Odisha news

ବାସ୍ତୁ ଶାସ୍ତ ଅନୁସାରେ ଅନ୍ୟର ଏହିସବୁ ଜିନିଷ କଦାପି ମାଗି ବ୍ୟବହାର କରନ୍ତୁ ନାହିଁ , ଏହାଦ୍ୱାରା ଭାଗ୍ୟ ଉଦୟ ରେ ବାଧା ଆସିଥାଏ

0
ବାସ୍ତୁ ଶାସ୍ତ୍ରର ଜୀବନ ରେ ଅନେକ ମହତ୍ୱ ରହିଛି l ଏହା ଆମ ଜୀବନ ର ଗତିପଥ ଉପରେ ଅନେକ ପ୍ରଭାବ ପକାଇଥାଏ l ଅନେକ ସମୟରେ ଆମେ ଅନ୍ୟର ଜିନିଷ ମାଗି ବ୍ୟବହାର କରି ଦେଇଥାଉ , ଯେପରିକି ଜୋତା , ପେନ ଇତ୍ୟାଦି l କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଜିନିଷ ଏଭଳି ରହିଥାଏ ଯାହାକୁ ଅନ୍ୟ ନିକଟରୁ ମାଗି ବ୍ୟବହାର କରିବା ଉଚିତ ନୁହେଁ l ମାଗିକି ବ୍ୟବହାର କରିବା ଦ୍ୱାରା ଆମର ଅସୁବିଧା ତ ଦୂର ହୋଇ ଯାଇଥାଏ , କିନ୍ତୁ ଏହାଦ୍ୱାରା ଅନେକ ବାଧା ସୃଷ୍ଟି ମଧ୍ୟ ହୋଇଥାଏ l ଆସନ୍ତୁ ଆଜି ଜାଣିବା ଅନ୍ୟର କେଉଁସବୁ ଜିନଷ ମାଗି ବ୍ୟବହାର କରିବା ଉଚିତ ନୁହେଁ l
* ଅନ୍ୟର ଜୋତା ଚପଲ -:
 ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅନ୍ୟର ଜୋତା ଚପଲ କଦାପି ମାଗି ବ୍ୟବହାର କରିବା ଉଚିତ ନୁହେଁ l ଏହାଦ୍ୱାରା ଅନ୍ୟର ନକାରାତ୍ମକ ଶକ୍ତି ମଧ୍ୟ ଆପଣ ଙ୍କ ନିକଟକୁ ଆସିଥାଏ l ଶାସ୍ତ୍ର ଅନୁସାରେ ଶନି ଙ୍କ ସ୍ଥାନ ପାଦରେ ରହିଥାଏ l ଶରୀର ର ସମସ୍ତ ସଂଘର୍ଷ ମଧ୍ୟ ପାଦ କୁ ଆସିଥାଏ l ତେଣୁ ଆମେ ଅନ୍ୟର ଅସୁବିଧା କୁ ନିଜ ଆଡକୁ ଟାଣି ନେଇଥାଉ l ଏହାଛଡା ଅନ୍ୟର ଜୋତା ଚପଲ ବ୍ୟବହାର କରିବା ଦ୍ୱାରା ଦରିଦ୍ରତା ଆସିଥାଏ l
* ଅନ୍ୟର ପିନ୍ଧିଥିବା ମୁଦି :-
ଅନ୍ୟର ମୁଦି ମାଗି ପିନ୍ଧିବା ବିଲକୁଲ ଠିକ ନୁହେଁ l ତାହା ଧାତୁର ହୋଇଥାଉ କିମ୍ବା ଆର୍ଟିଫିସିଆଲ l ଏହାଦ୍ୱାରା ଘରେ ଆର୍ଥିକ ଅସୁବିଧା ଦେଖା ଦେଇଥାଏ l ବିପରୀତ ପରିସ୍ଥିତି ର ସମୁଖୀନ ହୋଇ ପାରନ୍ତି l
* ଅନ୍ୟର କଲମ ବା ପେନ :-
ଅନ୍ୟର କଲମ ବ୍ୟବହାର କରିବା ପ୍ରାୟ ସାଧାରଣ ଭାବରେ ଦେଖା ଯାଇଥାଏ l କିନ୍ତୁ ଶିକ୍ଷାର୍ଥୀ ମାନେ କଦାପି ଅନ୍ୟର କଲମ ମାଗି ବ୍ୟବହାର କରିବା ଉଚିତ ନୁହେଁ l ଏହାଦ୍ୱାରା ଆପଣଙ୍କ ଉନ୍ନତି ରେ ବାଧା ଆସିଥାଏ l
* କପଡା ବା ପୋଷାକ -:
ଅନ୍ୟର ପୋଷାକ ବଦଳି କରି ବ୍ୟବହାର କରିବା ଅଧିକ ଦେଖା ଯାଇଥାଏ l ଏହାଦ୍ୱାରା ବ୍ୟକ୍ତିର ଏନର୍ଜି ରେ ବାଧା ଆସିଥାଏ l ଏହାଦ୍ୱାରା ଭାଗ୍ୟ ପ୍ରଭାବିତ ହୋଇଥାଏ ଏବଂ ରୋଗ ରେ ପ୍ରଭାବିତ ହୋଇଥାଏ l
* ଅନ୍ୟର ଘଡି :-
ଘଡି ଆପଣଙ୍କ ଭାଗ୍ୟ ଚୟନ କର୍ତା , ଆମେ ଯଦି କାହାର ଘଡି ମାଗିଥାଉ ତେବେ ଆମେ ତର ଭାଗ୍ୟ ମାଗିଥାଉ l ତେଣୁ ଅନ୍ୟର ଭାଗ୍ୟ ଖରାପ ହେଉ କି ଭଲ ହେଉ ଆମେ ତାହାକୁ ମାଗି ନେଇଥାଉ l ଯାହା ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ l

Leave A Reply