Odisha news

ଅତ୍ୟାଧୁନିକ ବୈଷୟିକ କୌଶଳ ଦ୍ୱାରା ଚାଳିତ ଆମ୍ବୁଲାନ୍ସ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର

0

ବାରିପଦା : ଅତ୍ୟାଧୁନିକ ବୈଷୟିକ କୌଶଳ ଦ୍ୱାରା ଚାଳିତ ଆମ୍ବୁଲାନ୍ସ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ସମସ୍ତ ସୁବିଧା ଏବଂ କାର୍ଯ୍ୟଶୈଳୀ ଅନୁଧ୍ୟାନ ଏବଂ ନିରୀକ୍ଷଣ କଲାପରେ ଡେପୁଟି କଲେକ୍ଟର (ଜରୁରୀକାଳୀନ) ସୁଶ୍ରୀ ଶ୍ରଦ୍ଧା ସୁମନଙ୍କୁ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡଃ ଅଭୟ କୁମାର ଦାଶ ଆମ୍ବୁଲାନ୍ସଟିକୁ ହସ୍ତାନ୍ତର କରିଥିଲେ । ସୂଚନାଯୋଗ୍ୟ ଯେ, ଜାତୀୟ ରେଡ଼କ୍ରସ ଦ୍ୱାରା ପ୍ରଦତ୍ତ ଏହି ଆମ୍ବୁଲାନ୍ସ ସମସ୍ତ ସହାୟତା ସୁବିଧା ସହିତ ସଜ୍ଜିତ ଏବଂ ଜରୁରୀକାଳୀନ ପରିସ୍ଥିତିରେ ସହାୟକ ହେବ ବୋଲି ଡେପୁଟି କଲେକ୍ଟର ଆଶାପୋଷଣ କରିଥିଲେ । ଏହି ଆମ୍ବୁଲାନ୍ସ ହସ୍ତାନ୍ତର ସମୟରେ କଲେକ୍ଟରେଟ୍ ବରିଷ୍ଠ କର୍ମଚାରୀ ରବିନ୍ଦ୍ରନାଥ ଦାଶ, ସପନ କୁମାର ମଙ୍ଗରାଜ ଏବଂ ଅନ୍ୟାନ୍ୟ କର୍ମଚାରୀ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Nalco

Leave A Reply