Odisha news

ରାଜ୍ୟ କଂଗ୍ରେସ କମିଟିରେ ମୟୂରଭଞ୍ଜ ଜିଲ୍ଲାର ୩ ଟାଣୁଆ ନେତା

0

ବାରିପଦା : କଂଗ୍ରେସ ରାଷ୍ଟ୍ରିୟ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ଅନୁମୋଦନ କ୍ରମେ ଓଡିଶା ରାଜ୍ୟ କଂଗ୍ରେସ କମିଟିରେ ମୟୂରଭଞ୍ଜ ଜିଲ୍ଲାର ୩ଜଣ ଟାଣୁଆ କଂଗ୍ରେସ ନେତା ମନୋନୀତ ହୋଇଛନ୍ତି । ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଭାବେ ଅଜୟ ମହାପାତ୍ର ଓ ପ୍ରଭାସ କରମାହପାତ୍ର ଏବଂ ରାଜ୍ୟ ସମ୍ପାଦକ ଭାବେ ପ୍ରଦୀପ ଦାସ ପ୍ରମୁଖ ମନୋନୀତ ହୋଇଛନ୍ତି । ଏହି ନିଯୁକ୍ତି ପାଇଁ ଏହି ତିନି ନେତା ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସାଂସଦ ସୁଶ୍ରୀ ସୁଶିଳା ତିରିୟା ଓ ଜିଲ୍ଲା କଂଗ୍ରେସ ସଭାପତି ନିରୋଜ ଲୋଚନ ଦାସ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ନିଯୁକ୍ତି ଫଳରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ମହଲରେ ଖୁସୀର ଲହରୀ ଖେଳିଯାଇଛି ।

Nalco

Leave A Reply