Odisha news

ଏବିଭିପି ପକ୍ଷରୁ +୨ ପରୀକ୍ଷାର୍ଥୀଙ୍କୁ ଫୁଲ ଚନ୍ଦନ ଲଗାଇ ଶୁଭେଚ୍ଛା

0

ବାରିପଦା  : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଭିନ୍ନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନ ବିଭାଗର ପରୀକ୍ଷାର୍ଥୀ ଭାଇଭଉଣୀ ମାନଙ୍କୁ ପରୀକ୍ଷା ଦେବାକୁ ଆସିଥିବାବେଳେ ସେମାନଙ୍କୁ ଫୁଲ ଚନ୍ଦନ ଦେବା ସହ ପରୀକ୍ଷାରେ ଉତ୍ତମ ସଫଳତା ପାଇଁ ଶୁଭେଚ୍ଛା ଏବଂ ଶୁଭକାମନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୃତୁ୍ୟଞ୍ଜୟ ହେମ୍ବ୍ରମ, ସଦସ୍ୟା ରଶ୍ମିତା ଦେଓ, ବାରିପଦା ଜିଲ୍ଲା ସଂଯୋଜକ ଶେଖର ବେହେରା ଏବଂ ଏମ୍.ସି.ଏମ. ମହାବିଦ୍ୟାଳୟର ସଭାପତି ଆରତି ମାଝୀ ଉପସ୍ଥିତି ସହ ପଙ୍କଜ ସି, କୌଶିକ ନାୟକ, ସୁଭସ୍ମିତା ମହାନ୍ତ, ହୀରନମୟୀ ମହାନ୍ତ, ଦିବ୍ୟଜିତ ମହାନ୍ତ, ଶିବାନୀ ନାୟକ, ମନରୋମା ତୁଙ୍ଗ, ଅନ୍ୱେଷା ଦାସ, ପ୍ରିୟବ୍ରତ ସି, ମମତା ସି, ଚିନ୍ମୟ ନାଏକ, ଜୟଶ୍ରୀ ଦେଓ ପ୍ରଧାନ, ବିଜୟଲକ୍ଷ୍ମୀ ନାଏକ, ସୁଭଦ୍ରା ନାଏକ, ରୁଚିମନ୍ତ ସି, ସିଦ୍ଧାର୍ଥ ଶଙ୍କର ନାୟକ, ପ୍ରିୟଦର୍ଶିନୀ ରାଉତ, ଅନୁ ମହାନ୍ତ ଓ ଅଭିଲିପ୍ସା ବେହେରା ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply