨୩-୨୪ରେ ରାଜ୍ୟରେ ମୋଟ ୨୮ ଲକ୍ଷ ୧୩ ହଜାର ହେକଫର ରବି ଫସଲ ଚାଷ କରାଯିବା ଏଥି ମଧ୍ୟରୁ ୯୧୨୦ ହେକଫରରେ ହାଇବି୍ରଡ୍ ପରିବା, ୯୩୩୩ ହେକଫରେ ଆଳୁ, ୨୩୨୫ ହେକଫରେ ପିଆଜ, ୨୫୦୦ ହେକଫରରେ ରସୁଣ, ୧୫,୦୦୦ ହେକଫରରେ ଲଙ୍କା ଏବଂ ୭୦୦୦ ହେକଫରରେ ଧଣିଆ ଚାଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛିା ଚାଷୀମାନଙ୍କୁ ଏଥି ନିମନ୍ତେ କେବଳ ପ୍ରାମାଣିକ ବିହନ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା ବିହନଗୁଡ଼ିକ ଯେପରି କେବଳ କୃଷି କାର୍ଯ୍ୟରେ ନିୟୋଜିତ ହେବ ସେଥି ନିମନ୍ତେ ସୁନିଶ୍ଚିତ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛିା
ଏଥି ସହିତ ଧାନ ଅମଳ ପରବର୍ତ୍ତୀ ପଡ଼ିଆ ଜମିରେ ଉପଯୋଗ ନିମନ୍ତେ ରାଜ୍ୟ ସରକାରଙ୍କ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଜଳବାୟୁ ସହନଶୀଳ ରାଇସ୍ ଫାଲୋ ମ୍ୟାନେଜ୍ମେଣ୍ଟର ଜିଲ୍ଲାଓ୍ୱାରୀ ସମୀକ୍ଷା କରାଯାଇ ଫସଲ ଚାଷର ପ୍ରତ୍ୟେକ ସ୍ତରର ଡକୁମେଣ୍ଟେସନ୍ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲାା
ବୈଠକରେ ପି.ଏମ୍. କିଷାନ ଯୋଜନାରେ ବକେୟା ଆବେଦନଗୁଡ଼ିକର ଯାଞ୍ଚ କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ, ସିଡିପି-ଏଲ୍ଏଆଇପିର ମାର୍ଗଦର୍ଶିକା ଅନୁଯାୟୀ ପ୍ରୋତ୍ସାହନ ରାଶି ଚାଷୀମାନଙ୍କୁ ତୁରନ୍ତ ପ୍ରଦାନ କରିବା ଏବଂ ପାରାକେ୍ୱଟ୍ ତୃଣନାଶକର କୁପ୍ରଭାବ ସଂପର୍କରେ ଜିଲ୍ଲାପାଳ ଏବଂ ଗବେଷଣା ଅନୁଷ୍ଠାନଗୁଡ଼ିକରୁ ରିପୋର୍ଟ ସଂଗ୍ରହ କରି ବିଭାଗରେ ଦାଖଲ କରିବା ପାଇଁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲାା
ବୈଠକରେ ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ, ଭାରତୀୟ ପାଣିପାଗ ବିଭାଗ ଓ ଜଳସଂପଦ ବିଭାଗର ଅଧିକାରୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲୋ