Odisha news

ବିଜେପି ସରକାର ଅସାମ୍ବିଧାନିକ ଇଲେକଟୋରାଲ ବଣ୍ଡ ମାଧ୍ୟମରେ ଆଦାୟ କରିଥିବା ପାଣ୍ଠିକୁ ବାଜ୍ୟାପ୍ତି କର : ସିପିଆଇ

0

ବାରିପଦା  : ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ମୟୂରଭଞ୍ଜ ଜିଲ୍ଲା କମିଟି ବୈଠକ ପାରାଓ ହାଁସଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଅସାମ୍ବିଧାନିକ ଓ ବେଆଇନ୍ ଇଲେକଟୋରାଲ ବଣ୍ଡ ମାଧ୍ୟମରେ ହାତେଇଥିବା ବିଜେପି ଜମାଖାତାର ସମ୍ପୂର୍ଣ୍ଣ ଅର୍ଥ ବାଜ୍ୟାପ୍ତି ପାଇଁ ଦାବି କରାଯାଇଛି । ୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ଭୟରେ ପ୍ରତିହିଂସା ପରାୟଣ ବିଜେପି କ୍ଷମତା ବିରୋଧୀ ରାଜନୈତିକ ମେଣ୍ଟର ନେତାମାନଙ୍କୁ ଜେଲରେ ରଖିବାର ଷଡ଼ଯନ୍ତ୍ର ଚଳାଇଛି । ଦିଲ୍ଲୀ ସରକାରଙ୍କ ମଦ ନୀତି ଯୋଗୁଁ କମ୍ପାନୀ ମାନେ ଲାଭବାନ ନେଇଥିବା ଅଭିଯୋଗରେ ଯଦି ମନୀଷ ଶିସୋଦିଆ ଓ କେଜୁରୀଓଆଲକୁ ଗିରଫ କରି ଜେଲ ପଠାଯାଉଛି, ଅସାମ୍ବିଧାନିକ ଓ ବେଆଇନ ଇଲେକଟୋରାଲ ବଣ୍ଡ ଚାନ୍ଦା ନେଇ କ୍ଷମତା ହାତେଇଥିବା ନରେନ୍ଦ୍ର ମୋଦୀଙ୍କୁ ଗିରଫ କରାଯାଉ ବୋଲି ଦାବି କରାଯାଇଛି । ଦେଶର ଜନଗଣଙ୍କୁ ଔଷଧ ପରିବର୍ତ୍ତେ ନିମ୍ନ ମାନର ଟିକା ଇଲେକୋଟରାଲ ବଣ୍ଡ ମାଧ୍ୟମରେ ଚାନ୍ଦା ନେଇ ଗଣହତ୍ୟାର ଷଡ଼ଯନ୍ତ୍ରର ଖଳନାୟକଙ୍କ ଦଳ ବିଜେପିର ବ୍ୟାଙ୍କ୍ ଜମା ଜବତ୍ କରି ଅର୍ଥ ବାଜ୍ୟାପ୍ତି କରିବା ପାଇଁ ଦାବି କରାଯାଇଛି । ଏହି ବୈଠକରେ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର ବିବରଣୀ ଉପସ୍ଥାପନ କରିଥିଲେ । ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ ଯୋଗଦେଇ ବିଜେପି ଏନ୍ଡିଏକୁ ପରାଜିତ କରିବା ପାଇଁ ଆଇଏନଡିଆଇଏ ମେଣ୍ଟକୁ ଶକ୍ତିଶାଳୀ ଓ ବିଜୟ ମଣ୍ଡିତ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୋନ ଓ ଜିଲ୍ଲା କମିଟି ପକ୍ଷରୁ ବଳରାମ ମହାନ୍ତ, ହୃଷିକେଶ ସାହୁ, ରଥ ସିଂ, ପରମେଶ୍ୱର ମହାନ୍ତ, ନାରାୟଣ ଟୁଡୁ, ବଳରାମ ମୁର୍ମୁ, ଶୁକଦେବ ସିଂ, ରଣଜିତ୍ କର, ବଲେଇ ସିଂ, ହେମନ୍ତ ସିଂ, ଶତୃଘ୍ନ ନାଏକ ଓ ବଗଳ ସିଂ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Nalco

Leave A Reply