Odisha news

ବାସ୍ତୁ ଶାସ୍ତ୍ର : ବାସ୍ତୁଶାସ୍ତ୍ର ଅନୁସାରେ ଦୀପାବଳୀ ପୂର୍ବରୁ ଠିକ କରନ୍ତୁ ଘରର ବାସ୍ତୁ ଦୋଷ

0

ଦୀପାବଳୀ ହିନ୍ଦୁ ଧର୍ମର ଗୋଟିଏ ପ୍ରସିଦ୍ଧ ପର୍ବ l ଏହି ସମୟରେ ଘରକୁ ବିଶେଷ ଭାବରେ ସଫାସୁତୁରା କରାଯାଇ ଥାଏ l ଏବଂ ଶାସ୍ତ୍ରର ମାନ୍ୟତା ଅନୁସାରେ ଏହିଦିନ ଘରର ବାସ୍ତୁ ଶାସ୍ତ୍ରର ମଧ୍ୟ ଜୀବନ ଉପରେ ବେଶ ପ୍ରଭାବ ପଡିଥାଏ l ଏହି ସମୟରେ ମାତା ଲକ୍ଷ୍ମୀଙ୍କ ର ଘରକୁ ଆଗମନ ହୋଇଥାଏ, ଯାହାକି ଜୀବନ ରେ ସୁଖ ଶାନ୍ତି ଭରି ଦେଇଥାଏ l

ଆସନ୍ତୁ ଜାଣିବା ଦୀପାବଳୀ ର ବାସ୍ତୁ ଶାସ୍ତ୍ର -:
– ବାସ୍ତୁଶାସ୍ତ୍ର ଅନୁସାରେ ଦୀପାବଳୀ ସମୟରେ ଘରର ମୁଖ୍ୟ ଦ୍ୱାରରେ ତୋରଣ ଟାଙ୍ଗିବା ନିହାତି ଜରୁରୀ l ଏହାଦ୍ୱାରା ଘରକୁ ସକାରତ୍ମକ ଶକ୍ତିର ଆଗମନ ହୋଇଥାଏ l ଏହାଛଡା ଘରର ମୁଖ୍ୟଦ୍ଵାର ରେ ଗୋଟିଏ କଳସ ସ୍ଥାପନା କରିବା ମଧ୍ୟ ଜରୁରୀ l

– ଆମେ ସାଧାରଣ ଭାବରେ ଡ଼ାଇନିଙ୍ଗ ଟେବୁଲ ଉପରେ ବସି ଖାଦ୍ୟ ଖାଇଥାଉ l ବିଛଣା ଉପରେ ଖାଦ୍ୟ ଖାଇଲେ ଘରର ସମୃଧିରେ ବାଧାବିଘ୍ନ ଆସିଥାଏ l ତେଣୁ ଡାଇନିଂ ଟେବୁଲ ସର୍ବଦା ଘରର ଦକ୍ଷିଣ-ପଶ୍ଚିମ କିମ୍ବା ପୂର୍ବ ଦିଗରେ ରହିବା ଜରୁରୀ l ଡାଇନିଂ ଟେବୁ ଲ ପାଇଁ ଘରର ପଶ୍ଚିମ ଦିଗ ସବୁଠୁ ଶୁଭ ଅଟେ l

– ଯଦି ଦୀପାବଳୀ ରେ ଘରକୁ ନୂଆ ବେଡ଼ ଆଣୁଛନ୍ତି ତେବେ ଏହାକୁ ଘରର ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ l ଏହା ସବୁବେଳେ ଧ୍ୟାନ ରଖିବେ ଯେ ଆପଣ ଶୋଇଲେ ଆପଣଙ୍କୁ ମୁଣ୍ଡ ଯେପରି ଦକ୍ଷିଣ ଦିଗକୁ ରହିବ l କଦାପି ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇବା ଉଚିତ ନୁହେଁ l

– ଯଦି ଆପଣ ଦୀପାବଳି ସମୟରେ ଘରେ ଠାକୁରଙ୍କ ନିମିତ୍ତ ମନ୍ଦିର ସ୍ଥାପନା କରିବାକୁ ଚାହୁଁଛନ୍ତି ତେବେ ଧ୍ୟାନ ରଖିବେ ଯେ ଏହାକୁ ଐଶାନ୍ୟ କୋଣରେ ସ୍ଥାପନ କରିବା ଜରୁରୀ l କାହିଁକି ନା ଐଶାନ୍ୟ କୋଣରେ ଦେବତାଙ୍କ ବାସ ହୋଇଥାଏ l

– ଯଦି ଘରେ ପୁରୁଣା ଭଙ୍ଗା ଜିନିଷ ରଖିଛନ୍ତି ତେବେ ଏହାକୁ ଦୀପାବଳୀ ପୂର୍ବରୁ ଘରୁ ବାହାର କରିଦେବା ଉଚିତ l
– ଦୀପାବଳୀ ସମୟରେ ଘରେ ଆଦୌ ଛିଣ୍ଡା ଝାଡୁ ଘରେ ରଖିବା ଉଚିତ ନୁହେଁ l
– ରୋଷେଇ ଘରେ କଦାପି ଛିଣ୍ଡା ଫଟା କପଡା ରଖନ୍ତୁ ନାହିଁ, ଏହା ଦ୍ୱାରା ଘରର ବାସ୍ତୁ ପ୍ରଭାବିତ ହୋଇଥାଏ l

Nalco

Leave A Reply