Odisha news

କୃତି ଛାତ୍ରୀଙ୍କୁ ଜିଲ୍ଲାସ୍ତରରେ ସମ୍ବର୍ଦ୍ଧନା

0

ବାରିପଦା : ଜିଳ୍ଲା ଶିଶୁ ସୁରକ୍ଷା ୟୁନିଟ, ମୟୂରଭଞ୍ଜ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯାଳୟ ପରିସରରେ ଥିବା ସଦଭାବନା ସଭା ଗୃହରେ ମୟୂରଭଞ୍ଜ ଜିଲ୍ଲାରେ କୃତ କାର୍ଯ୍ୟ ହାସଲ କରିଥିବା ବାଳିକା ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଭାଗର ପରୀକ୍ଷା ୨୦୨୩ (ଉଐଝଋ)ରେ ବ୍ଲକସ୍ତରରେ ବାଳିକା ମାନଙ୍କ ମଧ୍ୟରେ ଟପ୍ପର ହୋଇଥିବା ବାଳିକା ମାନଙ୍କୁ “ବେଟି ବଚାଓ, ବେଟି ପଢ଼ାଓ” ଅଧୀନରେ ମାନପତ୍ର, ଟ୍ରଫି ଏବଂ ଅର୍ଥ ରାଶି ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ ଜିଲ୍ଲାର ୨୬ଟି ବ୍ଲକର ଟପ୍ପର ବାଳିକା ମାନେ ଉପସ୍ଥିତ ଥିଲେ । ସେହିପରି ନୂଆଦିଲ୍ଲୀ ରେ ଅନୁଷ୍ଠିତ ଜାତୀୟ ସ୍କୁଲ “ପାଇପ ବ୍ୟାଣ୍ଡ” ପ୍ରତିଯୋଗିତାରେ ଭାଗନେଇ ବାଳିକା ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଠାକୁରମୁଣ୍ଡା ବ୍ଲକ ପଡିଆବେଡା ପଞ୍ଚାୟତ ଦ୍ରୋପଦୀ ଉଚ୍ଚ ବିଦ୍ୟାଳୟର ବାଳିକା ଦଳକୁ “ବିଜୁ କନ୍ୟା ରନô ଯୋଜନା” ଅଧିନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ଆଶିଷ ଠାକରେ ଉପସ୍ଥିତ ରହି ବାଳିକା ମାନଙ୍କୁ ସମ୍ମାନିତ କରିଥିଲେ । ଜିଲ୍ଲାପାଳ ଶ୍ରୀ ଠାକରେ ବାଳିକା ମାନେ କିପରି ପାଠ ପଢି ଆଗକୁ ଯାଇ ପାରିବେ ଏବଂ ସେଥିପାଇଁ ଜିଲ୍ଲାପ୍ରଶାସନ ସବୁପ୍ରକାର ସହାୟତା ପ୍ରଦାନ କରିବେ ବୋଲି କହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତା ମୟୀ ବିଶ୍ୱାଳ ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ସମଗ୍ର ଶିକ୍ଷାର ବାଳିକା ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା, ବାଳିକା ମାନଙ୍କ ସହିତ ସେମାନଙ୍କର ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ । ସମାଜରେ କନ୍ୟା ସନ୍ତାନ ମାନଙ୍କ ପ୍ରତି ଥିବା ଅବହେଳାତ୍ମକ ଚିନ୍ତାଧାରାକୁ ଦୁରେଇ କନ୍ୟାମାନଙ୍କୁ କିପରି ସମାନ ଅଧିକାର ପ୍ରଦାନ କରାଯିବ ଏହା ଏକ ପ୍ରୟାସ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଧନ୍ୟବାଦ ଅର୍ପଣ କରିଥିଲେ ।

Nalco

Leave A Reply