Odisha news

ଆଦିବାସୀ ଭବନର ଭୂମିପୂଜନ ଉତ୍ସବ

0

ବାରିପଦା  : ସ୍ଥାନୀୟ ଦେବେନ୍ଦ୍ରପୁର ଠାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ନିର୍ମିତ ହେବାକୁ ଥିବା ଆଦିବାସି ଭବନର ଭୂମିପୂଜନ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ମାନଙ୍କ କଳା ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପ୍ରୟାସ ଜାରି ରଖିଛନ୍ତି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀ ମାନଙ୍କ ପାଇଁ ବାଦ୍ୟଯନ୍ତ୍ର ଦେବାଠୁ ଆରମ୍ଭ କରି ଧର୍ମପିଠର ସୁରକ୍ଷା ଯାଏଁ ସବୁ ପ୍ରୟାସ ଜାରି ରଖିଛନ୍ତି । ତାର ଅଂଶବିଶେଷ ସ୍ୱରୂପ ଆଦିବାସୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଗୋଟିଏ ଆଦିବାସୀ ଭବନର ପରିକଳ୍ପନା କରାଯାଇ ଆଜି ତାର ଶିଳାନ୍ୟାସ କରାଯାଇଛି । ଆଦିବାସୀ ମାନଙ୍କ ଭାବବିନିମୟ ଠୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଯାଏଁ ସବୁ କାର୍ଯ୍ୟର ସୁବିଧା ଏଇ ଭବନରେ ରହିବ । ଏପରି ବ୍ୟବସ୍ଥା କେବଳ ଆଦିବାସୀ ମାନଙ୍କ ପାଇଁ କୋଉଠି ବି ନଥିଲା । ତେଣୁ ଏପରି ଭବନର ନିର୍ମାଣକୁ ସମସ୍ତ ମହଲରେ ସ୍ୱାଗତ କରାଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡାଃ ଦେବାଶିଷ ମାର୍ଣ୍ଡିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ ମାନଙ୍କ ପାରମ୍ପରିକ ଶୈଳୀରେ ପୂଜା କରାଯାଇ ଆରମ୍ଭ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ଓ ହରିଜନ ସଂଖ୍ୟାଲଘୁ ଉନ୍ନୟନ ବିଭାଗର ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ୍, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ମୋରଡା ବିଧାୟକ ରାଜକିଶୋର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହାଁସଦା, ଏମ୍ସିସି ବ୍ୟାଙ୍କ୍ର ଅଧ୍ୟକ୍ଷ ସୁବ୍ରମଣିଅମ୍ ମହାନ୍ତି, ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ଜିତେନ୍ଦ୍ର ମହାନ୍ତି, ମୁ୍ୟନିସିପାଲଟି ଚେୟାରମେନ କୃଷ୍ଣାନନ୍ଦ ମହାନ୍ତି, ପ୍ରକଳ୍ପ ପ୍ରଶାସକ, ସମ୍ମାନିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାରିପଦା ରାମଚନ୍ଦ୍ର ସୋରେନ୍ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା କମଳା ତିରିୟା ଏବଂ ଅନ୍ୟାନ୍ୟ ସଭ୍ୟ ଏବଂ ସଭ୍ୟା ମାନେ ଉପସ୍ଥିତ ଥିଲେ । ଶହଶହ ଆଦିବାସୀ ଭାଇଭଉଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ । ପାଖାପାଖି ୪କୋଟି ଟଙ୍କା ବିନିମୟରେ ନିର୍ମିତ ହେବାକୁ ଥିବା ଏହି ଭବନ ଆଦିବାସୀ ମାନଙ୍କ ଧର୍ମବିଶ୍ୱାସ୍କୁ ବଞ୍ଚେଇ ରଖିବା ସଙ୍ଗେ ସଙ୍ଗେ ଆଦିବାସୀ ମାନଙ୍କ ଏକତା ବଞ୍ଚାଇ ରଖିବ ବୋଲି ମତପ୍ରକାଶ ପାଇଛି ।

Nalco

Leave A Reply