Odisha news

୨ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ଜବତ୍ ବନ୍ଧୁକ ର ପ୍ରଦର୍ଶନୀ କଲେ ପିସିସିଏଫ

0

ବାରିପଦା : ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରୁ ୭୦୦ରୁ ଅଧିକ ଦେଶୀ ବନ୍ଧୁକ ଜବତ । ଗତ ତିନିବର୍ଷ ମଧ୍ୟରେ ବିଭିନ୍ନ ସମୟରେ ଏହି ବନ୍ଧୁକ ଗୁଡିକୁ ବନବିଭାଗ ପକ୍ଷରୁ ଜବତ କରାଯାଇଛି । ଏସବୁ ବନ୍ଧୁକ ଗୁଡିକୁ ଆଗାମୀ ଦିନରେ ଡେଷ୍ଟ୍ରୋୟ କରାଯିବ । ଆଜି ବାରିପଦା ମଞ୍ଚାବନ୍ଧା ସ୍ଥିତ ଫୋରେଷ୍ଟ ଗେଷ୍ଟ ହାଉସ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଣମାଧ୍ୟମରେ ଏନେଇ ବିଶେଷ ସୂଚନା ଦେଇଛନ୍ତି । ଶ୍ରୀଯୁକ୍ତ ନନ୍ଦ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ପ୍ରଥମେ ଶିମିଳିପାଳ ଜାତୀୟ ଉଦ୍ୟାନ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାପରେ ଆଜି ବାରିପଦା ମଞ୍ଚାବନ୍ଧା ଠାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ‘ଆମ ଶିମିଳିପାଳ, ଆମ ଗର୍ବ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରିଥିଲେ ଶ୍ରୀ ନନ୍ଦ । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ସେଠାରେ ଥିବା ବନ ସହିଦ ସ୍ତୋମ୍ବ ରେ ଗାର୍ଡ ଅଫ୍ ହୋନର ସହିତ ସହୀଦ ବନ କର୍ମଚାରୀଙ୍କ ଉଦେ୍ଦ୍ୟଶରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ନନ୍ଦ । ଏହାପରେ ବିଗତ ୩ ବର୍ଷ ମଧ୍ୟରେ ସାରା ଜିଲ୍ଲାରେ ବନବିଭାଗ ପକ୍ଷରୁ ଜବତ୍ କରାଯାଇଥିବା ୭୦୦ରୁ ଅଧିକ ବେଆଇନ ଦେଶୀ ବନ୍ଧୁକ ଓ ବନବିଭାଗ ଦ୍ୱରା ହୋଇଥିବା ବିଭିନ୍ନ ସଫଳ କାର୍ଯ୍ୟର ଫୋଟଚିତ୍ର ଗୁଡିକର ପ୍ରଦର୍ଶନୀ ଦେଖିବା ପରେ ସଭା କାର୍ଯ୍ୟରେ ଯୋଗ ଦେଇଥିଲେ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ । ଉକ୍ତ ସଭା କାର୍ଯ୍ୟରେ ଅନେକ ସାହସୀ ଓ କୁଶଳୀ ବନ କର୍ମଚାରୀଙ୍କୁ ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ଶ୍ରୀ ନନ୍ଦ ସେମାନଙ୍କୁ ପୁରସ୍କୃତ କରିବା ସହିତ ଉତ୍ସାହିତ ସୋଇଥିଲେ । ଏହି ମଞ୍ଚରୁ ସେ ଶିକାରୀ ମାନେ ରଖିଥିବା ବନ୍ଧୁକ ଗୁଡିକୁ ସ୍ୱଇଛାରେ ସରେଣ୍ଡର କରିବାକୁ ଅପିଲେ କରିଛନ୍ତି ନହେଲେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ବିଶେଷ କରି ଶିମିଳିପାଳ ସୁରକ୍ଷା ପାଇଁ ସେ ସବୁପ୍ରକାର ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଏହା ସହିତ ଶିମିଳିପାଳରେ କଳାବାଘ ସଫାରୀ ଓ ଶିମିଳିପାଳ ପୂର୍ଣ୍ଣ ଜାତୀୟ ଉଦ୍ୟାନ ମାନ୍ୟତା ସମ୍ପର୍କରେ ମଧ୍ୟ ବିଶେଷ ଭାବରେ ସୂଚନା ଦେଇଛନ୍ତି ।

Nalco

Leave A Reply