Odisha news

ବାମନଘାଟି ଉପଖଣ୍ଡ ପ୍ରତି ଅବହେଳା ପ୍ରସଙ୍ଗ ନେଇ ଭଞ୍ଜସେନା ପକ୍ଷରୁ ଜନସଚେତନତା ସାଇକେଲ ରାଲି ଆରମ୍ଭ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଅବହେଳା ପ୍ରତିବାଦରେ ଭଞ୍ଜସେନା ପକ୍ଷରୁ ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଗୌରୁମହିଷାଣୀ ବଜାର ସ୍ଥିତ ସହିଦ୍ ବିର୍ଷା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା ସାରି ପ୍ରଥମ ଦିନର ଜନସଚେତନତା ସାଇକେଲ ଶୋଭାଯାତ୍ରା ତିରିଂ ଅଭିମୁଖେ ବାହାରିଥିଲା । ଏହି ଶୋଭାଯାତ୍ରା ୫ ରୁ ୬ ଦିନ ଧରି ପରିକ୍ରମା କରିବ । ସଂଗଠନ ପକ୍ଷରୁ ବାମନଘାଟି ଉପଖଣ୍ଡରେ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଅଭାବୀ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ, ରାଇରଙ୍ଗପୁର ହସ୍ପିଟାଲକୁ ସୁପରସ୍ପେସାଲିଷ୍ଟ ହସ୍ପିଟାଲ ଭାବେ ନିର୍ମାଣ କରିବା, ଏକ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଗଠନ କରିବା, ଅତିରିକ୍ତ ଜିଲ୍ଲାପାଳଙ୍କୁ ଆର୍ଥୀକ କ୍ଷମତା ପ୍ରଦାନ କରାଯିବା, ଜିଲ୍ଲା ଖଣିଜ ପାଣ୍ଠିକୁ କେବଳ ଖଣି ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିବେଷ ସନ୍ତୁଳନ ଉପରେ ଖର୍ଚ୍ଚ କରାଯିବା ଆଦି ଦାବିମାନ କରାଯାଇଥିଲା । ଏହି ସାଇକେଲ ଶୋଭାଯାତ୍ରା ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ୍ ହାଁସଦାଃଙ୍କ ତତ୍ତ୍ୱାବଧାନରେ ଏବଂ ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁଙ୍କ ନେତୃତ୍ୱରେ ଗୋବିନ୍ଦ ମୁର୍ମୁ, ଭାଗବତ ହେମ୍ବ୍ରମ, ସୁନୀଲ ବାସ୍କେ, ଶ୍ରୀରାମ ମୁର୍ମୁ, ରୟା ମୁର୍ମୁ, ସିପାଲ ହାଁସଦାଃ, ସୁନୀଲ ମୁର୍ମୁ, କରନ ମୁର୍ମୁ, ଫାଗୁ ମୁର୍ମୁ, ରାମ ମୁର୍ମୁ, କ୍ରିଷ୍ଣା ମାରାଣ୍ଡି ଓ ମାନ୍ସିଂ ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply