Odisha news

ହତ୍ୟା ପାଇଁ ଛବିଶ ଶହ କିମି ବାଇକ ଯାତ୍ରା 

0
ପାରାଦୀପ :  ହତ୍ୟା କରିବା ପାଇଁ ହତ୍ୟାକାରୀ ସୁଦୂର ଚେନ୍ନାଇ ରୁ ବାଇକ ରେ ଓଡିଶା ର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଓଗରପୁର ତେର ଶହ କିମି ଆସିଲା ଆଉ ହତ୍ୟା କରି ପୁଣି ରାତି ରାତି ସେହି ବାଇକ ରେ ଚେନ୍ନାଇ ତେର ଶହ କିମି ଚାଲିଗଲା | ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ର ପର୍ଦାଫାସ କରିଛି ବାଲିକୁଦା ପୋଲିସ | ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଓଗରପୁର ଗ୍ରାମରେ  ଗତ 19 ତାରିଖ ରାତ୍ରିରେ ଦୁବୁର୍ତ୍ତ ଙ୍କ ଆକ୍ରମଣରେ ବୃଦ୍ଧା ମାଆ ମୃତ ,ପୁଅ ଓ ବୋହୁ ଗୁରୁତର ଘଟଣାରେ ବାଲିକୁଦା ପୋଲିସ ମୁଖ୍ୟ ଅଭିଯୁକ୍ତ ଓଗରପୁର ଗ୍ରାମର ବିକ୍ରମ ବିଶ୍ୱାଳକୁ ଗିରଫ କରି ସ୍କ୍ରିନ ରିକ୍ରିଏସନ କରିବା ପରେ ଆଜି କୋର୍ଟ ଚାଲାଣ କରିଛି । ହତ୍ୟାକାଣ୍ଡ ଘଟାଇଥିବା ବ୍ୟକ୍ତି ଓ ହତ୍ୟା ହୋଇଥିବା ବୃଦ୍ଧା ଓ ଆକ୍ରମଣ ର ଶିକାର ହୋଇଥିବା ପୁଅ ବୋହୁ ଙ୍କର ପାରିବାରିକ ସମ୍ପର୍କ ଥିବା ମଧ୍ଯ ପୋଲିସ ପ୍ରକାଶ କରିଛି | ଅଭିଯୁକ୍ତ ଚେନାଇରେ ରହୁଥିବା ବେଳେ ସେଠାରୁ ସେ ବାଇକରେ ଆସି ରାତିରେ ହତ୍ୟାକାଣ୍ଡ ଘଟାଇବା ପରେ ପୁନର୍ବାର ବାଇକ ନେଇ ଚେନାଇ ଚାଲିଯାଇଥିଲା ଓ ସିଧା ହତ୍ୟାକାଣ୍ଡ ଘଟାଇ ବାଲିକୁଦା ରୁ ନାଉଗାଁ ବ୍ଲକ ମୁଣ୍ଡାଳ ଦେଇ ଯିବାବେଳେ ମୁଣ୍ଡାଳ ପୋଲ ପାଖରେ ରକ୍ତ ଭିଜା ଭୁଜାଲି କୁ ଧୋଇ ଫୋପାଡି ଦେଇଥିବା ଆଜି ସ୍କ୍ରିନ ରିକ୍ରିଏସନ ବେଳେ ହତ୍ୟାକାରୀ ପୋଲିସ ଆଗରେ ଦେଖାଇଥିବା ଜଣାପଡ଼ିଛି । ଜମିବାଡ଼ି ବିବାଦକୁ ନେଇ ସେ ଏଭଳି କାଣ୍ଡ ଘଟାଇ ଥିବାର ପୋଲିସ ଆଗରେ ପ୍ରକାଶ କରିଛି ।  ଗତ 19 ତାରିଖ ରାତ୍ରି ରେ ବିକ୍ରମ ଓଗରପୁର ଗାଁର ମାନିଆ ବିଶ୍ୱାଳ ଙ୍କ ଘରେ ପଶି ମାନିଆ ଏବଂ ତାଙ୍କ ପୁଅ ରାକେଶ ଓ ବୋହୁ  ସୁଭଦ୍ରାଙ୍କୁ ଆକ୍ରମଣ କରି ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ । ଏହି ଆକ୍ରମଣରେ ଘଟଣାସ୍ଥଳ ରେ  ମାନିଆଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ  ଓ ବୋହୁ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ରାକେଶ ଙ୍କ ଆଗ ମା ର ପୁଅ ବିକ୍ରମ ହୋଇଥିଲା ବେଳେ ସେ ବାଇକ ଆଣି ଚେନ୍ନାଇ ରୁ ଏକା ଆସିଲା ନା ତା ସହ ଆଉ କିଏ ଆସିଥିଲା ତାହା ତଦନ୍ତ ସାପେକ୍ଷ | ସେହିପରି ବିକ୍ରମ ଚେନ୍ନାଇ ରେ ରହୁଥିବା ଓ ରାକେଶ ଭଲ ପାଇ ଏକ ଝିଅ କୁ ନେଇ ଏକବର୍ଷ ହେବ ଯାଇ ଚେନ୍ନାଇ ରେ ରହୁଥିବା ବେଳେ ହତ୍ୟାକାଣ୍ଡ ଘଟିବାର ତିନିଦିନ ପୂର୍ବରୁ ରାକେଶ ଘରକୁ ଫେରୁଥିଲେ ଓ ବିକ୍ରମ ସହ ଚେନ୍ନାଇ ରେଳ ଷ୍ଟେସନ ରେ ଦେଖା ହୋଇଥିଲେ | ପଛ ମା ଓ ତାର ପୁଅ ବୋହୂକୁ ଜୀବନରେ ମାରି ଦେବାକୁ ଏକବର୍ଷ ଆଗରୁ ଚେନ୍ନାଇ ରେ ରହି ବିକ୍ରମ ଯୋଜନା ପ୍ରସ୍ତୁତ କରୁଥିବା ଓ ସେଦିନ ରେଳ ଷ୍ଟେସନ ରେ ଘର କୁ ଯାଉଥିବା ଜାଣି ବିକ୍ରମ ରାକେଶ କୁ ବାଇକ ନେଇ ଫଲୋ କରି ଓଗେରପୁର ଆସିଥିଲେ | ଆଉ ଠିକ୍ ରାତି 12 ଟା ପରେ ସମସ୍ତେ ଶୋଇ ପଡ଼ିବା ପରେ ଏକ ମୁଖା ପିନ୍ଧି ବିକ୍ରମ ଗୋଟାଏ ପରେ ଗୋଟାଏ ହାଣି ଚାଲିଥିଲେ ବୋଲି ପୋଲିସ ଆଗରେ ପ୍ରକାଶ କରିଛନ୍ତି |

Leave A Reply