Odisha news

ଭିଜିଲାନ୍ସ ମାମଲାରେ ଅବସରପ୍ରାପ୍ତ ତିରିଂ ଥାନା ଓଆଇସି ଶରତ ଚନ୍ଦ୍ର ରାୟଙ୍କୁ ୫ବର୍ଷ ଜେଲ

0

ବାରିପଦା : ଭିଜିଲାନ୍ସ ମାମଲାର ବିଚାର କରି ସ୍ୱତନ୍ତ୍ର ଭିଜିଲାନ୍ସ ସ୍ପେସାଲ ଜଜ୍ ପ୍ରସନ୍ନ କୁମାର ପଣ୍ଡା ଅବସରପ୍ରାପ୍ତ ତିରିଂ ଥାନା ଅଧିକାରୀ ଶରତ ଚନ୍ଦ୍ର ରାୟଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୮ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୮ମାସ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି ଶାନ୍ତନୁ କୁମାର ଦାସ ମାମଲା ପରିଚାଳନା କରିଥିଲେ । ଘଟଣାରୁ ପ୍ରକାଶ ଯେ, ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନାର ତକôାଳୀନ ଥାନା ଅଧିକାରୀ ଶରତ ଚନ୍ଦ୍ର ରାୟ ଏମ୍ବିଏମ୍ କ୍ଲବର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଯୋଗାଇ ଦେବା ପାଇଁ କ୍ଲବ ସମ୍ପାଦକଙ୍କୁ ୭ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ୨୦୧୬ ମସିହା ଡିସେମ୍ବର ୯ତାରିଖରେ ଉକ୍ତ କ୍ଲବର ସମ୍ପାଦକ ମଙ୍ଗତ ବାସ୍କେଙ୍କ ଠାରୁ ଥାନା ଅଧିକାରୀ ଶ୍ରୀ ରାୟ ୭ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏନେଇ ଭିଜିଲାନ୍ସ ବିଭାଗରେ ୭/୧୬ ମାମଲା ରୁଜୁ ହୋଇ ଅଭିଯୁକ୍ତ ଥାନା ଅଧିକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ମଙ୍ଗଳବାର ଉକ୍ତ ମାମଲାର ବିଚାର କରି ଅଦାଲତ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।

Nalco

Leave A Reply