ଆମ ମାନଙ୍କର ପ୍ରାୟ ଅଭ୍ୟାସ ରହିଥାଏ ଯେ ନିଜର ଯେଉଁ ଜିନିଷ ନଥିବ ଆମେ ଅନ୍ୟ ପାଖରୁ ମାଗି ସେହି ଜିନିଷକୁ ବ୍ୟବହାର କରିଥାଉ l ଯଦି ଆପଣ ଏହି ଅଭ୍ୟାସ ରେ ପଡିଛନ୍ତି ତେବେ ତୁରନ୍ତ ଏହାକୁ ଛାଡ଼ନ୍ତୁ l କାହିଁକି ନା ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କୁ ବିପଦ ରେ ପକାଇ ପାରେ l ବାସ୍ତୁ ଶାସ୍ତ୍ର ଅନୁସାରେ ଅନ୍ୟର ଜିନିଷକୁ ବ୍ୟବହାର କରିବା ଦ୍ୱାରା ଆମ ନିକଟକୁ ନକାରାତ୍ମକ ଉର୍ଜା ଆସିଥାଏ l ଯାହା ଭବିଷ୍ୟତରେ ଆମ ପାଇଁ ବିପଦ ଆଣିଥାଏ l
ବାସ୍ତୁ ଅନୁସାରେ ଜାଣନ୍ତୁ କେଉଁସବୁ ଜିନିଷକୁ ଅନ୍ୟର ବ୍ୟବହାର କରିବା ଉଚିତ ନୁହେଁ -:
* ଅନ୍ୟ ବ୍ୟକ୍ତିର ଘଡି ମାଗି ପିନ୍ଧିବା ଉଚିତ ନୁହେଁ –
କଦାପି ଅନ୍ୟର ଘଡି ମାଗି ପିନ୍ଧିବା ଉଚିତ ନୁହେଁ l କାରଣ ବ୍ୟକ୍ତିର ଜୀବନ ତାର ସମୟ ସହିତ ଯୋଡି ହୋଇଥାଏ l ଯଦି କୌଣସି ବ୍ୟକ୍ତିର ଖରାପ ସମୟ ଚାଲିଛି ଆପଣ ଯଦି ତାର ଘଣ୍ଟା ପିନ୍ଧିବେ ତେବେ ତାହା ଆପଣଙ୍କ ଜୀବନ ସହିତ ଯୋଡି ହୋଇଯିବ l
* ପୋଷାକ ଅନ୍ୟର ମାଗି ପିନ୍ଧିବା ଉଚିତ ନୁହେଁ –
ବାସ୍ତୁଶାସ୍ତ୍ର ଅନୁସାରେ ଅନ୍ୟର ପୋଷାକ ମାଗି ପିନ୍ଧିବା ଉଚିତ ନୁହେଁ l ଏହାଦ୍ୱାରା ନକାରାତ୍ମକ ଉର୍ଜା ଆପଣଙ୍କ ନିକଟକୁ ଆସିଥାଏ ଓ ମାତା ଲକ୍ଷ୍ମୀଙ୍କ କୋପ ଦୃଷ୍ଟିର ଶିକାର ହେବେ l
* ଜୋତା ଓ ଚପଲ –
କୌଣସି ବ୍ୟକ୍ତିକୁ ଅନ୍ୟର ଜୋତା ଚପଲ ମାଗି ପିନ୍ଧିବା ଉଚିତ ନୁହେଁ l ବାସ୍ତୁ ଅନୁସାରେ କୁହାଯାଏ ଯେ ଆପଣ ଯଦି ଅନ୍ୟର ଜୋତା ଚପଲ ପିନ୍ଧିବେ ତେବେ ଘୋର ଦରିଦ୍ରତା ର ଶିକାର ହେବେ l କାହିଁକି ନା ଶନି ଙ୍କ ସ୍ଥାନ ପାଦ ର ଗୋଇଠି ରେ ରହିଥାଏ l ଯଦି ଆପଣ କୌଣସି ବ୍ୟକ୍ତିଙ୍କ ଜୋତା ଚପଲ ପିନ୍ଧିବେ ତେବେ ତାଙ୍କ ପାଇଁ ଚାଲିଥିବା ଶନିଙ୍କ ପ୍ରଭାବ ଆପଣଙ୍କ ଉପରେ ଭାରି ପଡିବ l
* ପେନ ବା କଲମ ଅନ୍ୟର ବ୍ୟବହାର କରନ୍ତୁ ନାହିଁ –
ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ କାହାରି କଲମ ନେବା ଉଚିତ ନୁହେଁ କିମ୍ବା କାହାକୁ ଆପଣଙ୍କ କଲମ ଦେବା ମଧ୍ୟ ଠିକ ନୁହେଁ l କାରଣ ଏହାର ପ୍ରଭାବ ଆପଣଙ୍କ କ୍ୟାରିଅର ଉପରେ ପଡିବା ସହିତ ଆର୍ଥିକ କ୍ଷତି ମଧ୍ୟ ହୋଇଥାଏ l
* ଅନ୍ୟର ମୁଦି –
ବାସ୍ତୁଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ମୁଦି ମାଗି ପିନ୍ଧିବା ଉଚିତ ନୁହେଁ l ଏହା ଆପଣଙ୍କ ସ୍ୱାସ୍ଥ୍ୟ, ଜୀବନ ଶୈଳୀ, ଆର୍ଥିକ ସ୍ଥିତି ଉପରେ ନକାରାତ୍ମକ ପ୍ରଭାବ ପକାଇ ଥାଏ l