ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଅନେକ ଛୋଟ ବଡ଼ ନିୟମ ରହିଛି l ରାମାୟଣ ଯୁଗ ହେଉ କି ମହାଭାରତ ଯୁଗ ବାସ୍ତୁ ଶାସ୍ତ୍ର କୁ ଅନେକ ଗୁରୁତ୍ୱ ଦିଆଯାଇ ଥାଏ l ମାନ୍ୟତା ରହିଛି ଯେ ଯୁଧିଷ୍ଠିର ଙ୍କ ରାଜ ତିଳକ ସମୟରେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ବାସ୍ତୁ ଶାସ୍ତ୍ର ର କିଛିଟା ନିୟମ କହିଥିଲେ ଯାହା ତାଙ୍କ ଜୀବନ ରେ ସୁଖ ସମୃଦ୍ଧିର କାରଣ ହୋଇଥିଲା l ଯଦି ଶ୍ରୀକୃଷ୍ଣ ଙ୍କ କୁହାଯାଇ ଥିବା ନିୟମ କୁ ଆମେ ମାନିନେବା ତେବେ ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହେବ l
* ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏଭଳି ୫ ଟି ଜିନିଷ ନିହାତି ରହିବା ଜରୁରୀ , ଯାହାକି ଖୁବ ଶୁଭ ହୋଇଥାଏ l ଏହିସବୁ ଜିନିଷ ରହିବା ଦ୍ୱାରା ଘରେ ଓ ରାଜ୍ୟ ରେ ସୁଖ ସମ୍ପଦ ର ଆଗମନ ହୋଇଥାଏ l
* ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ସ୍ଥାନରେ ପଞ୍ଚ ତତ୍ୱ ଧୂପ , ଦୀପ , ପୁଷ୍ପ ଗନ୍ଧ , ଗଙ୍ଗା ଜଳ ଓ ନୈବେଦ୍ୟ ରହିଛି ସେହି ସ୍ଥାନରେ ବାସ୍ତୁ ଶାସ୍ତ୍ରର ନକାରାତ୍ମକ ପ୍ରଭାବ ପଡି ନଥାଏ l
* ବାସ୍ତୁ ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣ କହିଥିଲେ ଯେ ଗୋଟିଏ ଗୃହ କର୍ତ୍ତା ହେଉ କିମ୍ବା ଜଣେ ରାଜା ନିଜର ପରିବାର ଓ ପ୍ରଜା ମଣ୍ଡଳୀ ଙ୍କ ସ୍ୱାସ୍ଥ୍ୟ କୁ ଆକ୍ଷି ଆଗରେ ରଖିବା ଜରୁରୀ l ସେଥି ପାଇଁ ପାଣି ର ଉପଯୁକ୍ତ ଦିଗରେ ବ୍ୟବସ୍ଥା ଆବଶ୍ୟକ l ଜଳ ର ସ୍ଥାନ କୁ ଦେଶ ହେଉ କିମ୍ବ ଘର ଉତ୍ତର ପୂର୍ବ ଦିଗରେ ରଖିବା ଜରୁରୀ l
* କୃଷ୍ଣ କହିଥିଲେ ଚନ୍ଦନ ବୃକ୍ଷରେ ବିଷ ଧର ସର୍ପ ରହିଲେ ମଧ୍ୟ ଏହା ସର୍ବଦା ପବିତ୍ର ତେଣୁ ଚନ୍ଦନ କୁ ଘରେ ରଖିବା ଜରୁରୀ l ଏହା ନକାରାତ୍ମକ ଶକ୍ତି କୁ ଦୂରେଇ ରଖିଥାଏ l
* ଘରେ ଶୁଧ ଦେଶୀ ଘିଅ ରହିବା ନିହାତି ଜରୁରୀ l ତେଣୁ ଘରେ ଘିଅ ଦୀପ ଜଳାଇଲେ ଘରର ସମସ୍ତ ସଙ୍କଟ ଦୂର ହୋଇଥାଏ l
* ମହୁ ଆତ୍ମା ଓ ବାତାବରଣ କୁ ପବିତ୍ର କରିଥାଏ , ତେଣୁ ଏହାକୁ ପୂଜା ରେ ନିହାତି ବ୍ୟବହାର କରନ୍ତୁ l ଏହାଦ୍ୱାରା ଘରର ବାତାବରଣ ରେ ଶୁଦ୍ଧତା ଆସିଥାଏ l
* ଶ୍ରୀକୃଷ୍ଣ କହିଥିଲେ ମା ସରସ୍ବତୀ ହେଉଛନ୍ତି ଜ୍ଞାନର ଦେବୀ ତାଙ୍କ କୃପା ପାଇବା ପାଇଁ ନିୟମିତ ଆରାଧନା ଜରୁରୀ l ଯାହାକି ଜୀବନ ର ଅନ୍ଧକାର କୁ ଦୂର କରିଥାଏ l